Class 11 Student Gang-raped in Sleeper Bus: ସ୍ଲିପର ବସ୍‌ରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଡ୍ରାଇଭର ଓ କଣ୍ଡକ୍ଟର ଗିରଫ

Aug 31, 2026 - 13:11
Class 11 Student Gang-raped in Sleeper Bus: ସ୍ଲିପର ବସ୍‌ରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଡ୍ରାଇଭର ଓ କଣ୍ଡକ୍ଟର ଗିରଫ

ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟକର ଘଟଣା। ବସ୍ ଭିତରେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି।  ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣାରେ ବସ୍‌ର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ କବଜାରୁ ବସ୍‌ଟିକୁ ଜବତ କରାଯାଇ ଫରେନସିକ୍‌ ପରୀକ୍ଷା ପାଇଁ ପଠାଯାଇଛି। 

ପୋଲିସ ସୂଚନା ଅନୁସାରେ, ପୀଡ଼ିତା ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାର ୧୬ ବର୍ଷୀୟା ଏକାଦଶ ଶ୍ରେଣୀର ଛାତ୍ରୀ। ଅଗଷ୍ଟ ୪ ତାରିଖ ରାତିରେ ସେ ନୋଏଡାରେ ଥିବା ତାଙ୍କ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଘରୁ ବାହାରିଥିଲେ। ପ୍ରବଳ ବର୍ଷା ଓ ଅନ୍ଧାର ମଧ୍ୟରେ ସେ ଭୁଲବଶତଃ ଗ୍ରେଟର ନୋଏଡାର ପାରି ଚୌକ ଅଞ୍ଚଳରେ ପହଞ୍ଚିଥିଲେ।

ସେଠାରେ ଏକ ଖାଲି ସ୍ଲିପର ବସ୍‌ ଯାଉଥିବା ଦେଖି ଛାତ୍ରୀ ଜଣକ ଗାଡ଼ିକୁ ଅଟକାଇ ସାହାଯ୍ୟ ମାଗିଥିଲେ। ଡ୍ରାଇଭର କୁଲଦୀପ ଓ କଣ୍ଡକ୍ଟର ସନ୍ଦୀପ ତାଙ୍କୁ ନୋଏଡା ସେକ୍ଟର-୬୩ ଯିବାକୁ କହି ଲିଫ୍ଟ ଦେଇଥିଲେ। ପରେ ଚଳନ୍ତା ବସ୍‌ରେ ଉଭୟ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିବା ସହ ପ୍ରତିରୋଧ କଲେ ହତ୍ୟା କରିବାକୁ ଧମକ ଦେଇଥିବା ପୀଡ଼ିତା ଅଭିଯୋଗ କରିଥିବା କହିଛନ୍ତି ଡିସିପି ଉତ୍ତର ନିହାରିକା ଭଟ୍ଟ। 

ପୋଲିସର ସୂଚନା ଅନୁସାରେ, ବସ୍‌ଟି ପାରି ଚୌକରୁ ପ୍ରାୟ ୪୭ କିଲୋମିଟର ଯାତ୍ରା କରି ଦିଲ୍ଲୀର କାଶ୍ମୀରୀ ଗେଟ୍‌ ଅଞ୍ଚଳରେ ପହଞ୍ଚିଥିଲା। ପରେ ଅଭିଯୁକ୍ତମାନେ ଛାତ୍ରୀଙ୍କୁ ରିଙ୍ଗ୍‌ ରୋଡ୍‌ ନିକଟରେ ଛାଡ଼ି ଦେଇଥିଲେ। ଏହାପରେ ସେ କାଶ୍ମୀରୀ ଗେଟ୍‌ ଥାନାରେ ପହଞ୍ଚି ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ।

ଅଭିଯୋଗ ପରେ ତଦନ୍ତ ଆରମ୍ଭ କରି ପୋଲିସ ଉତ୍ତର ଦିଲ୍ଲୀର ତିମାରପୁର ଅଞ୍ଚଳର ଏକ ବସ୍‌ ପାର୍କିଂ ସ୍ଥାନରୁ ଦୁଇ ଅଭିଯୁକ୍ତଙ୍କୁ ଧରିଥିଲା। ଘଟଣାରେ ବ୍ୟବହୃତ ବସ୍‌କୁ ଜବତ କରାଯାଇଛି ଏବଂ ଫରେନସିକ୍‌ ଯାଞ୍ଚ ଚାଲିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।