Climate Panchayat ଲୁହାଙ୍ଗାରରେ ‘ପରିବେଶ ପଞ୍ଚାୟତ’ , ଅଞ୍ଚଳବାସୀଙ୍କ ପରିବେଶ ସୁରକ୍ଷା ସଙ୍କଳ୍ପ
"ପାରଳାଖେମୁଣ୍ଡି: ପରିବେଶ ସୁରକ୍ଷା ଓ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସମ୍ବାଦ ପରିବାର ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୋହନା ନିର୍ବାଚନମଣ୍ଡଳୀରେ "ପରିବେଶ ପଞ୍ଚାୟତ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
Advertisment Punascha Pruthibi: ବନ ସୁରକ୍ଷାରେ ବ୍ରତୀ ଲାଲୁ ଶବର ସମ୍ବାଦର ଜିଲ୍ଲା ପ୍ରତିନିଧି ସୁଜିତ ବିଷୋୟୀଙ୍କ ସଭାପତିତ୍ବରେ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ ଲୁହାଙ୍ଗର ପଞ୍ଚାୟତର ଏକ କାଜୁ ବଗିଚାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଅଞ୍ଚଳବାସୀ ଯୋଗଦେଇ ପରିବେଶ ସୁରକ୍ଷାର ସଙ୍କଳ୍ପ ନେଇଥିଲେ।
କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପରିବେଶବିତ୍ ତ୍ରିନାଥ ମଣ୍ଡଳ, ଇଡ୍ ମଣ୍ଡଳ ସମାଜସେବୀ ପୁରୁଷୋତ୍ତମ ପାଣିଗ୍ରାହୀ ଓ ଲକ୍ଷ୍ମୀ ପାଇକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ବିଧାୟକ ଶ୍ରୀ ଗମାଙ୍ଗ ପରିବେଶ ସୁରକ୍ଷାରେ ଜଙ୍ଗଲ ଓ ବୃକ୍ଷର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ବିଶେଷକରି ପାହାଡ଼ିଆ ଅଞ୍ଚଳରେ ଜଙ୍ଗଲ ଓ ସବୁଜିମା ରହିବା ମାଟି, ଜଳ ଓ ଜୀବଜଗତର ସନ୍ତୁଳନ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ।
Climate panchayat: ନୂଆଁଖାଇରେ ପ୍ରତ୍ୟେକେ ଗଛଟିଏ ଲଗାଇବାକୁ ଆହ୍ବାନ ଅନ୍ୟପକ୍ଷରେ ପାହାଡ଼ିଆ ଅଞ୍ଚଳରେ ବଢ଼ୁଥିବା ଭୂସ୍ଖଳନ ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ଉପସ୍ଥିତ ବୁଦ୍ଧିଜୀବୀ ଓ ପରିବେଶବିତ୍ମାନେ କହିଥିଲେ ଯେ, ପାହାଡ଼ ଉପରେ ଥିବା ବଡ଼ ବଡ଼ ଗଛ କାଟି ଜଙ୍ଗଲ ଅଞ୍ଚଳକୁ ପଦା କରିବା ଏବଂ ତାହାରେ ଅନ୍ୟ ଚାଷ ପାଇଁ ଜମି ବ୍ୟବହାର କରିବା ଫଳରେ ମାଟିର ଧରି ରଖିବା କ୍ଷମତା କମୁଛି।
ଫଳରେ ବର୍ଷା ସମୟରେ ପାହାଡ଼ରୁ ମାଟି ଧୋଇଯାଇ ଭୂସ୍ଖଳନର ଆଶଙ୍କା ବଢ଼ୁଛି।
ତେଣୁ ପାହାଡ଼ ଓ ଜଙ୍ଗଲ ସୁରକ୍ଷା ସହ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେବାକୁ ମତ ପ୍ରକାଶ ପାଇଥିଲା।
Climate Panchayat: ଶିଶୁଙ୍କ ନାମରେ ଗଛ ଲଗାଇବାକୁ ବିଧାୟକଙ୍କ ଆହ୍ୱାନ କାର୍ଯ୍ୟକ୍ରମରେ ଅଞ୍ଚଳବାସୀ ନିଜ ନିଜ ଘର ଓ ଜମି ନିକଟରେ ଅଧିକରୁ ଅଧିକ ଗଛ ଲଗାଇବା ସହ ତାହାର ଯତ୍ନ ନେବାକୁ ସଙ୍କଳ୍ପ ନେଇଥିଲେ।
କେବଳ ବୃକ୍ଷରୋପଣ କରିଦେଲେ ହେବ ନାହିଁ, ଲଗାଯାଇଥିବା ଗଛ ବଞ୍ଚାଇବା ଓ ବଡ଼ କରିବା ଦାୟିତ୍ୱ ମଧ୍ୟ ସମସ୍ତଙ୍କର ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମରେ ସୀତାନାଥ ପଣ୍ଡା, ବିଶ୍ୱସ୍ତ ଲିମା, ପ୍ରଭାତ ପାତ୍ର, ସରୋଜ ବୀର, ଭାଲେରିଆନ ଗମାଙ୍ଗ, ରବୀନ୍ଦ୍ର ଭୂୟାଁ, ବୈଶାଖ ମଣ୍ଡଳ, ମଝିଆ ବେବର୍ତ୍ତା, ସୁନୀଲ ସିଂ, ପୃଥିବୀରାଜ ପାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସ୍ଥାନୀୟ ଜନପ୍ରତିନିଧି, ବୁଦ୍ଧିଜୀବୀ, ପରିବେଶପ୍ରେମୀଙ୍କ ସମେତ ବହୁ ଅଞ୍ଚଳବାସୀ ଯୋଗଦେଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।