Minor Molestation Case ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର୍‌

Sep 28, 2026 - 19:26
Minor Molestation Case ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର୍‌

"ରାଇରଙ୍ଗପୁର/ଗୋରୁମହିଷାଣୀ: ରାଇରଙ୍ଗପୁର ପୁଲିସ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୩ ବର୍ଷ)ଙ୍କୁ ଜଣେ ଯୁବକ କିଛି ମାସ ପୂର୍ବରୁ ଦୁଷ୍କର୍ମ କରିଥିଲେ ।

ବର୍ତ୍ତମାନ ନାବାଳିକା ଜଣକ ୭ ମାସର ଗର୍ଭବତୀ ଅଛନ୍ତି।

ଏନେଇ ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ତେବେ ଅଭିଯୁକ୍ତ ଯୁବକ ଫେରାର୍‌ ହୋଇଯାଇଥିବା ଜଣାଯାଇଛି।

Advertisment Minor Rape Attempt Case: ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲା: ଦୋଷୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ, ୧୦ ହଜାର ଟଙ୍କା ଜରିମାନା ଅଭିଯୋଗ ଅନୁଯାୟୀ, ଗୋରୁମହିଷାଣୀ ଥାନା ଗୁହାଳଡାଙ୍ଗିରୀ ଅଞ୍ଚଳର ଆଦିବାସୀ ନାବାଳିକାଙ୍କୁ ବହଳଦା ଥାନା ଅନ୍ତର୍ଗତ କୁଳତା ଅଞ୍ଚଳର ଆଦିବାସୀ ଯୁବକ ବୁଢାନ ମାଝୀ (୨୦) ଦୁଷ୍କର୍ମ କରିଥିଲେ।

ବର୍ତ୍ତମାନ ନାବାଳିକା ଜଣଙ୍କ ୭ ମାସର ଗର୍ଭବତୀ ହେବା ପରେ ଘଟଣା ପ୍ରଘଟ ହୋଇଥିଲା।

ଏନେଇ ଗୋରୁମହିଷାଣୀ ଥାନାରେ ନାବାଳିକାଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି ।

ଲିଖିତ ଅଭିଯୋଗ ପରେ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

POCSO Case ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ ଓ ଜରିମାନାପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀ ମାଇନା ପରେ ରାଇରଙ୍ଗପୁରସ୍ଥ ୱାନ ଷ୍ଟପ ସେଣ୍ଟରରେ ରଖାଯାଇଥିବା ସୂଚନା ମିଳିଛି ।

ତେବେ ଅଭିଯୁକ୍ତ ମଧ୍ୟ ଫେରାର ଥିବା ଜଣାପଡ଼ିଛି।

ଥାନା ଅଧିକାରୀ ଜଗନ୍ନାଥ ମୁଣ୍ଡା କେସ ନଂ ୧୧୩/୨୬ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।