Chameli Ojha Case: ଚାମେଲି ଓଝାଙ୍କ ବିରୋଧରେ ଜାରି ରହିବ ଅନାସ୍ଥା; ଅନ୍ତରୀଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Aug 11, 2026 - 20:34
Chameli Ojha Case: ଚାମେଲି ଓଝାଙ୍କ ବିରୋଧରେ ଜାରି ରହିବ ଅନାସ୍ଥା; ଅନ୍ତରୀଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଚାମେଲି ଓଝାଙ୍କ ବିରୋଧରେ ଜାରି ରହିବ ଅନାସ୍ଥା। କେନ୍ଦ୍ରାପଡ଼ା ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରକ୍ରିୟା ଜାରି ରଖିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ତେବେ ଫଳାଫଳ ପ୍ରକାଶ କରିବା ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି। ବିନା ଅନୁମତିରେ ଅନାସ୍ଥା ଭୋଟିଙ୍ଗ ଫଳାଫଳ ପ୍ରକାଶ ନକରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। 

ଏହାସହ ଚାମେଲି ଓଝାଙ୍କ ଆବେଦନ ଉପରେ ଶୁଣାଣି ଶେଷ କରି ରାୟ ସରଂକ୍ଷିତ ରଖିଛନ୍ତି ହାଇକୋର୍ଟ। ଚାମେଲି ନିଜ ଆବେଦନରେ ଦର୍ଶାଇଛନ୍ତି ଯେ, ଗ୍ରାମପଞ୍ଚାୟତ ଆଇନ ଅନୁସାରେ ତାଙ୍କୁ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ କୌଣସି ଦସ୍ତାବିଜ ଦିଆଯାଇନାହିଁ। ସେ ଅନୁପସ୍ଥିତ ଥିଲା ବେଳେ ତାଙ୍କ ନିରକ୍ଷର ବାପାଙ୍କୁ ନୋଟିସ ଧରାଇ ଦିଆ ଯାଇଛି। ନୋଟିସ ବ୍ୟତୀତ ରିଜୋଲ୍ୟୁସନ ଓ ରିକ୍ୟୁଜିସନ କପି ତାଙ୍କୁ ଦିଆ ଯାଇନାହିଁ ବୋଲି ଚାମେଲି ଅଭିଯୋଗ କରିଛନ୍ତି। 

ଏ ସଂକ୍ରାନ୍ତରେ ଚାମେଲି ଉପଜିଲ୍ଲାପାଳଙ୍କୁ ଦୁଇ ଥର ଭେଟି କପି ମାଗି ନିରାଶ ହୋଇଥିଲେ ବୋଲି ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ଅନ୍ୟପଟେ ଆଜି ଶୁଣାଣି ସମୟରେ ପ୍ରତିପକ୍ଷଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି। ଯେଉଁଥିରେ ଅନାସ୍ଥା ପ୍ରସ୍ତାବରେ କୌଣସି ତ୍ରୁଟି ନଥିବା କଥା କୁହାଯାଇଛି। ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା ୧୩ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ କରାଯିବାକୁ ଧାର୍ଯ୍ୟ ହୋଇଛି।

  • ଚାମେଲିଙ୍କ ବିରୋଧରେ ଚାଲିବ ଅନାସ୍ଥା
  • ଚାମେଲି ଓଝାଙ୍କ ବିରୋଧରେ ଜାରି ରହିବ ଅନାସ୍ଥା
  • ଅନ୍ତରୀଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
  • ନିର୍ବାଚନ ପ୍ରକ୍ରିୟା ଜାରି ରହିବ କହିଲେ ହାଇକୋର୍ଟ
  • ଫଳ ଘୋଷଣା ଉପରେ ହାଇକୋର୍ଟ ଲଗାଇଲେ ଅଙ୍କୁଶ 
  • ବିନା ଅନୁମତିରେ ଫଳ ଘୋଷଣା ନ କରିବାକୁ ନିର୍ଦ୍ଦେଶ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।