Child Labour Task Force Meeting ଜିଲ୍ଲାସ୍ତରୀୟ ଶିଶୁ ଶ୍ରମ ନିରୀକ୍ଷଣ କମିଟି ଓ ଟାସ୍କଫୋର୍ସ ବୈଠକ

Oct 06, 2026 - 16:34
Child Labour Task Force Meeting ଜିଲ୍ଲାସ୍ତରୀୟ ଶିଶୁ ଶ୍ରମ ନିରୀକ୍ଷଣ କମିଟି ଓ ଟାସ୍କଫୋର୍ସ ବୈଠକ

"ଛତ୍ରପୁର(ବସନ୍ତ କୁମାର ମହାରଣା): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମ ନିରୀକ୍ଷଣ କମିଟି ଓ ଶିଶୁ ଶ୍ରମ ଟାସ୍କଫୋର୍ସର ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ଶିଶୁ ଶ୍ରମିକଙ୍କୁ ଚିହ୍ନଟ, ଉଦ୍ଧାର ଓ ଥଇଥାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।Advertisment ଅତିରିକ୍ତ ଜିଲ୍ଲାପାଳ ସୁନୀଳ କୁମାର କେର୍କେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡିଏଲଓ ବର୍ଷାରାଣୀ ଜେନା ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।

୨୦୨୯ ସୁଦ୍ଧା ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା ଲକ୍ଷ୍ୟରେ ଚାଲିଥିବା ୪୪ ଦିନିଆ ସ୍ୱତନ୍ତ୍ର ଅଭିଯାନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା।

Say No to Child Labour: ନାବାଳିକା ଚାକରାଣୀଙ୍କୁ ଶାରୀରିକ ନିର୍ଯାତନା, ଘର ମାଲିକ ଅଟକ ଉଦ୍ଧାର ହେଉଥିବା ଶିଶୁମାନଙ୍କୁ ପୁନଃ ଶିକ୍ଷା ବ୍ୟବସ୍ଥା ସହ ଯୋଡ଼ିବା ସହ ସେମାନଙ୍କ ପରିବାରକୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ପ୍ରବାସୀ ଶ୍ରମିକଙ୍କ ଶିଶୁମାନେ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସିଜିନାଲ ହଷ୍ଟେଲ ବ୍ୟବସ୍ଥା କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।

Child Labour: ବିଶ୍ବ ଶିଶୁଶ୍ରମିକ ନିରୋଧ ଦିବସ “ଶିଶୁଙ୍କ ହାତରେ ଶ୍ରମର ଭାର ନୁହେଁ, ଶିକ୍ଷାର ପୁସ୍ତକ ଓ ସ୍ୱପ୍ନର ଡେଣା” ଦେବାର ଆହ୍ୱାନ ସହ ଶିଶୁ ଶ୍ରମମୁକ୍ତ ଗଞ୍ଜାମ ଗଠନ ପାଇଁ ବୈଠକରେ ସଙ୍କଳ୍ପ ନିଆଯାଇଥିଲା। child labour rescue ସୁନ୍ଦରଗଡ଼ରୁ ଶିଶୁ ଶ୍ରମିକ ଉଦ୍ଧାର, ଜଣେ ଗିରଫ ବୈଠକରେ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସ୍‌ପି (ଡିଆଇବି) ରବିକାନ୍ତ ସୁନା, ସିଡବ୍ଲୁସି ଅଧ୍ୟକ୍ଷ ଟି ସାଇ ସୁଶାନ୍ତ, ଡିଏସ୍‌ଡବ୍ଲୁଓ ବିଜୟଲକ୍ଷ୍ମୀ ବେହେରା, ଡିସିପିଓ ରାଜଶ୍ରୀ ଦାଶ, ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ର ସାବିତ୍ରୀବାଳା ଦାଶ, ଏଡ଼ିବ୍ଲୁଓ ଦେବରଞ୍ଜନ ଦାଶ, ୟୁନିସେଫ୍‌ ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତଙ୍କ ସମେତ ଶ୍ରମ ବିଭାଗର ସମସ୍ତ ଏଡିଏଲଓ, ସିଡବ୍ଲୁସି ସଦସ୍ୟ, ବିଭିନ୍ନ ଏନ୍‌ଜିଓ ପ୍ରତିନିଧି ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ଶେଷରେ ବ୍ରହ୍ମପୁର ଶ୍ରମ କାର୍ଯ୍ୟାଳୟର ଡିଏଲଓ ଶୁଭଲକ୍ଷ୍ମୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।