Class 9 Girl Student Abducted ନାବାଳିକା ଛାତ୍ରୀକୁ ଅପହରଣ, ଥାନାରେ ମାମଲା

Oct 11, 2026 - 23:11
Class 9 Girl Student Abducted ନାବାଳିକା ଛାତ୍ରୀକୁ ଅପହରଣ, ଥାନାରେ ମାମଲା

"ଚଣ୍ଡିଖୋଲ(ଭକ୍ତ ସାହୁ): ଜଣେ ନାବାଳିକା ଛାତ୍ରୀକୁ ଜଣେ ଯୁବକ ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

Advertisment POCSO case Verdict ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲା, ୨ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡପୁଲିସ ଠାରୁ ମିଳିଥିବା ସୂଚନା ମୁତାବକ, ବଡ଼ଚଣା ଥାନା ଅନ୍ତର୍ଗତ ଦର୍ପଣିଗଡ଼ ଗ୍ରାମ ସ୍ଥିତ ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକା ଛାତ୍ରୀକୁ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବନ୍ଦରେଶ୍ୱର ଗ୍ରାମର ସିଦ୍ଧାର୍ଥ ଜେନା (୩୦) ଗତ ୧୦ ତାରିଖ ରାତିରେ ଅପହରଣ କରି ଫେରାର ହୋଇଯାଇଛନ୍ତି।

Police Operation ବ୍ରାଉନ୍‌ସୁଗାର ବେପାରୀଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ, ଘଟଣା ପଛରେ ପୁଲିସ!ଏନେଇ ଆଜି (ରବିବାର) ଅପହୃତା ନାବାଳିକାଙ୍କ ବାପା ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରି ତାଙ୍କ ଝିଅକୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି  ।

ଅଭିଯୋଗ ଆଧାରରେ ପୁଲିସ ନଂ ୩୩୩/୨୬ରେ ଏକ ମାମଲା ରୁଜୁ କରିଛି।

ଏନେଇ ଦୁଇ ଜଣଙ୍କୁ ଥାନାକୁ ଡକାଇ  ପଚରାଉଚରା କରିଛି।

ଥାନାଧିକାରୀ ଜଗଦୀଶ କର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଖୁବଶୀଘ୍ର ଅପହରଣକାରୀକୁ ଗିରଫ କରାଯିବ ଓ ନାବାଳିକା ଉଦ୍ଧାର ହେବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।