Chaos at Bhubaneswar Airport: ଭୁବନେଶ୍ବରରେ ଏୟାରପୋର୍ଟରେ ହଙ୍ଗାମା; ତାତିଲେ ମହିଲା, ଭଙ୍ଗାରୁଜା କଲେ

Aug 14, 2026 - 10:24
Chaos at Bhubaneswar Airport: ଭୁବନେଶ୍ବରରେ ଏୟାରପୋର୍ଟରେ ହଙ୍ଗାମା; ତାତିଲେ ମହିଲା, ଭଙ୍ଗାରୁଜା କଲେ

ଭୁବନେଶ୍ୱର ବିମାନବନ୍ଦରରେ ମହିଳାଙ୍କ ଯାତ୍ରୀଙ୍କ ଅସନ୍ତୋଷ। ଇଣ୍ଡିଗୋ ବିମାନ ବିଳମ୍ବ ଓ ବାତିଲକୁ ନେଇ ଅସନ୍ତୋଷ ଝାଡ଼ିଲେ ମହିଳା ଯାତ୍ରୀ। ମହିଳା ଯାତ୍ରୀ ଜଣକ କୋଲକାତା ଯିବାର ଥିଲା। ସେ ତାଙ୍କ ପୁଅର ଚିକିତ୍ସା ଲାଗି କୋଲକାତା ଯାଉଥିଲେ। କିନ୍ତୁ ଯାନ୍ତ୍ରିକ ସମସ୍ୟା ନେଇ ଇଣ୍ଡିଗୋ ବିମାନ ବିଳମ୍ବ, ଆଉ ତା ପରେ ବାତିଲ ହେବାରୁ ତାତିଥିଲେ ମହିଳା। ବିମାନ ବନ୍ଦରରେ ଥିବା କମ୍ପ୍ୟୁଟର ଭଙ୍ଗାରୁଜା କରିଥିଲେ। 

ଏହାକୁ ନେଇ କିଛି ଧରି ଉତ୍ତେଜନା ଲାଗି ରହିଥିଲା। ପରେ ଏୟାରପୋର୍ଟ ଥାନାରେ ଏତଲା ଦେଇଥିଲେ ବିମାନ ବନ୍ଦର କର୍ତ୍ତୃପକ୍ଷ।  ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି। ସେପଟେ ବିମାନଟି ବାତିଲ ହେବା ପରେ ଅନ୍ୟ କନେକଟିଂ ବିମାନ ଯୋଗେ ଯାତ୍ରୀମାନେ କୋଲକାତା ଅଭିମୁଖେ ଯାଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।