Class 9 Student Dies While Immersing Ganesh Idol In Bhadrak

Sep 16, 2026 - 18:19
Class 9 Student Dies While Immersing Ganesh Idol In Bhadrak

#ମୂର୍ତ୍ତି_ବିସର୍ଜନ_ବେଳେ_ଛାତ୍ର_ମୃତ
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ। ପୋଖରୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ। ଏଭଳି ହୃଦୟ ବିଦାରକ ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦିଗଛିଆ ଅଞ୍ଚଳରୁ। ଦିଗଛିଆରେ ଥିବା ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟର କିଛି ଛାତ୍ର ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ନିକଟସ୍ଥ ସରକାରୀ କୃଷି ଗବେଷଣା କେନ୍ଦ୍ର ପୋଖରୀକୁ ଯାଇଥିଲେ। ମୂର୍ତ୍ତି ବିସର୍ଜନ ବେଳେ ଗୋଡ଼ ଖସି ଯିବାରୁ ଜଣେ ଛାତ୍ର ପାଣିରେ ବୁଡ଼ି ଯାଇଥିଲେ। ସାଥୀ ଛାତ୍ରମାନେ ବହୁ ଖୋଜାଖୋଜି ପରେ ନ ପାଇବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କର୍ତ୍ତୃପକ୍ଷ ବହୁ ଖୋଜିବା ପରେ ବି ନପାଇବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ମୃତ୍ୟୁ ଘଟି ସାରିଥିଲା। ମୃତ ଛାତ୍ର ଜଣକ ହେଉଛନ୍ତି ପୀୟୂଷ ଦାସ। ତାଙ୍କ ଘର ଭଦ୍ରକ ଚରମ୍ପା ଅଞ୍ଚଳରେ ବୋଲି ଜଣାପଡିଛି। ସେ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିଲେ। ଅଘଟଣ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ।..
#Bhadrak#GaneshIdolImmersion#StudentDeath#DrowningIncident#Chandabali#OdishaNews#GaneshPuja#OdishaTV#OTV

A Class 9 student died after drowning in a pond during Ganesh idol immersion in Digachhia area of Chandabali block in Bhadrak district. Some students of Biswabharati Residential School had gone to a pond at the nearby Government Agricultural Research Centre for the immersion. During the immersion, the student reportedly slipped and fell into the water. His fellow students searched for him and informed the school authorities, following which the Fire Services team was alerted. Fire personnel reached the spot and rescued the student, but he had already died. The deceased has been identified as Piyush Das of Charampa area in Bhadrak, who was staying at the school hostel. Locals have alleged negligence on the part of the school authorities.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।