Chandranath Rath: ଟାର୍ଗେଟରେ ଥିଲେ ଶୁଭେନ୍ଦୁ ମରିଗଲେ ପିଏ !
"ଖୋଲିଲା ରହସ୍ୟ।
ଜଣାପଡ଼ିଲା ସତ।
ନିଜ ଲୋକ ହିଁ କରିଥିଲେ ହତ୍ୟା।
ତଦନ୍ତ କରି ଅପରାଧିକୁ ଠାବ କଲା ସିବିଆଇ।
ନିଜ ଦଳର ଲୋକଙ୍କ ଷଡ଼ଯନ୍ତ୍ରରେ ପ୍ରାଣ ହରାଇଥିଲେ ପଶ୍ଚିମବଙ୍ଗ ବିରୋଧୀ ଦଳନେତା ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଚନ୍ଦ୍ରନାଥ ରଥ।
ଏହି ମାମଲାରେ ସିବିଆଇ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।
ବିଜେପିର ଦୁଇଜଣ କର୍ମୀ ହିଁ ସାଜିଥିଲେ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ।
ଏହି ହତ୍ୟାକାଣ୍ଡ ପାଇଁ ସେମାନେ ଉତ୍ତରପ୍ରଦେଶର ସୁଟରମାନଙ୍କୁ ସୁପାରି ଦେଇଥିଲେ।
ଏହି ଷଡ଼ଯନ୍ତ୍ରରେ ସାଗର ସୋନକର ଓ ତାଙ୍କ ଭାଇ ସାହିବ ସୋନକରଙ୍କ ସଂପୃକ୍ତି ଥିବା ସିବିଆଇ ଚାର୍ଜସିଟ୍ରେ ଉଲ୍ଲେଖ କରିଛି।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।