Centre Approves 3% DA Hike: କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳି ଭେଟି, DA ବୃଦ୍ଧିକୁ କ୍ୟାବିନେଟ୍‌ର ମଞ୍ଜୁରୀ

Oct 28, 2026 - 15:47
Centre Approves 3% DA Hike: କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳି ଭେଟି, DA ବୃଦ୍ଧିକୁ କ୍ୟାବିନେଟ୍‌ର ମଞ୍ଜୁରୀ

ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର ।

ବଢ଼ିଲା ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍‌ (DR) ।

୩ ପ୍ରତିଶତ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ।

ଏଣିକି ମୂଳ ଦରମାର ୬୦ ପ୍ରତିଶତ ବଦଳରେ ମିଳିବ ୬୩ ପ୍ରତିଶତ ମହଙ୍ଗା ଭତ୍ତା ।

୨୦୨୬ ଜୁଲାଇ ୧ ତାରିଖରୁ ଏହି ବର୍ଦ୍ଧିତ ହାର ଲାଗୁ ହେବ ।

Advertisment କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର, ଅକ୍ଟୋବର ୨୮ ତାରିଖରେ କ୍ୟାବିନେଟ୍‌ ବୈଠକ ପରେ ଏହି ଘୋଷଣା କରିଛନ୍ତି ।

ଏହାଦ୍ୱାରା ପ୍ରାୟ ୪୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

ଏହି ନିଷ୍ପତ୍ତି ପାଇଁ ସରକାରଙ୍କ ଉପରେ ବାର୍ଷିକ ପ୍ରାୟ ୧୦ ହଜାର ୧୬ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ।

ଦୀପାବଳି ପୂର୍ବରୁ ଏହି ଘୋଷଣା କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଆଣିଛି ଖୁସିର ଖବର ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।