01 NOVEMBER 2026

Welcome!

Unlock your personalized experience.
Sign Up

Delhi: ଦିଲ୍ଲୀରେ ୧୦ ହଜାର ସୁରକ୍ଷାକର୍ମୀ ମୁତୟନ, ରାହୁଲଙ୍କ ଆହ୍ବାନ: ପ୍ରତିବାଦ କାର୍ଯ୍ୟକ୍ରମ ପରେ କିଣାକିଣି କର

Nov 01, 2026 - 21:17
Delhi: ଦିଲ୍ଲୀରେ ୧୦ ହଜାର ସୁରକ୍ଷାକର୍ମୀ ମୁତୟନ, ରାହୁଲଙ୍କ ଆହ୍ବାନ: ପ୍ରତିବାଦ କାର୍ଯ୍ୟକ୍ରମ ପରେ କିଣାକିଣି କର

ନୂଆଦିଲ୍ଲୀ: ଇଣ୍ଡି ମେଣ୍ଟର ପ୍ରତିବାଦ ସମାବେଶକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ରୀୟ ଦିଲ୍ଲୀ ଅଞ୍ଚଳରେ ପ୍ରାୟ ୧୦ ହଜାର ପୁଲିସ ଏବଂ ଅର୍ଦ୍ଧସାମରିକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ସେଣ୍ଟ୍ରାଲ ଦିଲ୍ଲୀ ଡିସିପି ରୋହିତ ରାଜବୀର କହିଛନ୍ତି ଯେ, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସମ୍ପୃକ୍ତ ଅଞ୍ଚଳରେ ୨୦୦ ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇଥିଲା। ଏହା ସହିତ ସମଗ୍ର ରାଲି ସ୍ଥଳ ଏବଂ ଏହାର ଆଖପାଖରେ ଥିବା ସମସ୍ତ ପ୍ରବେଶ ପଥରେ ପୁଲିସ କର୍ମଚାରୀମାନଙ୍କୁ ସଜାଗ ରଖାଯାଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏହି ପ୍ରତିବାଦ ପଦଯାତ୍ରା ସମ୍ପର୍କରେ ଘୋଷଣା କରିଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ଏହି ପଦଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ସମସ୍ତ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯାଇଥିଲା।

ଏହି ସମାବେଶକୁ ନେଇ ଦିଲ୍ଲୀ ଟ୍ରାଫିକ ପୁଲିସ ପକ୍ଷରୁ କେନ୍ଦ୍ର ଦିଲ୍ଲୀର କେତେକ ପ୍ରମୁଖ ମାର୍ଗରେ ରୁଟ୍ ଡାଇଭର୍ସନ ବା ରାସ୍ତା ବଦଳାଇବା ସହ ଅନେକ କଟକଣା ଜାରି କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଟ୍ରାଫିକ କଟକଣା ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା।

ଆହୁରି ପଢନ୍ତୁ: Ramayan: ରଣବୀର କପୁରଙ୍କ 'ରାମାୟଣ': ରିଲିଜ୍ ପୂର୍ବରୁ ବିଶ୍ୱବ୍ୟାପୀ ଆଡ୍‌ଭାନ୍ସ ବୁକିଂରେ ୪୦ କୋଟି ଟପିଲା

ଅନ୍ୟପକ୍ଷରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆନ୍ଦୋଳନକାରୀଙ୍କୁ ପ୍ରତିବାଦ କାର୍ଯ୍ୟକ୍ରମ ପରେ କିଣାକିଣି’ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସେ ନିଜ ଏକ୍ସ (ଟୁଇଟର) ଆକାଉଣ୍ଟରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ଇଣ୍ଡି ମେଣ୍ଟର ରାଲିରେ ଯୋଗଦେବାକୁ ଦେଶର ବିଭିନ୍ନ ସ୍ଥାନରୁ ଦିଲ୍ଲୀ ଆସୁଥିବା ଲକ୍ଷ ଲକ୍ଷ ଜନସାଧାରଣ ଏହି ପାର୍ବଣ ଋତୁରେ ଦିଲ୍ଲୀର ସ୍ଥାନୀୟ ବ୍ୟବସାୟୀଙ୍କୁ ସହଯୋଗ କରନ୍ତୁ। ବିରୋଧ ପ୍ରଦର୍ଶନ, ପଦଯାତ୍ରା ଏବଂ ରାଲି କରିବା ସହିତ ଆପଣମାନେ ବଜାରରୁ କିଛି କିଣାକିଣି ମଧ୍ୟ କରନ୍ତୁ, ଯାହାଦ୍ୱାରା ଦିଲ୍ଲୀର ଛୋଟ ବଡ଼ ବ୍ୟବସାୟୀମାନେ ଉପକୃତ ହୋଇପାରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।