Gidipabali Landslide Horror: ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ, ୨ ମୃତଦେହ ଉଦ୍ଧାର

Nov 01, 2026 - 19:26
Gidipabali Landslide Horror: ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ, ୨ ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ଏଯାଏଁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ଉଭୟ ମୃତକଙ୍କ ପରିଚୟ ଚିହ୍ନଟ ସରିଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ।

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

Advertisment ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଏବଂ ରେଲୱେ ଟିମ୍‌ ନିୟୋଜିତ ଅଛନ୍ତି।

ଘଟଣାସ୍ଥଳକୁ ରାସ୍ତା ନଥିବାରୁ ସେଠାକୁ କ୍ରେନ୍‌ ନେବା ସମ୍ଭବ ନୁହେଁ ବୋଲି ଅଗ୍ନିଶମ ଡିଜି କହିଛନ୍ତି।

ଭୂସ୍ଖଳନରେ ଖସିପଡ଼ିଥିବା ବଡ଼ ବଡ଼ ପଥରଗୁଡ଼ିକୁ ନିୟନ୍ତ୍ରିତ ବିସ୍ଫୋରଣ ମାଧ୍ୟମରେ ହଟାଇବାକୁ ଯୋଜନା କରାଯାଇଛି।

ଉଦ୍ଧାର କାର୍ଯ୍ୟକୁ ସୁରକ୍ଷିତ ଭାବେ ଶେଷ କରିବା ଉପରେ ଉଦ୍ଧାରକାରୀ ଦଳ ଗୁରୁତ୍ୱ ଦେଉଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।