Char Dham Yatra: ଚାରିଧାମ ଯାତ୍ରା ପୁଣି ଆରମ୍ଭ: ଭୂସ୍ଖଳନ ପରେ ଚିରବାସାରୁ ୧,୫୦୦ ତୀର୍ଥଯାତ୍ରୀ ଉଦ୍ଧାର
"ଡେରାଡୁନ: ପାଣିପାଗ ସ୍ଥିତିରେ ଉନ୍ନତି ପରେ ଚାରିଧାମ ଯାତ୍ରା ସୋମବାରଠାରୁ ପୁଣି ଆରମ୍ଭ ହୋଇଛି।
ଗଡ଼ୱାଲ କମିସନର୍ ଆନନ୍ଦ ସ୍ବରୂପ ଚାରିଧାମ ଯାତ୍ରା ଆରମ୍ଭ ନେଇ ସମସ୍ତ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିଛନ୍ତି।
ସ୍ବରୂପ କହିଛନ୍ତି, ପାଣିପାଗ ବିଭାଗ ପକ୍ଷରୁ ଜାରି ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସୁରକ୍ଷା ପାଇଁ ଚାରିଧାମ ଯାତ୍ରା ସେପ୍ଟେମ୍ବର ୨୬ ତାରିଖ ଅପରାହ୍ଣରୁ ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା।Advertisment ପାଣିପାଗ ସ୍ଥିତିରେ ସୁଧାର ଆସିବା ପରେ ଯାତ୍ରା ପୁଣି ଆରମ୍ଭ କରାଯାଇଛି।
କମିଶନର ସ୍ୱରୂପ କହିଛନ୍ତି ଯେ, ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟମାନେ ସେମାନଙ୍କ ଜିଲ୍ଲାର ସ୍ଥାନୀୟ ପରିସ୍ଥିତିକୁ ଆଧାର କରି ଯାତ୍ରା ପରିଚାଳନା ସମ୍ପର୍କରେ ଆବଶ୍ୟକୀୟ ନିଷ୍ପତ୍ତି ନେଇପାରିବେ।
ରାସ୍ତା ଅବରୋଧ, ପ୍ରବଳ ବର୍ଷା କିମ୍ବା ପ୍ରତିକୂଳ ପାଗ ପରିସ୍ଥିତିର କ୍ଷେତ୍ରରେ ଜିଲ୍ଲା ମାଜିଷ୍ଟ୍ରେଟମାନେ ସେମାନଙ୍କ ସ୍ତରରେ ଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିପାରିବେ।
ଚିରବାସା ହେଲିପ୍ୟାଡ୍ ନିକଟରେ ରାସ୍ତା ଅବରୋଧ ରବିବାର ବିଳମ୍ବିତ ରାତିରେ କେଦାରନାଥ ମାର୍ଗରେ ଚିରବାସା ନିକଟରେ ଭୂସ୍ଖଳନ ଯୋଗୁଁ ଫସି ରହିଥିବା ପ୍ରାୟ ୧,୫୦୦ ତୀର୍ଥଯାତ୍ରୀଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍ଡିଆର୍ଏଫ୍), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍ଡିଆର୍ଏଫ୍) ଓ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ବାହିନୀ (ଡିଡିଆର୍ଏଫ୍)ର ମିଳିତ ଦଳ ଦ୍ୱାରା ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ଗୌରୀକୁଣ୍ଡକୁ ନିଆଯାଇଛି।
ଭୂସ୍ଖଳନ ଯୋଗୁ ଶ୍ରଦ୍ଧାଳୁମାନେ ଗୌରୀକୁଣ୍ଡଠାରୁ କିମି ଦୂର ଚିରବାସାରେ ଫସି ରହିଥିବା ରବିବାର ଖବର ମିଳିଥିଲା।
ଚିରବାସା ହେଲିପ୍ୟାଡ୍ ନିକଟରେ ରାସ୍ତା ଅବରୋଧ ହୋଇଥିଲା।
ପାହାଡ଼ ପାର୍ଶ୍ୱରୁ ନିରନ୍ତର ପଥର ଖସିବା ଯୋଗୁ ସ୍ଥିତି ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସ୍ଡିଆର୍ଏଫ୍, ଏନ୍ଡିଆର୍ଏଫ୍ ଓ ଡିଡିଆର୍ଏଫ୍ ଦଳ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
Mahanadi Flood: ମହାନଦୀରେ ଚତୁର୍ଥ ବନ୍ୟା: ବାଙ୍କୀରେ ବଢ଼ିଲା ଆଶଙ୍କା, ତଳିଆ ଅଞ୍ଚଳକୁ ବିପଦ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।