Cattle Vehicle Driver Leaps Into River: ଗୋରୁ ବୋଝେଇ ଗାଡ଼ି ଛାଡ଼ି କାଠଯୋଡ଼ିକୁ ଡେଇଁଲେ ଚାଳକ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

Oct 24, 2026 - 20:16
Cattle Vehicle Driver Leaps Into River: ଗୋରୁ ବୋଝେଇ ଗାଡ଼ି ଛାଡ଼ି କାଠଯୋଡ଼ିକୁ ଡେଇଁଲେ ଚାଳକ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଗୋରୁ ବୋଝେଇ ଗାଡ଼ିକୁ ଛାଡ଼ି କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଲେ ଚାଳକ।

କିଛି ଯୁବକ ଗାଡ଼ିକୁ ଅଟକାଇବା ପାଇଁ ପିଛା କରୁଥିବା ବେଳେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।

ତେବେ ନଦୀକୁ ଡେଇଁ ପଡ଼ିଥିବା ଚାଳକଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଉଦ୍ଧାର କରିଛି।

Advertisment ସୂଚନା ଅନୁସାରେ, ଗୋରୁ ବୋଝେଇ ଗାଡ଼ିଟି ଯାଉଥିବା ବେଳେ କିଛି ଯୁବକ ଏହାକୁ ଅଟକାଇବା ପାଇଁ ପିଛା କରିଥିଲେ।

ଏହି ସମୟରେ ଗାଡ଼ି ଚାଳକ ଗାଡ଼ିକୁ ଛାଡ଼ି କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଥିଲେ।

ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବିଡ଼ାନାସୀ ଅଗ୍ନିଶମ ବାହିନୀ।

ନଦୀରେ ଉଦ୍ଧାର କାର୍ଯ୍ୟ ଚଳାଇ ଚାଳକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ ଅଗ୍ନିଶମ କର୍ମଚାରୀ।

ପରେ ତାଙ୍କୁ ପୋଲିସର ଜିମା ଦିଆଯାଇଥିଲା।

Advertisment ଉଦ୍ଧାର ହୋଇଥିବା ଚାଳକଙ୍କ ନାଁ ଶେଖ୍ ଅବଦୁଲ ଶାହାଜାନ ବୋଲି ଜଣାପଡ଼ିଛି।

ତେବେ ସେ କାହିଁକି ନଦୀକୁ ଡେଇଁଲେ, ଗାଡ଼ିରେ ଥିବା ଗୋରୁଙ୍କୁ କେଉଁଠାକୁ ନିଆଯାଉଥିଲା ଏବଂ ଘଟଣା ପଛରେ ଆଉ କିଛି କାରଣ ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

ଗୋରୁ ଗାଡ଼ି ଛାଡ଼ି କାଠଯୋଡ଼ିକୁ ଡେଇଁଲେ ଗୋରୁ ବୋଝେଇ ଗାଡ଼ି ଛାଡ଼ି କାଠଯୋଡ଼ି ନଦୀକୁ ଡେଇଁଲେ ଗାଡ଼ିକୁ ଅଟକାଇବା ପାଇଁ ପିଛା କରୁଥିଲେ କିଛି ଯୁବକ ଚାଳକଙ୍କୁ ଉଦ୍ଧାର କଲା ବିଡ଼ାନାସୀ ଫାୟାର ଟିମ୍ ସଦସ୍ୟ ଉଦ୍ଧାର ପରେ ପୋଲିସକୁ ହସ୍ତାନ୍ତର କଲା ଅଗ୍ନିଶମ ବାହିନୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।