Central Team Arrives in Odisha Today : ଆଜି ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ, ଅର୍ଣ୍ଣବ କ୍ଷୟକ୍ଷତିର ଅନୁଧ୍ୟାନ କରିବ
ଅର୍ଣ୍ଣବ କ୍ଷୟକ୍ଷତିର ଆକଳନ ପାଇଁ ଆଜି ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍।
ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ କ୍ଷୟକ୍ଷତିର ଅନୁଧ୍ୟାନ କରିବ ଏହି କେନ୍ଦ୍ରୀୟ ଟିମ।
କେନ୍ଦ୍ର ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ବରେ ଏହି ଟିମ କ୍ଷୟକ୍ଷତିର ଆକଳନ କରିବ।
ଏହି ଟିମରେ ଅଛନ୍ତି, ପାଟନା ସ୍ଥିତ ଧାନ ବିକାଶ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ମାନ ସିଂ, କେନ୍ଦ୍ର ଅର୍ଥମନ୍ତ୍ରାଳୟ ବ୍ୟୟ ବିଭାଗ ଉପନିର୍ଦ୍ଦେଶକ ଚାହୁଲ ଚୌରାସିଆ, ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଜଳ ଆୟୋଗର ନିର୍ଦ୍ଦେଶକ ଦିଲୀପ କୁମାର ଜେନା, ଶକ୍ତି ମନ୍ତ୍ରାଳୟ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ଉପନିର୍ଦ୍ଦେଶକ କରନ ସରିନ, ଭୁବନେଶ୍ବର ସ୍ଥିତ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁନୀଲ କୁମାର, ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଅନୁଶାସନ ସଚିବ ଅଜୟ କୁମାର ସାହୁ ଓ ହାଇଦ୍ରାବାଦ ସ୍ଥିତ ଇସ୍ରୋର ଜାତୀୟ ରିମୋଟ ସେନ୍ସିଂ କେନ୍ଦ୍ରର ବୈଜ୍ଞାନିକ ସି.ସାଇକୃଷ୍ଣ।
Advertisment କେନ୍ଦ୍ରୀୟ ଟିମର ରିପୋର୍ଟ ସହ ଏପଟେ ରାଜ୍ୟର ରିପୋର୍ଟକୁ କେନ୍ଦ୍ରକୁ ପଠାଯିବ।
ଉଭୟ ରିପୋର୍ଟକୁ ଅନୁଧ୍ୟାନ କରି ଓଡ଼ିଶାକୁ ଆର୍ଥିକ ସହାୟତା ମିଳିବ।
ଆବଶ୍ୟକ ସ୍ଥଳେ ସପ୍ଲିମେଣ୍ଟ ବଜେଟ୍ କୁ ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କ୍ଷୟକ୍ଷତି ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଚୂଡ଼ାନ୍ତ ଆକଳନ ପରେ ଆବଶ୍ୟକ ହେଲେ ସହାୟତା ପ୍ୟାକେଜର ପୁନଃସମୀକ୍ଷା କରାଯିବ।
ଅନ୍ୟପଟେ ଆଉ ଏକ ସମ୍ଭାବ୍ୟ ବାତ୍ୟା 'ମୁରାସୁ'ର ପ୍ରଭାବକୁ ନେଇ ମଧ୍ୟ ପ୍ରଶାସନ ସତର୍କ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ଗତକାଲି SRC ଅଫିସକୁ ଯାଇ ବାତ୍ୟା ମୁରାସୁର ମୁକାବିଲା ପ୍ରସ୍ତୁତି ନେଇ ନିଜେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି।
ପ୍ରଭାବିତ ଅଞ୍ଚଳରେ ନିୟୋଜିତ ଅଧିକାରୀ ଓ ଉଦ୍ଧାରକାରୀ ଦଳଙ୍କୁ ସେଠାରେ ରଖିବା ସହ ଅତିରିକ୍ତ ୫୦ ଜଣ ଅଧିକାରୀଙ୍କୁ ମୁତୟନ କରାଯାଇଛି।
ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ହେଉଛି କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ, ଭିତ୍ତିଭୂମିର ପୁନରୁଦ୍ଧାର।
ସେହିଭଳି ପ୍ରଭାବିତ ଅଞ୍ଚଳରେ ସ୍ୱାଭାବିକ ଜୀବନଯାତ୍ରା ଫେରାଇ ଆଣିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।