CBSE Announces 2027 Board Exam Dates: ସିବିଏସଇ ବୋର୍ଡ ପରୀକ୍ଷା ୨୦୨୭ ତାରିଖ ଘୋଷଣା, ଏହିଦିନ ଆରମ୍ଭ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା
ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ବଡ଼ ଖବର।
୨୦୨୭ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE)।
ଆସନ୍ତା ବର୍ଷ ଫେବ୍ରୁଆରୀ ୧୬ ତାରିଖରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଆରମ୍ଭ ହେବ।
ସମସ୍ତ ପରୀକ୍ଷା ପୂର୍ବାହ୍ନ ୧୦ଟା ୩୦ ମିନିଟ୍ରେ ଆରମ୍ଭ ହେବ।
Advertisment ପରୀକ୍ଷା ଆରମ୍ଭ ହେବାର ୧୦୧ ଦିନ ପୂର୍ବରୁ ବୋର୍ଡ ପ୍ରକାଶ କରିଛି ଡେଟ୍ସିଟ୍।
CBSEର ନଭେମ୍ବର ୬ ତାରିଖର ବିଜ୍ଞପ୍ତି ଅନୁସାରେ, ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ୮୩ଟି ବିଷୟରେ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ୧୨୧ଟି ବିଷୟରେ ପରୀକ୍ଷା ଦେବେ।
ଡେଟ୍ସିଟ୍ ପ୍ରସ୍ତୁତ କରିବା ବେଳେ ଗୋଟିଏ ପରୀକ୍ଷା ଓ ଅନ୍ୟ ପରୀକ୍ଷା ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖିବା ସହ ନିଟ୍ ଓ ଅନ୍ୟ ପ୍ରମୁଖ ପ୍ରବେଶିକା ପରୀକ୍ଷାର ସମୟକୁ ମଧ୍ୟ ବିଚାରକୁ ନିଆଯାଇଛି।
ଏହାସହ ୪୦ ହଜାରରୁ ଅଧିକ ବିଷୟ ସମ୍ମିଶ୍ରଣକୁ ଯାଞ୍ଚ କରି ଏପରି ସମୟସୂଚୀ ପ୍ରସ୍ତୁତ ହୋଇଛି, ଯାହାଦ୍ୱାରା ଜଣେ ଛାତ୍ରଙ୍କ ଦୁଇଟି ବିଷୟର ପରୀକ୍ଷା ଗୋଟିଏ ଦିନରେ ପଡ଼ିବ ନାହିଁ।
Advertisment ସ୍କୁଲରେ ପାଠପଢ଼ା ବାଧାପ୍ରାପ୍ତ ନହେବା ଏବଂ ମୂଲ୍ୟାୟନ ସମୟରେ ଛାତ୍ରଛାତ୍ରୀଙ୍କୁ ଦୀର୍ଘ ସମୟ ସ୍କୁଲରୁ ଦୂରେଇ ରହିବାକୁ ନପଡ଼ିବା ଉପରେ ମଧ୍ୟ ବୋର୍ଡ ଧ୍ୟାନ ଦେଇଛି।
ତେବେ ପରୀକ୍ଷାର ସମ୍ପୂର୍ଣ୍ଣ ତାରିଖ ଜାଣିବା ପାଇଁ ଛାତ୍ରଛାତ୍ରୀ CBSEର ଅଫିସିଆଲ୍ ୱେବସାଇଟ୍ରେ ଡେଟ୍ସିଟ୍ ଯାଞ୍ଚ କରିପାରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।