Chit fund money: ‘ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚିଟଫଣ୍ଡ ଟଙ୍କା ଫେରାଯାଉ’
"ଭୁବନେଶ୍ୱର: ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭିନ୍ନ ଚିଟଫଣ୍ଡ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଓଡ଼ିଶାର ୪୦ ଲକ୍ଷ ଜମାକାରୀଙ୍କୁ ସେମାନଙ୍କ ଜମାଟଙ୍କା ଫେରାଇବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି 'ଓଡ଼ିଶା କଲ୍ୟାଣ ପାର୍ଟି' (ଓକେପି)।
ମଙ୍ଗଳବାର ସ୍ଥାନୀୟ ଲୋହିଆଏକାଡେମୀରେ ଆୟୋଜିତ ଚିଟଫଣ୍ଡ ସମ୍ପର୍କିତ ଏକ ଆଲୋଚନାଚକ୍ରରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, ଚିଟଫଣ୍ଡ ସଂସ୍ଥାଗୁଡିକ ଦ୍ୱାରା କ୍ଷତିଗ୍ରସ୍ତ ଗରିବ ମଜୁରୀଆମାନଙ୍କୁ ସେମାନଙ୍କ ଜମାଟଙ୍କା ଫେରାଇଦେବାର ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତକୁ ଆସିବାର ଅଢେଇ ବର୍ଷ ହେଇଗଲାଣି।
ସେମାନଙ୍କ ଜମାଟଙ୍କା ଫେରାଇବାରେ ଅସୁବିଧା କେଉଁଠି ରହିଲା?Advertisment ଓକେପି ଦ୍ୱାରା ଆୟୋଜିତ "ଚିଟଫଣ୍ଡ କ୍ଷତିଗ୍ରସ୍ତ କେବେ ପାଇବେ ଜମା ଟଙ୍କା" ଆଲୋଚନାଚକ୍ରରେ ଦଳର ସଭାପତି ମୋହିତ ରଞ୍ଜନ ବେହେରା କହିଛନ୍ତି, ବିଜେପି ସରକାରକୁ ଆସିବା ମାତ୍ରେ ଓଡିଶାର ସମସ୍ତ ୪୦ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀମାନଙ୍କ ଜମାରାଶି ଫେରାଇଦେବାକୁ ଦଳର କେନ୍ଦ୍ର ଓ ରାଜ୍ୟ ନେତୃତ୍ୱ ୨୦୨୪ ନିର୍ବାଚନୀ ପ୍ରଚାରରେ ଘୋଷଣା କରିଥିଲେ।
ରାଜ୍ୟରେ ବିଜେପି ସରକାର ଗଠନକୁ ଅଢେଇ ବର୍ଷ ବିତୀଗଲାଣି।
ଜମାକାରୀ ଚିଟଫଣ୍ଡଟଙ୍କା ଫେରିପାଇଲେ କି?
୪୪ଟି ଅର୍ଥଲଗାଣକାରୀ କମ୍ପାନିଗୁଡ଼ିକ ଦ୍ୱାରା ରାଜ୍ୟର ୪୦ଲକ୍ଷ ଜମାକାରୀ କ୍ଷତିଗ୍ରସ୍ତ ହୋଇଥିବା ନେଇ ୨୦୧୪ରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥମାମଲା (ଆଲୋକ ଜେନା ଭର୍ସେସ୍ ୟୁନିଅନ ଅଫ ଇଣ୍ଡିଆ) ଦାଏର ହୋଇଥିଲା।
କୋର୍ଟଙ୍କ ରାୟ ଅନୁସାରେ କେନ୍ଦ୍ର ସରକାର ସିବିଆଇ, ଇଡି ଆଦି କେନ୍ଦ୍ରୀୟ ତଦନ୍ତକାରୀସଂସ୍ଥା ଦ୍ୱାରା ଏହି ମହାଦୁର୍ନୀତିର ଖୋଳତାଡ କରିଥିଲେ।
ଏହି କ୍ରମରେ ୪୪ଟି କମ୍ପାନିର ପ୍ରାୟ ୫୧ ହଜାର କୋଟି ଟଙ୍କା ବ୍ୟାର୍ଯ୍ୟାପ୍ତି କରାଯାଇଥିଲା।
ଅଥଚ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସେମାନଙ୍କ ଜମାରାଶି ଫେରିପାଇଲେ ନାହିଁ।
ଇତି ମଧ୍ୟରେ ପ୍ରାୟ ୧୧ ବର୍ଷ ଅତିବାହିତ ହୋଇଗଲାଣି।
ଅନେକ ଜମାକାରୀ ଜମାଅର୍ଥ ପାଇବା ରାହାଦେଖି ଆଖିବୁଜିସାରିଲେଣି।
ତେଣୁ ଅବିଳମ୍ବେ, ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ଜମାକାରୀଙ୍କୁ ସେମାନଙ୍କ ଜମା ଅର୍ଥରାଶି ଫେରସ୍ତ କରିବାକୁ ଓକେପି ନେତା ଶ୍ରୀ ବେହେରା ଦାବୀ କରିଛନ୍ତି।
ଚିଟଫଣ୍ଡ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାର ଏହାକୁ ଅତି ହାଲୁକା ଭାବରେ ନେଲେ ଓକେପି ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଦଳ ଚେତାବନୀ ଦେଇଛି।
ଏହି ଆଲୋଚନା ସଭାରେ ଓକେପିର ମହାସଚିବ କଳ୍ପନା ଜେନା, କୋଷାଧ୍ୟକ୍ଷ ଶତାବ୍ଦୀ ଦେଓ, ଉପସଭାପତି ମଳୟ ସାମଲ, ସନ୍ଧ୍ୟାରାଣୀ ଲେଙ୍କା, ସାଗରିକା ସାହୁଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୫ଶହରୁ ଅଧିକ କର୍ମୀ ଯୋଗ ଦେଇଥିଲେ।
ତା"ନହେଲେ ରାଜ୍ୟର ସମସ୍ତ ସଦରମହକୁମାରେ ଦଳ ପ୍ରତିବାଦର ପନ୍ଥା ଅବଲମ୍ବନ କରିବ ବୋଲି ଶ୍ରୀ ବେହେରା ଦୋହରାଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।