CJP Calls on J.P. Nadda: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଲା CJP, ରଖିଲା ଏହି ୩ ସର୍ତ୍ତ

Jul 21, 2026 - 10:05
CJP Calls on J.P. Nadda: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଲା CJP, ରଖିଲା ଏହି ୩ ସର୍ତ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟି ୩ଟି ଦାବି ରଖିଲା କକରୋଚ୍ ଜନତା ପାର୍ଟି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ସୋନମ ୱାଙ୍ଗଚୁକଙ୍କ ମୁକ୍ତି ଏବଂ NEET-UG ପେପର୍ ଲିକ୍ ପରେ ଜୀବନ ହାରିଥିବା ପ୍ରାର୍ଥୀଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଉ। CJP ପ୍ରତିନିଧି ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ନଡ୍ଡାଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ସଂସଦର ମୌସୁମୀ ଅଧିବେଶନ ପ୍ରଥମ ଦିନରେ ଦିଲ୍ଲୀରେ ଉତ୍ତେଜନାପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିଲା।

NEET ପେପର ଲିକ୍ ପ୍ରତିବାଦରେ CJP "ସଂସଦ ଚଲୋ" ମାର୍ଚ୍ଚ ଆୟୋଜନ କରିଥିଲା। ସକାଳେ ବିକ୍ଷୋଭକାରୀମାନେ ସଂସଦ ଭବନ ନିକଟକୁ ଆସିଥିଲେ। ଦିଲ୍ଲୀ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ପ୍ରତିବାଦକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ ବ୍ୟବହାର କରିଥିଲେ। ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ହଟାଇବା ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଧସ୍ତାଧସ୍ତି ସମୟରେ କିଛି ଆନ୍ଦୋଳନକାରୀ ଆହତ ହୋଇଥିବା ସିଜେପି ଅଭିଯୋଗ କରିଛି।

ସେହିଭଳି ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ପଥର ମାଡ଼ରେ ଦିଲ୍ଲୀ ପୋଲିସର ଅନେକ କର୍ମୀ ଆହତ ହୋଇଥିବା ପୋଲିସ କହିଛି। ଦିଲ୍ଲୀ ପୋଲିସ ଆନ୍ଦୋଳନକାରୀଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଥିବା ବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସିଜେପି କହିଛି ।....  

ନଡ୍ଡାଙ୍କୁ CJPର ୩ଟି ଦାବି
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟି ୩ ଦାବି ରଖିଲା CJP
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି 
ସୋନମ ୱାଙ୍ଗଚୁକଙ୍କୁ ମୁକ୍ତ କରିବାକୁ ଦାବି
ଜୀବନ ହାରିଥିବା ଛାତ୍ରଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ଦାବି 
NEET ପେପର ଲିକ୍: CJPର "ସଂସଦ ଚଲୋ" ମାର୍ଚ୍ଚ
ପ୍ରଦର୍ଶନକାରୀଙ୍କ ପଥର ମାଡ଼ରେ ପୋଲିସ ଆହତ 
CJP ପ୍ରଦର୍ଶନକାରୀଙ୍କୁ ଶାନ୍ତି ବଜାୟ ରଖିବାକୁ ପୋଲିସର ଅପିଲ 
ଜିଦରେ ଅଟଳ ସିଜେପି  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।