CJP ଆନ୍ଦୋଳନ, ଦିଲ୍ଲୀ ଠପ୍; ୨ ହଜାର କୋଟି ଟଙ୍କାର କ୍ଷତି ଅନୁମାନ

Oct 10, 2026 - 14:38
CJP ଆନ୍ଦୋଳନ, ଦିଲ୍ଲୀ ଠପ୍; ୨ ହଜାର କୋଟି ଟଙ୍କାର କ୍ଷତି ଅନୁମାନ

CJP ଆନ୍ଦୋଳନ, ଦିଲ୍ଲୀ ଠପ୍; ୨ ହଜାର କୋଟି ଟଙ୍କାର କ୍ଷତି ଅନୁମାନ

ନନ୍ଦିଘୋଷ ବ୍ୟୁରୋ: ଜାତୀୟ ରାଜଧାନୀ ଦିଲ୍ଲୀରେ CJPର ଆନ୍ଦୋଳନ । ପୋଲିସ କଟକଣା ସତ୍ତ୍ବେ ବିଭିନ୍ନ ଅଞ୍ଚଳରେ ପ୍ରଦର୍ଶନକାରୀଙ୍କୁ ଅଟକାଉଛି ପୋଲିସ । ଆନ୍ଦୋଳନକୁ ନିୟନ୍ତ୍ରଣ କରିବାକୁ ଦିଲ୍ଲୀ ପୋଲିସ ପୂରା ଶକ୍ତି ଲଗାଇ ଦେଇଛି । ଆନ୍ଦୋଳନ ଯୋଗୁଁ ରାଜଧାନୀର ରାସ୍ତାରେ ଲମ୍ବା ଜାମ ଦେଖିବାକୁ ମିଳିଛି । ବିଭିନ୍ନ ଅଞ୍ଚଳରେ ଦୋକାନ, ବଜାର ବନ୍ଦ ରହିଛି । ଫଳରେ ସାଧାରଣ ଜନତାଙ୍କ ସମେତ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି । ବିଶେଷ କରି ଦିଲ୍ଲୀ-ଏନସିଆରରେ ଲକ୍ଷ ଲକ୍ଷ ଲୋକଙ୍କ ଉପରେ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି । ଚ୍ୟାମ୍ବର ଅଫ୍ ଟ୍ରେଡ ଆଣ୍ଡ ଇଣ୍ଡଷ୍ଟ୍ରୀ (CTI) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଆନ୍ଦୋଳନ ଯୋଗୁଁ ପ୍ରାୟ ୨ ହଜାର କୋଟି ଟଙ୍କା କ୍ଷତି ହେବାକୁ ଯାଉଛି ।

ସିଟିଆଇ ଚେୟାରମ୍ୟାନ୍ ବୃଜେଶ ଗୋଏଲଙ୍କ ଅନୁସାରେ, ଏହି ଆନ୍ଦୋଳନ ଯୋଗୁଁ କେବଳ ଦିଲ୍ଲୀରେ ୨ ହଜାର କୋଟି ଟଙ୍କାର ବେପାର ପ୍ରଭାବିତ ହୋଇପାରେ । ନବରାତ୍ର ଓ ରାମଲିଲାର ଗୋଟିଏ ଦିନ ପୂର୍ବାରୁ ଆନ୍ଦୋଳନ ଯୋଗୁଁ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ହୋଇଯାଇଛି । ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଗଡ଼ବଡ଼ ହୋଇଯାଇଛି । ଲକଡାଉନ ଭଳି ସ୍ଥିତି ସୃଷ୍ଟି ହୋଇଛି । ଦିଲ୍ଲୀର ପ୍ରାୟ ସମସ୍ତ ପ୍ରମୁଖ ବଜାର ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛି । ସଦର ବଜାର, ଚାନ୍ଦିନୀ ଚୌକ, ଚାଓ୍ବରି ବଜାର, କନାଟ ପ୍ଲେସ, କରୋଲବାଗ, ଲାଜପତ ରାୟ ମାର୍କେଟ, ଭାଗିରଥ ପ୍ଲେସରେ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

ଘରୁ ବାହାରୁ ନାହାନ୍ତି ଲୋକେ

ବୃଜେଶଙ୍କ ଅନୁସାରେ ପ୍ରତିଦିନ ବାହାରୁ ୩ରୁ ୪ ଲକ୍ଷ ଲୋକ କିଣାବିକା ପାଇଁ ଦିଲ୍ଲୀ ଆସିଥାନ୍ତି । ହେଲେ ଆନ୍ଦୋଳନ ଯୋଗୁଁ ଏମାନଙ୍କୁ ଦେଖିବାକୁ ମିଳିନି । ଏପରିକି ଜାମ ଓ କୌଣସି ଅଘଟଣ ଘଟିବା ଆଶଙ୍କାରେ ସ୍ଥାନୀୟ ଲୋକେ ବି ବଜାର ଆସୁନାହାନ୍ତି । ଆଉ ବାକି ଯାହା ସ୍ଥିତି ଥିଲା ତାହା ମେଟ୍ରୋ ଷ୍ଟେସନ ବନ୍ଦ ହେବା କାରଣରୁ ପୂରା ହୋଇଗଲା । ଦିଲ୍ଲୀରେ ପ୍ରମୁଖ ମେଟ୍ରୋ ଷ୍ଟେସନ ବନ୍ଦ ଥିବାରୁ ଯାତାୟାତ ନାମକୁ ମାତ୍ର ଚାଲିଛି । ଏହାର ପ୍ରଭାବ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଦେଖିବାକୁ ମିଳିଛି ।

ଦିଲ୍ଲୀରେ ପ୍ରଦର୍ଶନ ଉପରେ କଟକଣା ଲଗାଯାଉ

ସିଟିଆଇ ମହାସଚିବ ଗୁରମିତ ଅରୋଡା ଏବଂ ରମେଶ ଆହୁଜାଙ୍କ ଅନୁସାରେ ଏବେ ପାର୍ବଣ ଋତୁ ଚାଲିଛି । ଆସନ୍ତାକାଲି ଅକ୍ଟୋବର ୧୧ ତାରିଖରୁ ନବରାତ୍ର ଓ ରାମଲିଲା ଆରମ୍ଭ ହେଉଛି । ଏମିତି ସ୍ଥିତିରେ ଦିଲ୍ଲୀର ପ୍ରମୁଖ ସ୍ଥାନରେ ପ୍ରଦର୍ଶନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବା ଦରକାର । ଭବିଷ୍ୟରେ ଆନ୍ଦୋଳନ କରିବା ପାଇଁ ଦିଲ୍ଲୀ ବାହାରେ କୌଣସି ସ୍ଥାନର ଅନୁମତି ଦେବାକୁ ସିଟିଆଇ ପକ୍ଷରୁ କୁହାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।