Cat: କିମାଶ୍ଚର୍ଯ୍ୟମ୍‌: ବିଲେଇ ପାଦରେ ୨୯ ଆଙ୍ଗୁଳି

Aug 27, 2026 - 07:29
Cat: କିମାଶ୍ଚର୍ଯ୍ୟମ୍‌: ବିଲେଇ ପାଦରେ ୨୯ ଆଙ୍ଗୁଳି

"ଯୁକ୍ତରାଷ୍ଟ୍ର ଆମେରିକାର ୱିସ୍‌କନ୍‌ସିନ୍‌ରେ କିଛି ମାସ ତଳେ ଜନ୍ମ ନେଇଥିବା ଏକ କୁନି ବିଲେଇଛୁଆ ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ।

କାରଣ, ଏହାର ଚାରି ଗୋଡ଼ରେ ଅଛି ସମୁଦାୟ ୨୯ଟି ଆଙ୍ଗୁଳି।

ଏହି ଅସାଧାରଣ ବୈଶିଷ୍ଟ୍ୟ ପାଇଁ ବିଲେଇଛୁଆଟି ଗିନିଜ୍ ବିଶ୍ବ ରେକର୍ଡରେ ସ୍ଥାନ ପାଇଛି।

ଏହା ପୂର୍ବରୁ ସର୍ବାଧିକ ୨୮ଟି ଆଙ୍ଗୁଳି ଥିବା ଏକ ବିଲେଇ ନାମରେ ଏହି ରେକର୍ଡ ଥିଲା।

ସାଧାରଣତଃ ବିଲେଇର ୧୮ଟି ଆଙ୍ଗୁଳି ଥାଏ।

କିନ୍ତୁ ଇରେବସ୍ ଆନୋମାଲି ନାମକ ଏହି ବିଲେଇଛୁଆର ଆଗ ଓ ପଛ ପାଦରେ ମିଶି ମୋଟ ୨୯ଟି ଆଙ୍ଗୁଳି ରହିଛି।Advertisment Monsoon: ମଧ୍ୟ ଭାରତ ଉପରେ ମୌସୁମୀ ସକ୍ରିୟ ସେପ୍ଟେମ୍ବର ୧୦ ପରେ ଦୁର୍ବଳ ହୋଇପାରେ ମେନ୍ କୁନ୍ ପ୍ରଜାତିର ଏହି ବିଲେଇର ଅତିରିକ୍ତ ଆଙ୍ଗୁଳି "ପଲିଡାକ୍ଟିଲି" ନାମକ ଏକ ବଂଶଗତ ଗୁଣ ଯୋଗୁଁ ସୃଷ୍ଟି ହୋଇଛି।

ତା" ଜୈବିକ ପିତାର ଗୋଡ଼ରେ ଛଅଟି ଲେଖାଏଁ ଆଙ୍ଗୁଳି ହିସାବରେ ସମୁଦାୟ ୨୪ଟି ଗୋଡ଼ ଥିଲା।

ତା" ଗୁଣସୂତ୍ର ଦାୟରୁ ଇରେବସ୍‌ର ଗୋଟିଏ ଗୋଡ଼ରେ ଆଠଟି ଓ ଅନ୍ୟ ତିନି ଗୋଡ଼ରେ ସାତଟି ଲେଖାଏଁ ଆଙ୍ଗୁଳି ଅଛି।

ଉଲ୍ଲେଖଯୋଗ୍ୟ ଯେ ଜନ୍ମ ପରେ ଇରେବସ୍ ଗୁରୁତର ନିମୋନିଆରେ ଆକ୍ରାନ୍ତ ହୋଇଥିଲା।

ତେବେ ସୁସ୍ଥ ହୋଇ ଏବେ ସେ ଇଣ୍ଟର୍‌ନେଟ୍‌ର ସବୁଠାରୁ ପ୍ରସିଦ୍ଧ ବିଲେଇ ପାଲଟିଯାଇଛି।

Indel Money: ଇଣ୍ଡେଲ ମନିର ୫୦୦ କୋଟି ଏନ୍‌ଏସ୍‌ଡି ଜାରି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।