Chilika: ଚିନ୍ତା ବଢ଼ାଇଲାଣି ଚିଲିକାରେ ଚିଙ୍ଗୁଡ଼ି ଘେରି: ନିୟମିତ ରିପୋର୍ଟ ଦେବାକୁ ସିଡିଏକୁ ଚିଠି
ପୁରୀ : ଚିଲିକାରେ ବେଆଇନ ଚୁଙ୍ଗୁଡ଼ି ଘେରିକୁ ନେଇ ବିବାଦ ଥମୁନି।
କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଅଞ୍ଚଳରେ ଯେତେ ଚର୍ଚ୍ଚିତ ଅପରାଧ ଘଟିଛି ତାହାର ୯୯% ମୂଳ କାରଣ ହେଉଛି ଏହି ବେଆଇନ ବେପାର।
ନେତାଙ୍କ ସିଧାସଳଖ ହସ୍ତକ୍ଷେପ ଏହି ବେପାରର ଅନ୍ତ ଘଟାଇ ପାରୁନି।
ଏହା ସମୂଳେ ନାଶ ହେବା ପରିବର୍ତ୍ତେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି।
ନେତାଙ୍କ କଥା ନମାନିଲେ ଅଧିକାରୀଙ୍କ ବଦଳି ହୋଇଯାଉଛି।
ଯେଉଁ ଅଧିକାରୀ ନେତାଙ୍କ କଥାରେ ଉଠ୍ବସ ହେଉଛନ୍ତି ତାଙ୍କୁ ଅଖଣ୍ଡ କ୍ଷମତା ମିଳୁଛି।
ବେଆଇନ ଘେରିକୁ ନେଇ ପରିବେଶ ଧ୍ବଂସମୁଖକୁ ଚାଲିଯାଉଥିବା ବେଳେ ଅପରାଧ ବଢ଼ିବାରେ ଲାଗିଛି।
ଯାହାକୁ ନେଇ ଉଦ୍ବେଗ ପ୍ର୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି।
କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ତହସିଲ୍ ଅଞ୍ଚଳ ଚିଲିକାରେ ରହିଥିବା ୫ଲକ୍ଷ ୭୮ହଜାର ୫୪୩.୦୭୨ ଏକର ବେଆଇନ ଘେରକୁ ଉଚ୍ଛେଦ କରିବାକୁ ଉଭୟ ତହସିଲ୍ଦାର୍ଙ୍କୁ ସ୍ବତନ୍ତ୍ର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ କୁହାଯାଇଛି।
ଥରେ ଉଚ୍ଛେଦ ହେବା ପରେ ଯେଉଁ ବ୍ୟକ୍ତି ପୁନର୍ବାର ଘେରି ତିଆରି କରୁଥିବା ପ୍ରମାଣ ମିଳୁଛି ତାଙ୍କ ନାମରେ ମାମଲା ରୁଜୁ କରି ବାନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
ଅନ୍ୟପଟେ ପୁରୀ ଜିଲ୍ଲା ପ୍ରଶାସନ ଅଧୀନ ଚିଲିକାରେ ଚାଲିଥିବା ବେଆଇନ ଚିଙ୍ଗୁଡ଼ି ଘେରି ବାବଦରେ ୧୫ ଦିନରେ ଥରେ ରିପୋର୍ଟ ଦେବାକୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)କୁ ଚିଠି ଲେଖାଯାଇଛି।
ତା ସହିତ କାଳିଜାଈ ମନ୍ଦିର ଅଞ୍ଚଳରେ କୌଣସି ପ୍ରକାରର ଘେରିକୁ ପ୍ରଶ୍ରୟ ନ ଦେବାକୁ କୃଷ୍ଣପ୍ରସାଦ ତହସିଲ୍ଦାର୍ଙ୍କୁ ତାଗିଦ କରାଯାଇଛି।
Advertisment Conclave: ସମ୍ମିଳନୀରେ ଯୋଗ ଦେଲେ ନିର୍ବାଚନ ହୋଇଥିବା କଲେଜରୁ ୧୫୦ରୁ ଊର୍ଦ୍ଧ୍ବ ଛାତ୍ର ପ୍ରତିନିଧି ନିୟମିତ ରିପୋର୍ଟ ଦେବାକୁ ସିଡିଏକୁ ଚିଠି 'ଅପରାଧର ପୁନରାବୃତ୍ତି ହେଲେ ଏତଲା ଦିଅ' ୫ଲକ୍ଷ ୭୮ହଜାର ୫୪୩ ଏକର ଘେରି ବେଆଇନ ପ୍ରଶାସନର ହିସାବ ମୁତାବକ, କୃଷ୍ଣପ୍ରସାଦ ତହସିଲ୍ ଅଞ୍ଚଳରେ ୫ଲକ୍ଷ ୬୩ହଜାର ୬୨୫.୦୫ଏକରରେ ଚିଙ୍ଗୁଡ଼ି ଘେରି ହୋଇଛି।
