CBI: ମହାଦେବ ବେଟିଂ ଆପ୍ ପ୍ରମୋଟରଙ୍କୁ ଓମାନରୁ ପ୍ରତ୍ୟର୍ପଣ କଲା ସିବିଆଇ
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୬,୦୦୦ କୋଟି ଟଙ୍କାର ମହାଦେବ ଅନଲାଇନ୍ ବେଟିଂ ସିଣ୍ଡିକେଟର ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରକରଙ୍କୁ ଓମାନରୁ ପ୍ରତ୍ୟର୍ପଣ କରିଛି। ଓମାନକୁ ସ୍ୱତନ୍ତ୍ର ଭାବରେ ପଠାଯାଇଥିବା ଏକ ଦଳ ଚନ୍ଦ୍ରକରଙ୍କୁ ଭାରତ ଫେରାଇ ଆଣିଛି। ତାଙ୍କୁ ସୋମବାର ରାୟପୁରର ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ। ସିବିଆଇ ଅନ୍ୟ କେନ୍ଦ୍ରୀୟ ସଂସ୍ଥାର ସହଯୋଗରେ ଚନ୍ଦ୍ରକରଙ୍କୁ ଓମାନରୁ ପ୍ରତ୍ୟର୍ପଣ କରିବାରେ ସଫଳ ହୋଇଥିଲା। ଇଣ୍ଟରପୋଲ୍ ରେଡ୍ ନୋଟିସ୍ ଆଧାରରେ ଚନ୍ଦ୍ରକରଙ୍କୁ ମସ୍କଟରେ ଠାବ କରାଯାଇଥିଲା ଓ ଜୁନ୍ ଶେଷ ଭାଗରେ ରୟାଲ୍ ଓମାନ ପୁଲିସ ତାଙ୍କୁ ଅଟକ ରଖିଥିଲା।
ଚନ୍ଦ୍ରକରଙ୍କୁ ସିବିଆଇର ଦୁଇଟି ମାମଲାରେ ୱାଣ୍ଟେଡ୍, ଯେଉଁଥିରେ ପୂର୍ବରୁ ଚାର୍ଜସିଟ୍ ଦାଖଲ ହୋଇସାରିଛି ଓ ଏକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ମଧ୍ୟ ଅଭିଯୋଗ ଦାଖଲ କରାଯାଇଛି।ଭାରତ ଓ ବିଦେଶରେ ଅନେକ ସମ୍ପତ୍ତି ଆଟାଚ୍ କରାଯାଇଛି। ଛତିଶଗଡ଼ ସରକାରଙ୍କ ଅନୁରୋଧକ୍ରମେ ସିବିଆଇ ମହାଦେବ ଅନଲାଇନ୍ ବେଟିଂ ମାମଲାରେ ତଦନ୍ତ କରୁଛି।
Politics: ରାଜନୀତିରେ ପାଦ ଥାପିଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ
ତଦନ୍ତରୁ ଜଣାପଡିଛି ଯେ, ଏହି ସିଣ୍ଡିକେଟ୍ ଦେଶର ସବୁଠାରୁ ବଡ଼ ବେଆଇନ ଅନଲାଇନ୍ ବେଟିଂ ନେଟୱାର୍କ ଭାବରେ କାର୍ଯ୍ୟ କରୁଥିଲା ଯାହା ଭାରତ ବାହାରୁ ଚାଲିଥିଲା। ଏହି ମାମଲାରେ ମହାଦେବ ପ୍ରମୋଟର ଦ୍ୱାରା ଲାଞ୍ଚ ନେଇଥିବା ଅଭିଯୋଗରେ ପୁଲିସ ଅଧିକାରୀ ଓ ରାଜନେତାଙ୍କ ସମେତ ଅନେକ ସରକାରୀ କର୍ମଚାରୀ ସନ୍ଦେହ ଘେରରେ ଅଛନ୍ତି। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି। ଇଡି ଏହାର ଏକ ଚାର୍ଜସିଟରେ ଦାବି କରିଥିଲା ​​ଯେ ସୌରଭ ଚନ୍ଦ୍ରକର ଓ ରବି ଉପ୍ପଲ ଭୂପେଶ ବଘେଲଙ୍କୁ ୫୦୮ କୋଟି ମୂଲ୍ୟର ଲାଞ୍ଚ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।