17 SEPTEMBER 2026

Welcome!

Unlock your personalized experience.
Sign Up

CBFC board: ସିବିଏଫ୍‌ସିର ନୂଆ ବୋର୍ଡ ଗଠିତ: ସାମିଲ ହେଲେ ନୀଳମାଧବ ପଣ୍ଡା, ପ୍ରୀତି ଜିଣ୍ଟା, ପଙ୍କଜ ତ୍ରିପାଠୀ

Sep 17, 2026 - 09:25
CBFC board: ସିବିଏଫ୍‌ସିର ନୂଆ ବୋର୍ଡ ଗଠିତ: ସାମିଲ ହେଲେ ନୀଳମାଧବ ପଣ୍ଡା, ପ୍ରୀତି ଜିଣ୍ଟା, ପଙ୍କଜ ତ୍ରିପାଠୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର କେନ୍ଦ୍ରୀୟ ଫିଲ୍ମ ପ୍ରମାଣପତ୍ର ପ୍ରଦାନ ବୋର୍ଡ (ସିବିଏଫ୍‌ସି)ର ପୁନର୍ଗଠନ କରିଛନ୍ତି। ୨୦୧୭ ପରେ ପ୍ରଥମ ଥର ପାଇଁ ସିବିଏଫ୍‌ସିର ନୂଆ ବୋର୍ଡ ଗଠନ କରାଯାଇଛି। ଶଶିଶେଖର ବେମ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ନୂଆ ବୋର୍ଡରେ  ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ନିର୍ମାତା ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ସମେତ ୧୮ ଜଣ ସଦସ୍ୟ ରହିଛନ୍ତି। ନୂଆ ବୋର୍ଡର କାର୍ଯ୍ୟକାଳ ୩ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରହିବ।

Asian Games Campaign: ଏସୀୟ କ୍ରୀଡ଼ା ଅଭିଯାନର ଅଦୃଶ୍ୟ ଚିତ୍ର: ୩୧୦ ନୂଆ ମୁହଁ, ୭୦୨ କୋଟିର ପୁଞ୍ଜି ବିନିଯୋଗ

ନୂଆ ବୋର୍ଡରେ ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା, ଅଭିନେତା ପଙ୍କଜ ତ୍ରିପାଠୀ, ନୀଳମାଧବ ପଣ୍ଡା ଓ ସୁନୀଲ ସେଟ୍ଟୀଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ଏହାବ୍ୟତୀତ ପଲ୍ଲବୀ ଯୋଶୀ, ପ୍ରସେନଜିତ ଚାଟାର୍ଜୀ, ରୂପାଲି ଗାଙ୍ଗୁଲି, ପ୍ରିୟଦର୍ଶନ ଓ ରିକି କେଜ୍‌ ମଧ୍ୟ ନୂଆ ବୋର୍ଡରେ ସ୍ଥାନ ପାଇଛନ୍ତି। ଅନ୍ୟ ସଦସ୍ୟଙ୍କ ମଧ୍ୟରେ ମନୋଜ ଯୋଶୀ, ଅଭିଷେକ ଜୈନ, ସୁପ୍ରିୟା ୟାର୍ଲାଗଡ୍ଡା, ଚଳଚ୍ଚିତ୍ର ସମାଲୋଚକ ବିନୋଦ ଅନୁପମ, କବି ଓ ଲେଖକ ଯତୀନ୍ଦ୍ର ମିଶ୍ର, ନିଶିଗନ୍ଧା ୱାଡ୍‌ ଏବଂ ଗାୟକ ତଥା ପୂର୍ବତନ ସାଂସଦ ହଂସରାଜ ହଂସ ଅଛନ୍ତି। ଥିଏଟର ନିର୍ଦ୍ଦେଶକ ୱାମନ କେନ୍ଦ୍ରେ ଓ ଲେଖକ ରମେଶ ପାଟଙ୍ଗେଙ୍କୁ ପୂର୍ବ ବୋର୍ଡରୁ ନୂଆ ବୋର୍ଡରେ ମଧ୍ୟ ରଖାଯାଇଛି। ଏହି ଦୁଇଜଣ ପୂର୍ବ ବୋର୍ଡର ଏକମାତ୍ର ସଦସ୍ୟ, ଯେଉଁମାନେ ପୁନର୍ଗଠିତ ବୋର୍ଡରେ ସ୍ଥାନ ପାଇଛନ୍ତି।

Indian ODI squad: ୱେଷ୍ଟଇଣ୍ଡିଜ ଶୃଙ୍ଖଳା ପାଇଁ ଭାରତୀୟ ଦିନିକିଆ ଦଳ: ଫେରିଲେ ଜାଡ଼େଜା, ଗାଏକ୍ବାଡ୍‌; ନବି, ନମନଙ୍କୁ ସୁଯୋଗ

୨୦୧୭ ଅଗଷ୍ଟରେ ଶେଷ ଥର ପାଇଁ ସିବିଏଫ୍‌ସିର ପୁନର୍ଗଠନ ହୋଇଥିଲା। ସେତେବେଳେ ନିର୍ଦ୍ଧାରିତ ୩ ବର୍ଷର କାର୍ଯ୍ୟକାଳ ୨୦୨୦ରେ ଶେଷ ହୋଇଥିଲେ ମଧ୍ୟ ନୂଆ ବୋର୍ଡ ଗଠନ ନ ହେବାରୁ ପୁରୁଣା ସଦସ୍ୟମାନେ ନୂଆ ସଦସ୍ୟ ନିଯୁକ୍ତ ହେବା ପର୍ଯ୍ୟନ୍ତ ପଦରେ ରହିଥିଲେ। ସମ୍ପ୍ରତି ଚଳଚ୍ଚିତ୍ରରେ କଟକଣାକୁ ନେଇ ସିବିଏଫ୍‌ସି ସମାଲୋଚନାର ସମ୍ମୁଖୀନ ହୋଇଥିଲା। ଜୁଲାଇରେ ‘ସ୍ପାଇଡର-ମ୍ୟାନ୍‌: ବ୍ରାଣ୍ଡ ନ୍ୟୁ ଡେ’କୁ ୟୁଏ ୧୩ ପ୍ରମାଣପତ୍ର ମିଳିଥିଲା ଏବଂ ଏକ ୮ ସେକେଣ୍ଡର ଚୁମ୍ବନ ଦୃଶ୍ୟ କାଟି ଦିଆଯାଇଥିଲା। ଏହା ପୂର୍ବରୁ ବିଜୟଙ୍କ ଅଭିନୀତ ତାମିଲ ଚଳଚ୍ଚିତ୍ର ‘ଜନନାୟକନ୍‌’ର ମୁକ୍ତିକୁ ନେଇ ମଧ୍ୟ ସିବିଏଫ୍‌ସି ଚର୍ଚ୍ଚାରେ ରହିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।