CM Announces Relief for Flood Victims: ବନ୍ୟା କ୍ଷୟକ୍ଷତି ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବନ୍ୟା ପାଣି ଛାଡ଼ିଯାଇଛି, ହେଲେ ଦୁର୍ଦ୍ଦଶା ଛାଡ଼ିନି।
ବନ୍ୟାରେ କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଥିବାବେଳେ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳରେ ଏବେ ବି ଲୋକଙ୍କ ସମସ୍ୟା ଦୂର ହୋଇନାହିଁ।
Advertisment ବନ୍ୟା ସମୟରେ ଅନେକ ଗାଁ ପାଣିରେ ବୁଡ଼ି ନଦୀର ରୂପ ନେଇଥିଲା।
ଏବେ ପାଣି ଛାଡ଼ିଯିବା ପରେ ରାସ୍ତାଘାଟରେ କାଦୁଅ ଓ ଆବର୍ଜନା ଜମି ରହିଛି।
ଗାଁର ଯୁବକମାନେ ନିଜେ ଆଗକୁ ଆସି ରାସ୍ତାଘାଟ ସଫା କରୁଛନ୍ତି।
ବନ୍ୟାରେ ସ୍କୁଲ ଘର ମଧ୍ୟ ଭାଙ୍ଗିଯାଇଛି।
ଘରଦ୍ୱାର ଓ ଅନ୍ୟାନ୍ୟ ସମ୍ପତ୍ତି ନଷ୍ଟ ହୋଇଥିବାରୁ ଗ୍ରାମବାସୀ ଏବେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି।
ଅନ୍ୟପଟେ, ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଛନ୍ତି।
ପ୍ରଭାବିତ ପରିବାରଙ୍କୁ ୫୦ କେଜି ଚାଉଳ ସହ ୨,୫୦୦ ଟଙ୍କା ଦିଆଯିବ।
ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଏବଂ ପାହାଡ଼ିଆ ଅଞ୍ଚଳରେ ୧ ଲକ୍ଷ ୩୦ ହଜାର ଟଙ୍କା ମିଳିବ।
ଚାଷୀ, ଉଠା ଦୋକାନୀ ଓ ବ୍ୟବସାୟୀଙ୍କ ପାଇଁ ମଧ୍ୟ ସହାୟତା ଘୋଷଣା ହୋଇଛି।
ତେବେ କ୍ଷୟକ୍ଷତି ଆକଳନ ଶେଷ ହେବା ପରେ ଆବଶ୍ୟକ ଅନୁସାରେ ଅଧିକ ସହାୟତା ଘୋଷଣା କରାଯାଇପାରେ।
Advertisment ବାତ୍ୟା ଓ ବନ୍ୟା ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ସହାୟତା ପ୍ୟାକେଜ ଘୋଷଣା #Odisha #FloodRelief #CMOdisha #FloodAssistance #CycloneArnab #DisasterRelief #FarmersRelief #HouseDamageRelief #Ganjam #OTV pic.twitter.com/kTFvRWcjjX — ଓଟିଭି (@otvkhabar) November 1, 2026
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।