CM Announce Flood Relief Package: ବନ୍ୟା କ୍ଷୟକ୍ଷତି ସହାୟତା ଘୋଷଣା, ଘର ଭାଙ୍ଗିଥିଲେ ମିଳିବ ୧.୩୦ ଲକ୍ଷ

Nov 01, 2026 - 20:08
CM Announce Flood Relief Package: ବନ୍ୟା କ୍ଷୟକ୍ଷତି ସହାୟତା ଘୋଷଣା, ଘର ଭାଙ୍ଗିଥିଲେ ମିଳିବ ୧.୩୦ ଲକ୍ଷ

ବନ୍ୟାରେ କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଘର ଭାଙ୍ଗିଥିବା ପରିବାରଙ୍କଠାରୁ ଆରମ୍ଭ କରି ଚାଷୀ ଓ କ୍ଷତିଗ୍ରସ୍ତ ଛୋଟ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗ ପାଇଁ ଆର୍ଥିକ ସହାୟତା ଘୋଷଣା ହୋଇଛି।

Advertisment ଘୋଷଣା ଅନୁସାରେ, ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଟଙ୍କା ଏବଂ ପାହାଡ଼ିଆ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୩୦ ହଜାର ଟଙ୍କା ମିଳିବ।

ଅଣଜଳସେଚିତ ଜମିରେ ଫସଲ କ୍ଷତି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ୧୭ ହଜାର ଟଙ୍କା ଏବଂ ବାରମାସୀ ଫସଲ ପାଇଁ ୨୨,୫୦୦ ଟଙ୍କା ସହାୟତା ଦିଆଯିବ।

ସେହିପରି ବନ୍ୟା ପ୍ରଭାବିତ ପରିବାରଙ୍କୁ ୫୦ କେଜି ଚାଉଳ ସହ ୨,୫୦୦ ଟଙ୍କା ମିଳିବ।

କ୍ଷତିଗ୍ରସ୍ତ ଉଠା ଦୋକାନୀ ଓ ଅସ୍ଥାୟୀ ଷ୍ଟଲ୍‌ ମାଲିକଙ୍କୁ ୧୦ ହଜାର ଟଙ୍କା ଏବଂ ବଡ଼ ବାଣିଜ୍ୟିକ ପ୍ରତିଷ୍ଠାନକୁ ୨୫ ହଜାର ଟଙ୍କା ସହାୟତା ଦିଆଯିବ।

ତେବେ ଏବେ ସୁଦ୍ଧା କ୍ଷୟକ୍ଷତିର ଆକଳନ ସମ୍ପୂର୍ଣ୍ଣ ହୋଇନାହିଁ; ଆକଳନ ଶେଷ ହେବା ପରେ ଆବଶ୍ୟକ ଅନୁସାରେ ଅଧିକ ସହାୟତା ଘୋଷଣା କରାଯିବ ବୋଲି କୁହାଯାଇଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।