Odisha Student Union Elections: ୧୫ ତାରିଖରେ ଛାତ୍ରସଂସଦ ନିର୍ବାଚନ, ୧୬ରେ ଶପଥ ଗ୍ରହଣ: ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

Oct 05, 2026 - 13:35
Odisha Student Union Elections: ୧୫ ତାରିଖରେ ଛାତ୍ରସଂସଦ ନିର୍ବାଚନ, ୧୬ରେ ଶପଥ ଗ୍ରହଣ: ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

"ଭୁବନେଶ୍ୱର: ଆଗାମୀ ୧୫ ତାରିଖରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବ।

୧୬ ତାରିଖରେ ନବ ନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କର ଶପଥ ଗ୍ରହଣ ହେବ।

ଠିକ୍ ସେହିପରି ୭ ତାରିଖରେ କଲେଜମାନଙ୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

ତେଣେ ୯ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ।।

ଏନେଇ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଘୋଷଣା କରିଛନ୍ତି।

ସେ କହିଛନ୍ତି, କଲେଜ୍ ନିର୍ବାଚନ ହେଲେ ଯୁବ ନେତୃତ୍ବ ସାମ୍ନାକୁ ଆସିବେ।

ଆମେ ସେହି କାମ କରିବୁ।

ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ।

ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆହୁରି କହିଛନ୍ତି ଯେ ପୂର୍ବ ସରକାର ୨୦୧୭ରୁ କଲେଜ୍‌ରେ ଛାତ୍ରସଂସଦ ନିର୍ବାଚନ ବନ୍ଦ କରିଥିଲେ,ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଚାଲିଥିବା ଲୋକଙ୍କ ସରକାର ପୁଣି ଥରେ ଛାତ୍ରସଂସଦ ନିର୍ବାଚନ କରିବାକୁ ଯାଉଛନ୍ତି।Advertisment ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର କ୍ୟାମ୍ପସ୍‌ରେ ପତିଆରା  ଗତ ମାସରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏସମ୍ପର୍କରେ ସବୁଜ ସଙ୍କେତ ଦେବା ପରେ ଏବେ କ୍ୟାମ୍ପସ୍‌ ରାଜନୀତି ଜୋର୍‌ ଧରିଛି।

ଗ୍ରୀଷ୍ମ ଛୁଟି ପରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା କ୍ଷଣି ଛାତ୍ରସଂସଦ ନିର୍ବାଚନ ପାଇଁ ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ସଜବାଜ ଦେଖିବାକୁ ମିଳୁଛି।

ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଛାତ୍ର ବିଜେଡି ଓ କଂଗ୍ରେସର ଛାତ୍ର ନେତାମାନେ ପ୍ରତିଥର ପରି ଏଥର ମଧ୍ୟ କ୍ୟାମ୍ପସ୍‌ରେ ନିଜର ପତିଆରା ଜାହିର କରିବାକୁ ଲାଗିପଡ଼ିଲେଣି।

ସଙ୍ଗଠନର ପୁରୁଣା ଛାତ୍ରନେତାମାନେ କ୍ୟାମ୍ପସ୍‌ରେ ଚକ୍କର କାଟିବା ସହ କିଭଳି ଭାବେ ନବାଗତ ଛାତ୍ରଛାତ୍ରୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବେ, ସେନେଇ ଯୋଜନା ପ୍ରସ୍ତୁତ କରିଛନ୍ତି।

ଏଆଇଏସଏଫ୍‍, ଡିଏସ୍‍ଓ, ଏସଏଫ୍‍ଆଇ ପରି ଛାତ୍ର ସଙ୍ଗଠନ ମଧ୍ୟ ନିଜ ନିଜ ସ୍ତରରେ ପ୍ରସ୍ତୁତି ଚଲାଇଛନ୍ତି।

ଆସନ୍ତା ୧୦ ତାରିଖରୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବାକୁ ଥିବାରୁ କ୍ୟାମ୍ପସ୍‌ରେ ରାଜନୈତିକ ବାତାବରଣ ଉଷ୍ମ ହେଉଛି।

ରାଜନୀତିର ଏନ୍ତୁଡ଼ିଶାଳ କୁହାଯାଉଥିବା ଉତ୍କଳ ବିଶ୍ବବିଦ୍ୟାଳୟରେ ଉଷ୍ମତା ଧୀରେ ଧୀରେ ବଢ଼ୁଛି।

ତିନିଟି ଯାକ ଛାମୁଆ ସଙ୍ଗଠନ କ୍ୟାମ୍ପସ୍‌ରେ ହେଲ୍‌ପ ଡେସ୍କ ଆରମ୍ଭ ଦିଗରେ ପଦକ୍ଷେପ ନେଇଛନ୍ତି।

ନବାଗତ ଛାତ୍ରଛାତ୍ରୀ କ୍ୟାମ୍ପସ୍‌ରେ ପାଦ ଥାପିବା କ୍ଷଣି କିଭଳି ସଙ୍ଗଠନ ମୋହରେ ପଡ଼ିବେ ସେନେଇ ଛାତ୍ର ସଙ୍ଗଠନ ସଦସ୍ୟମାନେ ଲାଗିପଡ଼ିଛନ୍ତି।

ବହୁବର୍ଷ ବ୍ୟବଧାନରେ ଛାତ୍ରସଂସଦ ନିର୍ବାଚନ  ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ, ରାଜଧାନୀ ମହାବିଦ୍ୟାଳୟ, ଦେବରାୟ ଡିଗ୍ରି ମହାବିଦ୍ୟାଳୟ, ବେସିକ୍‌ ସାଇନ୍ସ କଲେଜ, ମହର୍ଷି କଲେଜ, କମଳା ନେହେରୁ ମହିଳା ମହାବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନରେ ତିନିଟି ଯାକ ସଙ୍ଗଠନ ନିଜର ପତିଆରା ଜାହିର କରିବାକୁ ଲାଗିପଡ଼ିଛନ୍ତି।

ବହୁବର୍ଷ ବ୍ୟବଧାନରେ ଛାତ୍ରସଂସଦ ନିର୍ବାଚନ ହେଉଥିବାରୁ ୩ଟି ଛାମୁଆ ସଙ୍ଗଠନ ନୂଆ ମୁହଁ ଖୋଜୁଛନ୍ତି।

ଅଧିକାଂଶ ସ୍ଥାନରେ ନିଜ ନିଜର ପତିଆରା ଜାହିର କରିବାକୁ ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ବିଭିନ୍ନ ଦଳର ନେତାମାନେ ସେମାନଙ୍କ ସମର୍ଥିତ ଛାତ୍ର ସଙ୍ଗଠନ ଓ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇଦେବାର ବ୍ୟବସ୍ଥା କରୁଛନ୍ତି।

Vigilance Raid: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।