CBI action: ସିବିଆଇ ହାତରେ ଗିରଫ ହେଲେ ଏକଲବ୍ୟ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ
"ନୂଆପଡ଼ା (ଅଶ୍ବିନୀ ପାଣିଗ୍ରାହୀ): ଲାଞ୍ଚ ନେବା ଅଭିଯୋଗରେ ନୂଆପଡ଼ା ଜିଲ୍ଲାର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ କ୍ରିଷ୍ଣାମୂର୍ତ୍ତି ନାଇଡୁଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଛି।
ଏଏନଏମ୍ ଭାବେ କାର୍ଯ୍ୟରତ ଜଣେ ଅଭିଯୋଗକାରୀଙ୍କ ସେବା ବୃଦ୍ଧି ପାଇଁ ତାଙ୍କ ନାମ ସୁପାରିସ କରିବା ବଦଳରେ ଲାଞ୍ଚ ଦାବି କରାଯାଇଥିବା ସିବିଆଇ ପକ୍ଷରୁ କୁହାଯାଇଛି।
Advertisment ସିବିଆଇର ସୂଚନା ଅନୁଯାୟୀ, ଅଭିଯୁକ୍ତ ଅଧ୍ୟକ୍ଷ ଅଭିଯୋଗକାରୀଙ୍କ ଠାରୁ ପ୍ରଥମେ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।
ନୂଆପଡ଼ାସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଏଏନଏମ୍ ଭାବେ ତାଙ୍କ ସେବା ଅବଧି ବୃଦ୍ଧି କରିବା ପାଇଁ ନାମ ସୁପାରିସ କରିବା ବଦଳରେ ଏହି ଟଙ୍କା ଦାବି ହୋଇଥିବା ଅଭିଯୋଗରେ ଉଲ୍ଲେଖ ରହିଥିଲା।
ଘଟଣାକୁ ନେଇ ଅଭିଯୋଗ ମିଳିବା ପରେ ସିବିଆଇ ଗତ ୭ ତାରିଖରେ ମାମଲା ରୁଜୁ କରିଥିଲା।
ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କ ସହ ଟଙ୍କା ନେବା ସମ୍ପର୍କରେ ଆଲୋଚନା ହୋଇଥିବାବେଳେ ସେ ୧୨ ହଜାର ଟଙ୍କା ନେବାକୁ ରାଜି ହୋଇଥିବା ସିବିଆଇ କହିଛି।
DGP: ଡିିଜିପି ନିଯୁକ୍ତି ମାମଲାରେ ସୁଶାନ୍ତ ନାଥଙ୍କ ସତ୍ୟପାଠ: ସିବିଆଇ ଜେରା କରିଥିବା ଦୁଇ ଆଇପିଏସ୍ ଅଧିକାରୀଙ୍କୁ ମିଳିଛି ସୁଯୋଗ ଏହାପରେ ସିବିଆଇ ପକ୍ଷରୁ ଯୋଜନାବଦ୍ଧ ଭାବେ ଜାଲ ବିଛାଯାଇଥିଲା।
ଅକ୍ଟୋବର ୭ ତାରିଖରେ ଅଭିଯୋଗକାରୀଙ୍କଠାରୁ ୧୨ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଅଭିଯୁକ୍ତ ଅଧ୍ୟକ୍ଷଙ୍କୁ ସିବିଆଇ ଧରିଥିଲା।
ପରେ ତାଙ୍କୁ ଗିରଫ କରାଯାଇଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି।
ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।
ଏହି ଘଟଣା ପରେ ଜିଲ୍ଲାର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟଗୁଡ଼ିକରେ ପ୍ରଶାସନିକ ବ୍ୟବସ୍ଥା ଓ କାର୍ଯ୍ୟପ୍ରଣାଳୀକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ଘଟଣାର ଅନ୍ୟାନ୍ୟ ପାର୍ଶ୍ୱ ସ୍ପଷ୍ଟ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।