Francis Halzen awarded Physics Nobel: ବରଫ ତଳେ ଗବେଷଣା, ହାଲଜେନ୍‌ଙ୍କୁ ମିଳିଲା ପଦାର୍ଥ ବିଜ୍ଞାନ ନୋବେଲ

Oct 06, 2026 - 16:39
Francis Halzen awarded Physics Nobel: ବରଫ ତଳେ ଗବେଷଣା, ହାଲଜେନ୍‌ଙ୍କୁ ମିଳିଲା ପଦାର୍ଥ ବିଜ୍ଞାନ ନୋବେଲ

ପଦାର୍ଥ ବିଜ୍ଞାନରେ ୨୦୨୬ ନୋବେଲ ପୁରସ୍କାର ଘୋଷଣା ହୋଇଛି। ବେଲଜିଆନ-ଆମେରିକୀୟ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲଜେନ୍‌ଙ୍କୁ ମିଳିଛି ଏହି ସମ୍ମାନ। ମହାକାଶରୁ ଆସୁଥିବା ଅତ୍ୟଧିକ ଶକ୍ତିଶାଳୀ ନ୍ୟୁଟ୍ରିନୋ ଚିହ୍ନଟ ଏବଂ ଅଧ୍ୟୟନରେ ତାଙ୍କ ନିର୍ଣ୍ଣାୟକ ଅବଦାନ ପାଇଁ ହାଲଜେନ୍‌ଙ୍କୁ ନୋବେଲ ଦିଆଯାଇଛି। 

ଦକ୍ଷିଣ ମେରୁର ବରଫ ତଳେ ପ୍ରାୟ ଏକ ଘନ କିଲୋମିଟର ଅଞ୍ଚଳରେ ସ୍ଥାପିତ ‘ଆଇସ୍‌କ୍ୟୁବ୍‌’ ନ୍ୟୁଟ୍ରିନୋ ଅବଜରଭେଟୋରୀ ମାଧ୍ୟମରେ ମହାକାଶର ହିଂସ୍ର ପ୍ରକ୍ରିୟା ସମ୍ପର୍କରେ ନୂଆ ତଥ୍ୟ ମିଳିଛି।

୧୯୮୮ରେ ହାଲଜେନ୍‌ ଏହି ବିଶାଳ ବରଫକୁ କଣିକା ଚିହ୍ନଟକାରୀ ଭାବେ ବ୍ୟବହାର କରିବାର ଧାରଣା ଦେଇଥିଲେ। ବର୍ତ୍ତମାନ ସେ ୱିସକନସିନ୍‌-ମାଡିସନ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଛନ୍ତି। ତାଙ୍କ ଗବେଷଣା ମହାକାଶକୁ ଦେଖିବାର ବିଜ୍ଞାନୀଙ୍କ ଦୃଷ୍ଟିକୋଣକୁ ଏକ ନୂଆ ଦିଗ ଦେଇଛି।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।