CJPର ୩ ନେତାଙ୍କୁ ବାନ୍ଧିଲା ପୋଲିସ: ଜନ୍ତରମନ୍ତରରେ ବ୍ୟାରିକେଡ ଡେଇଁବା ପଡ଼ିଲା ମହଙ୍ଗା
ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭକୁ ନେଇ ଚର୍ଚ୍ଚାରେ କକ୍ରୋଚ ଜନତା ପାର୍ଟି (CJP)। ଦଳର ନେତା ଆଶୁତୋଷ ରାଙ୍କା, ସୌରଭ ଦାସ ଓ ଅଜିଙ୍କ୍ୟ ସିନ୍ଦେଙ୍କୁ ଦିଲ୍ଲୀ ପୋଲିସ ଗିରଫ ହୋଇଛନ୍ତି। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଅଭିଜିତ ଦୀପକେ। ନେତାମାନଙ୍କ ମନୋବଳ ଭାଙ୍ଗିବ ନାହିଁ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ଜନ୍ତରମନ୍ତରରେ ବ୍ୟାରିକେଡ ଡେଇଁ ପ୍ରତିବାଦ କରିବାକୁ ପହଞ୍ଚିଥିଲେ ଆଶୁତୋଷ ରାଙ୍କା, ସୌରଭ ଦାସ ଓ ଅଜିଙ୍କ୍ୟ ସିନ୍ଦେ। ଏହାପରେ ପୋଲିସ ସେମାନଙ୍କୁ ହେପାଜତକୁ ନେଇଥିଲା। ବିନା ଅନୁମତିରେ ପ୍ରବେଶ, ବଣ୍ଡ୍ର ସର୍ତ୍ତ ଉଲ୍ଲଂଘନ ଏବଂ ସରକାରୀ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଭଳି ଅଭିଯୋଗ ସେମାନଙ୍କ ବିରୋଧରେ ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।