China Spy: ଚୀନ୍ର ମହିଳା ଗୁପ୍ତଚରଙ୍କୁ ବିମାନବନ୍ଦରରେ ଗିରଫ କଲା ଏଫବିଆଇ
"ୱାସିଂଟନ: ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ, ଏଫବିଆଇ ଜଣେ ଚୀନ୍ ଗୁପ୍ତଚର ମହିଳାଙ୍କୁ ଗିରଫ କରିଛି।
ତାଙ୍କ ବିରୋଧରେ ଆମେରିକାରେ ଚୀନ୍ ପାଇଁ ଗୁପ୍ତଚରୀ କାର୍ଯ୍ୟ କରିବାର ଅଭିଯୋଗ ଆସିଛି।
କାଲିଫର୍ନିଆର ଇରଭାଇନର ୩୪ ବର୍ଷୀୟା ୱାନିଙ୍ଗ୍ ଜେଡ୍ଙ୍କୁ ଲସ୍ ଆଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକ ରଖାଯାଇଥିଲା।
ସେ ଚୀନ୍ ଯିବାକୁ ଏକ ବିମାନରେ ଚଢ଼ିବାକୁ ଯାଉଥିଲେ।Advertisment ତାଙ୍କ ବିରୋଧରେ ଆମେରିକାରେ ଚୀନ୍ ପାଇଁ ଜଣେ ପଞ୍ଜିକୃତ ବିଦେଶୀ ଏଜେଣ୍ଟ ଭାବରେ କାର୍ଯ୍ୟ କରିବାର ଅଭିଯୋଗ ହୋଇଛି।ଆମେରିକାର ଆଇନଜୀବୀ ବିଲ୍ ଏସ୍ପଲିଙ୍କ ଅନୁଯାୟୀ, ମହିଳା ଜଣକ ୨୦୨୫ ମସିହାରେ ସିଆଟେଲ ଯାତ୍ରା କରିଥିଲେ।
ଚୀନ୍ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ତାଙ୍କ ଉପରେ ତାଇୱାନର ଜଣେ ସରକାରୀ ଅଧିକାରୀଙ୍କ ନିକଟ ସମ୍ପର୍କୀୟଙ୍କ ଉପରେ ନଜର ରଖିବାର ଅଭିଯୋଗ ରହିଛି।
ଆମେରିକାରେ ଚୀନ୍ ପାଇଁ ଗୁପ୍ତଚରୀ ତଦନ୍ତକାରୀମାନେ କହିଛନ୍ତି ଯେ, ସେ ଚୀନ୍ କର୍ତ୍ତୃପକ୍ଷଙ୍କୁ ଫଟୋଗ୍ରାଫ୍, ଭିଡିଓ ଏବଂ ଯାନବାହାନ ଲାଇସେନ୍ସ ପ୍ଲେଟ୍ର ସୂଚନା ପଠାଇଥିଲେ।
ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ସେ ଜଣେ ସହଯୋଗୀଙ୍କ ସହିତ ଯାତ୍ରା ଯୋଜନା କରିଥିଲେ ଏବଂ ତାଙ୍କର କାର୍ଯ୍ୟକଳାପକୁ ଲୁଚାଇବା ପାଇଁ ବିଶେଷ ପଦ୍ଧତିର ବ୍ୟବହାର କରିଥିଲା ଅଭିଯୋଗ ହୋଇଛି।
କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।