Chief Minister: ଗଞ୍ଜାମ ଛିନ୍ଛତ୍ର: ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ଅନୁଧ୍ୟାନ, ଅତିରିକ୍ତ ୨୦ କୋଟି ଟଙ୍କା ଅନୁଦାନ
ବ୍ରହ୍ମପୁର/ଛତ୍ରପୁର: ବାତ୍ୟା ପରେ ଭୟଙ୍କର ବନ୍ୟା ବିପତ୍ତି ଗଞ୍ଜାମ ଜିଲ୍ଲାରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ସମସ୍ତ ବିପନ୍ନଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ଚାଲିଛି। ବର୍ଷା ଛାଡ଼ିବା ପରେ ତଟରକ୍ଷୀ ବାହିନୀ ଓ ନୌସେନା ସହାୟତାରେ ଆଜି ୪ଟି ହେଲିକପ୍ଟର ଯୋଗେ ଧରାକୋଟ ଓ ଆସିକା ଜଳବନ୍ଦି ଅଞ୍ଚଳରୁ ଲୋକଙ୍କୁ ଏୟାରଲିଫ୍ଟ କରାଯାଇ ବୋଟ୍ ଯୋଗେ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଅଣାଯାଇଛି। ଏଯାବତ ୬୩୦ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୩୬୬ ଜଣଙ୍କର ସୁରକ୍ଷିତ ପ୍ରସବ କରାଯାଇଛି। ଜଳବନ୍ଦି ଅଞ୍ଚଳରୁ ଏୟାରଲିଫ୍ଟିଂ ଓ ରିଲିଫ୍ ଯୋଗାଣ ଜାରି ରହିଛି। ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧାଖାଦ୍ୟ, ପାନୀୟ ଜଳ ପହଞ୍ଚାଯାଉଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଆକାଶମାର୍ଗରୁ ବନ୍ୟା ସ୍ଥିିତି ଅନୁଧ୍ୟାନ କରିଛନ୍ତି।
Ramky waste transport: ରାମ୍କିର ବେଆଇନ ବର୍ଜ୍ୟ ପରିବହନକୁ ବିରୋଧ
ସରକାରୀ ଭାବେ ଗଞ୍ଜାମ ବନ୍ୟାରେ ୪୨,୫୬୪ ଜଣ ପ୍ରଭାବିତ ହୋଇଛନ୍ତି। ବାସ୍ତବରେ ଏହି ସଂଖ୍ୟା ଦେଢ଼ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଗଞ୍ଜାମ, ଛତ୍ରପୁର, ଆସିକା, ଶେରଗଡ଼, ହିଞ୍ଜିଳିକାଟୁ, ଧରାକୋଟ, ବେଲଗୁଣ୍ଠା, ସୋରଡ଼ା, ଭଞ୍ଜନଗର, କୁକୁଡ଼ାଖଣ୍ଡି, ରଙ୍ଗେଇଲୁଣ୍ଡା, ଚିକିଟି, ପାତ୍ରପୁର, ଦିଗପହଣ୍ଡି, ସାନଖେମୁଣ୍ଡି ଓ ବ୍ରହ୍ମପୁର ବନ୍ୟା ପ୍ରଭାବିତ ହୋଇଛି। ଏବେ ଜିଲ୍ଲାରେ ୪୫ଟି ଓଡ୍ରାଫ୍, ୫୨ଟି ଅଗ୍ନିଶମ ଟିମ୍ ସହ ୪ଟି ଏନ୍ଡିଆରଏଫ୍ ଟିମ୍ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଜିଲ୍ଲାକୁ ରାଜ୍ୟ ସରକାର ରିଲିଫ୍ ଓ ଉଦ୍ଧାର ଲାଗି ଅତିରିକ୍ତ ୨୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଜାତୀୟ ଓ ରାଜ୍ୟ ରାଜପଥ ଉପରେ ଚାଲୁଥିବା ପାଣି ଖସିଛି। ହେଲେ ରାସ୍ତା ଧୋଇ ଯାଇଥିବାରୁ ଯାତାୟାତ ସମ୍ଭବ ହୋଇ ପାରିନାହିଁ। ବାହାରେ ରହୁଥିବା ଲୋକ ଗାଁକୁ ଫେରୁଛନ୍ତି, କିନ୍ତୁ ଘର ପାଖରେ ପହଞ୍ଚି ପାରୁନାହାନ୍ତି। ଏବେବି ଅନେକ ଗାଁ ୫/୬ ଫୁଟରେ ବନ୍ୟାପାଣି ଘେରରେ। ଆସିକା, ଶେରଗଡ଼, ଧରାକୋଟ, ବେଲଗୁଣ୍ଠା ଓ ଭଞ୍ଜନଗର ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ହଜାର ହଜାର ହେକ୍ଟର ଧାନଜମି ପାଣିରେ ବୁଡ଼ିରହିଛି। ରାସ୍ତା, ବ୍ରିଜ୍ ଓ ଘରଦ୍ବାର ନଷ୍ଟ ହୋଇଯାଇଛି। ନୌସେନା ଓ ତଟରକ୍ଷୀବାହିନୀ ହେଲିକପ୍ଟରରୁ ରିଲିଫ୍ ସାମଗ୍ରୀ ଚିହ୍ନିତ ୨୧ ସ୍ଥାନରେ ଏୟାରଡ୍ରପ୍ ହେଉଥିଲା ବେଳେ ସେଠାରୁ ଅଧିକାରୀମାନେ ତାହାକୁ ସଂଗ୍ରହ କରି ବଣ୍ଟନ କରୁଛନ୍ତି। ଆସିକାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର ଜେନା ନିଜେ ଟ୍ରାକ୍ଟରରେ ଯାଇ ପ୍ରଭାବିତଙ୍କୁ ରିଲିଫ୍ ବାଣ୍ଟିଛନ୍ତି। ଖୁବଶୀଘ୍ର କେନ୍ଦ୍ରୀୟ ଟିମ୍ ଗଞ୍ଜାମ ଗସ୍ତରେ ଆସି କ୍ଷୟକ୍ଷତି ଆକଳନ କରିବ ବୋଲି ସୂଚନା ମିଳିଛି।
Ban liquor sales: ୪୫୦ ଲିଟର ଦେଶୀ ମଦ ଜବତ ସହ ୩ ଗିରଫ; ୨୧୦୦ ଲିଟର ପୋଚ ନଷ୍ଟ
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଆକାଶମାର୍ଗରୁ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି। କ୍ଷୟକ୍ଷତି ଆକଳନ ପରେ ଉପଯୁକ୍ତ କ୍ଷତିପୂରଣ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଅପରାହ୍ଣ ଗୋଟାଏରେ ଭୁବନେଶ୍ବରରୁ ବାହାରି ସାଢ଼େ ୩ଟାରେ ରଙ୍ଗେଇଲୁଣ୍ଡାରେ ପହଞ୍ଚିଥିଲେ। ସେଠାରେ ମଧ୍ୟାହ୍ନ ଭୋଜନ ପରେ ଜିଲ୍ଲା ପ୍ରଶାସନ ସହ ବନ୍ୟା ସ୍ଥିତି ସମୀକ୍ଷା କରି ସନ୍ଧ୍ୟାରେ ପୁଣି ଭୁବନେଶ୍ବର ଫେରିଯାଇଛନ୍ତି। ସେହିପରି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ହିଞ୍ଜିଳି ଓ ଶେରଗଡ଼ ବନ୍ୟାସ୍ଥିତି ବୁଝିଛନ୍ତି। ଜିଲ୍ଲାବାସୀଙ୍କୁ ସମସ୍ତ ସହଯୋଗ ତୁରନ୍ତ ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ରାଜ୍ୟ ସରକାର ୨୦ ଜଣ ଓଏଏସ୍ (ଜୁନିୟର ବ୍ରାଞ୍ଚ) ଓ ଓଆର୍ଏସ୍ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। ଅକ୍ଟୋବର ୩୦ରୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ତୁରନ୍ତ ରିପୋର୍ଟ କରିବାକୁ ଏହି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସେମାନେ ଜିଲ୍ଲାରେ ରହିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।