Football: ଗାଁର ବଣପାହାଡ଼ ପଡ଼ିଆରୁ ରାଜ୍ୟ ସ୍ତରୀୟ ଫୁଟବଲ୍‌ ପ୍ରତିଭା ବାପୁ ସୋରେନ

Oct 11, 2026 - 22:49
Football: ଗାଁର ବଣପାହାଡ଼ ପଡ଼ିଆରୁ ରାଜ୍ୟ ସ୍ତରୀୟ ଫୁଟବଲ୍‌ ପ୍ରତିଭା ବାପୁ ସୋରେନ

"କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା ୧୭ ବର୍ଷରୁ କମ୍‌ ଫୁବବଲ୍‌ ଦଳର ଷ୍ଟ୍ରାଇକର ସୁକିନ୍ଦା ବ୍ଲକ ସାରୁଆବିଲ ନବଘନ ବଳ ମେମୋରିଆଲ ହାଇସ୍କୁଲ ଛାତ୍ର ବାପୁ ସୋରେନଙ୍କ କ୍ରୀଡ଼ା ପ୍ରତିଭାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି।

କୋରାପୁଟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଷ୍ଟାଡିଅମ୍‌ରେ ଅନୁଷ୍ଠିତ ରାଜ୍ୟ ସ୍କୁଲ ସ୍ତରୀୟ ୧୭ ବର୍ଷରୁ କମ୍‌ ଫୁବବଲ୍‌ ଟୁର୍ନାମେଣ୍ଟ୍‌ର ଲିଗ୍‌ ପର୍ଯ୍ୟାୟରେ ଯାଜପୁର ଦଳ ଶକ୍ତିଶାଳୀ କୋରାପୁଟ ସହିତ ମ୍ୟାଚ୍ ଅମୀମାଂସିତ ରଖିଥିଲା।

Advertisment ଗଜପତିକୁ ୧୧-୦ ଗୋଲ୍‌ରେ, କେନ୍ଦ୍ରାପଡ଼ାକୁ ୨-୦ ଗୋଲରେ, କ୍ଵାର୍ଟରଫାଇନାଲରେ ବାଲାଙ୍ଗୀରକୁ ୧-୦ ଗୋଲ୍‌ରେ ଓ ଗତକାଲି ସେମିଫାଇନାଲରେ ଦଳ ମାଲକାନଗିରିକୁ ୧-୦ ଗୋଲ୍‌ରେ ହରାଇ ଯାଜପୁର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା।

ଟୁର୍ନାମେଣ୍ଟ୍‌ର କ୍ବାର୍ଟର ଫାଇନାଲ୍ ଓ ସେମିଫାଇନାଲ୍‌ର ୨ଟିଯାକ ବିଜୟ ସୂଚକ ଗୋଲ୍ ସହ ବାପୁ ମୋଟ୍‌ ୬ଟି ଗୋଲ୍‌ ସ୍କୋର କରିଥିବା ସୂଚନା ମିଳିଛି।

ଆଜି ଫାଇନାଲ୍‌ରେ ଦଳ ମୟୂରଭଞ୍ଜ ଠାରୁ ୧-୦ ଗୋଲ୍‌ରେ ହାରିଯାଇଛି।

Tata Steel Friendship Cup: ମିଡିଆ ଏକାଦଶ ଜିତିଲା ଟାଟା ଷ୍ଟିଲ୍‌ ଫ୍ରେଣ୍ଡସିପ୍‌ କପ୍‌ ଫୁଟବଲ ତେବେ ଟୁର୍ନାମେଣ୍ଟର ଅନ୍ୟତମ ଟପ୍‌ ସ୍କୋରର ବାପୁଙ୍କୁ ନେଇ ସ୍କୁଲ ଓ ଜିଲ୍ଲାରେ ଉତ୍ସାହ ଦେଖାଦେଇଛି।

କଅଁସ ପଞ୍ଚାୟତ କମର୍ଦ୍ଦା ମଶସାହିର ଛଟେଇ ଖଣି ଶ୍ରମିକ ରୂପାଇ ସୋରେନ ଓ ଗୃହିଣୀ ସନାମଣି ସୋରେନଙ୍କ ମଝିଆଁ ପୁଅ ବାପୁ ଅଖ୍ୟାତ ପଲ୍ଲୀ କମର୍ଦ୍ଦାର ବଣପାହାଡ଼ ଘେରା ଉପାନ୍ତ ଇଲାକାରୁ ଫୁଟବଲ୍‌ ଖେଳିବା ଶିଖିଥିଲେ।

ଟାଟାଷ୍ଟିଲ ଫାଉଣ୍ଡେସନ କ୍ରୀଡ଼ା କେନ୍ଦ୍ରରେ କୋଚ୍ ରଞ୍ଜନ କୁମାର ଦେହୁରୀ ଓ ମାନସିଂହ ହେମ୍ବ୍ରମଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସେ ପ୍ରଶିକ୍ଷଣ ନେଉଛନ୍ତି।

ବାପୁଙ୍କୁ ସ୍କୁଲର ଗୌରବ ବୋଲି ବର୍ଣ୍ଣନା କରି ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ଶତପଥୀ, ଶିକ୍ଷକ ସୁଦର୍ଶନ ଦାଶ ଓ କ୍ରୀଡ଼ା ଶିକ୍ଷକ ସୁବ୍ରତ କୁମାର ନନ୍ଦୀ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।