Cricket: ରିଙ୍କୁଙ୍କ ଫୁଟ୍ବଲ୍, ବାସ୍କେଟ୍ବଲ୍ ପ୍ରେମ
"ନୂଆଦିଲ୍ଲୀ: ସଂପ୍ରତି ରିଙ୍କୁ ସିଂହ କ୍ରିକେଟ୍ ମଇଦାନରୁ ଦୂରେଇ ରହିଛନ୍ତି।
ହେଲେ ଏହି ଭାରତୀୟ ବ୍ୟାଟର୍ ଖେଳଠୁ ଦୂରେଇ ରହୁନାହାନ୍ତି।
ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଓ ଜାପାନରେ ହେବାକୁ ଥିବା ଆଗାମୀ ଏସୀୟ କ୍ରୀଡ଼ା ଦଳରେ ରିଙ୍କୁ ନାହାନ୍ତି।
ଫଳରେ ରିଙ୍କୁ କ୍ରିକେଟ୍ ଠାରୁ କିଛି ସମୟ ବିରତି ନେଇ ଅନ୍ୟକ୍ରୀଡ଼ା ଉପଭୋଗ କରୁଛନ୍ତି।
ଏହି ବିରତିରେ ସେ ବ୍ରିଟେନ୍ରେ ରହି ସ୍ପର୍ସରୁ ମାଞ୍ଚେଷ୍ଟର ୟୁନାଇଟେଡ୍ ଓ ବାସ୍କେଟବଲ୍ରେ ସମୟ କାଟୁଛନ୍ତି।
Advertisment "କେବଳ ଛକା": ରିଙ୍କୁ ଟୋଟେନ୍ହାମ ହଟ୍ସ୍ପର୍ ଷ୍ଟାଡିୟମ୍ରେ ରିଙ୍କୁ ଉପସ୍ଥିତ ରହି ଏଭରଟନ୍ ବିପକ୍ଷ ପ୍ରିମିୟର ଲିଗ୍ ମ୍ୟାଚ୍ ଦେଖିଥିଲେ।
ସେ ଟୋଟେନ୍ହାମ୍ ଜର୍ସି ଧରିଥିବାର ଏକ ଫଟୋକୁ କ୍ଲବ୍ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛି।
ଏହାର ଶିରୋନାମରେ କ୍ଲବ୍ ଲେଖିଛି, ""ରିଙ୍କୁ ସିଂହ, ସ୍ପର୍ସର ଘର""।
ରିଙ୍କୁ ମଧ୍ୟ ମାଞ୍ଚେଷ୍ଟର ୟୁନାଇଟେଡ୍ର ଓଲ୍ଡ ଟ୍ରାଫୋର୍ଡ, "ଥିଏଟର ଅଫ୍ ଡ୍ରିମ୍ସ"ରେ ମଧ୍ୟ କିଛି ସମୟ କଟାଇଥିଲେ।
ଏହାପରେ ସେ ବକ୍ସ ଏରିନାରେ ପହଞ୍ଚିଥିଲେ।
ଏଠାରେ ସେ ଲଣ୍ଡନ ଲାୟନ୍ସର ପୂର୍ବ-ଋତୁ ବାସ୍କେଟ୍ବଲ୍ ଖେଳ ଦେଖିଥିଲେ।
ଏହି ସମୟରେ ହୋଷ୍ଟ୍ ତାଙ୍କୁ କୋର୍ଟକୁ ଡାକି କିଛି ସମୟ ହାଲ୍କାଫୁଲ୍କା ଆଲୋଚନା କରିଥିଲେ।
ତାଙ୍କୁ ଏହି ସମୟରେ ପଚାରିଥିଲେ କ୍ରିକେଟ୍ ପିଚ୍ରେ କ"ଣ କରିବାକୁ ଭଲ ପାଆନ୍ତି।
ଏହାର ଉତ୍ତରରେ ରିଙ୍କୁ ସରଳ ଭାବେ କହିଥିଲେ "କେବଳ ଛକା"।
ଏହାପରେ ହୋଷ୍ଟ୍ ତାଙ୍କୁ ବାସ୍କେଟ୍ବଲ୍ରେ ହାତ ପରୀକ୍ଷା କରିବାକୁ ଆହ୍ବାନ ଦେଲେ।
ରିଙ୍କୁ ଆରମ୍ଭରୁ ଲକ୍ଷ୍ୟରୁ ବିଚ୍ୟୁତ ହୋଇଥିଲେ।
କିନ୍ତୁ ପରବର୍ତ୍ତୀ ସମୟରେ ହୁପ୍ରେ ବଲ୍ ପକାଇ ଦର୍ଶକଙ୍କ ମନ ଜିଣିଥିଲେ।
Harry Brook: ଇତିହାସ ରଚିଲେ ବ୍ରୁକ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।