ବ୍ରହ୍ମଗିରି ତହସିଲ୍ ଅଞ୍ଚଳରେ ୧୪ ୯୧୮.୦୨୨ ଏକର ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ହୋଇଛି।
ନିୟମିତ ଉଚ୍ଛେଦ ହେଉଥିବା ଉଭୟ ତହସିଲ୍ଦାର୍ କହୁଥିଲେ ମଧ୍ୟ ଘେରି ପରିମାଣ କମିବା ନାଁ ଧରୁନି।
ଉଚ୍ଛେଦ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି।
ବ୍ରହ୍ମଗିରି ତହସିଲ୍ ୧୫ଲକ୍ଷ ୭ ହଜାର ୫୧୮ ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଉଥିଲେ ମଧ୍ୟ ବିନିଯୋଗ ପ୍ରମାଣପତ୍ର(ୟୁସି) ଦେଇପାରୁନି।
କୃଷ୍ଣପ୍ରସାଦ ତହସିଲ୍ ୩୪ଲକ୍ଷ ୩୭ହଜାର ୮୮୬ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଉଥିଲେ ମଧ୍ୟ ବିନିଯୋଗ ପ୍ରମାଣପତ୍ର (ୟୁସି) ଦେଇପାରୁନି।
ନେତାଙ୍କ ନିର୍ଦ୍ଦେଶରେ କେବଳ ବାଛି ବାଛି କିଛି ଉଚ୍ଛେଦ କରାଯାଉଥିବାରୁ ୟୁସି ଦେଇପାରୁ ନଥିବା ଅଭିଯୋଗ ହୋଇଛି।
Conclave: ସମ୍ମିଳନୀରେ ଯୋଗ ଦେଲେ ନିର୍ବାଚନ ହୋଇଥିବା କଲେଜରୁ ୧୫୦ରୁ ଊର୍ଦ୍ଧ୍ବ ଛାତ୍ର ପ୍ରତିନିଧି କୃଷ୍ଣପ୍ରସାଦ ତହସିଲର ୧୪ ପଞ୍ଚାୟତରେ କେତେକ ଚିଙ୍ଗୁଡି ବ୍ୟବସାୟୀଙ୍କୁ ଗିରଫ କରିବାକୁ ବସିଥିବା ପୂର୍ବତନ ଥାନା ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କୁ ରାତିଅଧିଆ ପୁରୀକୁ ବଦଳି କରାଯାଇଥିବା ଚର୍ଚ୍ଚା ହୋଇଥିଲା।
ମାତ୍ର ୮ ମାସରେ ପୁରୀ ଏସ୍ପି ତାଙ୍କୁ ବଦଳି କରିଥିଲେ।
ତତ୍କାଳୀନ ତହସିଲଦାର ସହଦେବ ସାହୁ ୧୪ ଜଣ ଚିଙ୍ଗୁଡି ବେପାରୀଙ୍କ ନାମରେ ଏତଲା ଦେଇଥିଲେ।
୩ ଜଣ ବନ୍ଧା ହୋଇଥିବା ବେଳେ ବାକି ୧୧ ଜଣ ନେତାଙ୍କ ଶରଣ ପଶି ସୁରକ୍ଷିତ ଅଛନ୍ତି।
ଥାନା ଅଧିକାରୀଙ୍କ ବଦଳି ପଛରେ ଏହି ନେତା ଓ ବେପାରୀଙ୍କ ହାତ ଥିବା ଚର୍ଚ୍ଚା ହେଉଛି।
ଏହା କେବଳ ଗୋଟିଏ ଉଦାହରଣ।
ବର୍ଷ ସାରା ଏଠାରେ ଏଭଳି ଖେଳ ଚାଲୁଥିବାରୁ ଚିଲିକା ଘେରିମୁକ୍ତ ହୋଇପାରୁନି ବୋଲି କେତେକ ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି।
ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ଚିଲିକାରେ ବେଆଇନ ଘେରିକୁ ନେଇ ନିୟମିତ ସମୀକ୍ଷା ହେଉଛି।
ଉଭୟ ତହସିଲ୍ଦାର୍ଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।
ସେମାନେ ଏନ୍ଫୋର୍ସମେଣ୍ଟ ବାବଦକୁ କରିଥିବା ଖର୍ଚ୍ଚର ୟୁସି ଦେବାପାଇଁ ମଧ୍ୟ କୁହାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।