Horoscope 2026 September 04: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ନୂଆ କାମ ଆରମ୍ଭ କରିବା ଲାଗି ଦିନଟି ଶୁଭ।
ପାରିବାରିକ ଜୀବନ ପ୍ରସନ୍ନତାଦାୟକ ରହିବ।
ନିଜ କାମ ଅନ୍ୟ ସହରକୁ ଯାଇପାରନ୍ତି।
ଆପଣଙ୍କର ସାକ୍ଷାତ ପ୍ରିୟବନ୍ଧୁ ସହିତ ହେବ।
ସ୍ବାସ୍ଥ୍ୟ ଭଲ ରହିବ। Advertisment ବୃଷ: ବୈବାହିକ ଜୀବନରେ ନୂଆ ଦାୟିତ୍ବ ଆସିବ।
କୌଣସି ସାମାଜିକ ସମାରୋହରେ ନିମନ୍ତ୍ରଣ ପାଇବେ।
ବେପାରରେ ଉନ୍ନତି ହେବ।
ପିଲାଙ୍କୁ ନେଇ ଅଧିକ ସମ୍ବେଦନଶୀଳ ହେବାର ଆବଶ୍ୟକତା ନାହିଁ। ମିଥୁନ: ବେପାରରେ ଅଚାନକ ଧନଲାଭ ହେବ।
ଶଶୁର ଘରୁ ସୁଖବର ପାଇବେ।
ଟିଭି ବିତର୍କରେ ଆପଣ ସମ୍ମୁଖ ବ୍ୟକ୍ତିଙ୍କୁ ଦବେଇ ରଖି ପାରିବେ।
ପଡ଼ାପଡ଼ୋଶୀ ଆପଣଙ୍କର ପ୍ରଶଂସା କରିବେ। କର୍କଟ: ଫିଲ୍ମ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିପାରେ।
ଦାମ୍ପତ୍ୟ ଜୀବନରେ ସୁଧାର ହେବ।
ଚାକିରିଜୀବୀ ଭଲ ସୁଯୋଗ ପାଇବେ।
ଘରକୁ କୌଣସି ବନ୍ଧୁଙ୍କ ଆଗମନ ହେବ। ସିଂହ: ବ୍ୟବସାୟରେ ଭଲ ଧନଲାଭ ହେବ।
ଜୀବନସାଥୀଠୁ ଭଲ ଖବର ପାଇବେ।
ଧାର୍ମିକ ଯାତ୍ରାରେ ଯିବା ପାଇଁ ଯୋଜନା ପ୍ରସ୍ତୁତି କରିପାରନ୍ତି।
ଚାକିରିରେ ବଦଳିର ସମ୍ଭାବନା ଅଛି।
ପାରିବାରିକ ଜୀବନ ସୁଖମୟ ହେବ। କନ୍ୟା: ବେପାରରେ ଲାଭ ହେବ।
ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।
ପ୍ରେମୀଯୁଗଳ ଦିନଟି ଖୁସିରେ ଅତିବାହିତ କରିବେ।
ସ୍ବାସ୍ଥ୍ୟ ଠିକ୍ ରହିବ।
ସିନେମା ଦେଖିବାକୁ ଯାଇପାରନ୍ତି।
ଆହୁରି ପଢ଼ନ୍ତୁ- Sonu Sood: ନେପାଳ ବନ୍ୟା: ସହାୟତା ପାଇଁ ପହଞ୍ଚିଲେ ସୋନୁ ସୁଦ୍, ସୋସିଆଲ ମିଡିଆରେ ସମାଲୋଚନା ତୁଳା: ଜମି ବ୍ୟବସାୟୀ ଭଲ ସଉଦା ପାଇବେ।
ମିଡିଆ କ୍ଷେତ୍ରରେ ଥିବା ଲୋକ କୌଣସି ବଡ଼ ଖବର ଉପରେ କାମ କରିବେ।
ଛାତ୍ରଛାତ୍ରୀ ପ୍ରତିଯୋଗୀତା ପରୀକ୍ଷାରେ ସଫଳତା ପାଇବେ।
ନିଜର ଖାଦ୍ୟପେୟ ଠିକ୍ ରଖନ୍ତୁ।
ବିଛା: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ।
ବେପାରରେ ବଢ଼ିଆ ଧନଲାଭ ହେବ।
ପରିବାର ସହିତ ଭଲ ଜାଗାକୁ ବୁଲି ଯିବେ।
ସମାଜ ପାଇଁ ବହୁତ ଭଲ କାମ କରିବେ।
ପ୍ରେମ ଜୀବନ ମଧୁର ହେବ। ଧନୁ: ବେପାରରେ ଆଶାଠୁ ଅଧିକ ଲାଭ ପାଇବେ।
ଶଶୁର ଘରୁ ଶୁଭ ସୂଚନା ପାଇପାରନ୍ତି।
କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ବାସ କରନ୍ତୁ ନାହିଁ।
ରୋଜଗାର ପାଇଁ ଉନ୍ନତିର ନୂଆ ମାର୍ଗ ଖୋଲିବ।
ମକର: ବେପାରରେ ଯଥେଷ୍ଟ ଧନଲାଭ ହେବ।
ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି।
ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲକୁ ଯିବେ।
ଛାତ୍ରଛାତ୍ରୀ ଶିକ୍ଷକଙ୍କର ସାହାଯ୍ୟ ପାଇବେ। କୁମ୍ଭ: ବେପାର ଦୃଷ୍ଟିରୁ ଦିନଟି ଭଲ ରହିବ।
ଜମିବାଡ଼ି ମାମଲାରେ ଲାଗି ରହିଥିବା ବିବାଦ ସମାଧାନ ହୋଇଯିବ।
ମହିଳାମାନେ କୌଣସି ସାମାରେହାକୁ ଯିବାର ଅବସର ପ୍ରାପ୍ତ ହୋଇପାରେ।
ମୀନ: ବେପାରରେ ଧନଲାଭ ହେବ।
ନିଜ ପାଇଁ କୌଣସି ସାମଗ୍ରୀ କିଣିବେ।
ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
ଆପଣଙ୍କ ମନ ଆଧ୍ୟାତ୍ମିକତାରେ ଅଧିକ ଲାଗି ରହିବ।
ବନ୍ଧୁବର୍ଗ ଆପଣଙ୍କ ଘରକୁ ଆସି ପାରନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।