CM intervenes in Ganjam MLA-CDO controversy: ତୁଟିଲା କି ବିଧାୟକ-ସିଡିଓ ବିବାଦ? ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସରୋଜଙ୍କ ବଡ଼ ବୟାନ

Nov 05, 2026 - 20:34
CM intervenes in Ganjam MLA-CDO controversy: ତୁଟିଲା କି ବିଧାୟକ-ସିଡିଓ ବିବାଦ? ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସରୋଜଙ୍କ ବଡ଼ ବୟାନ

ପ୍ରାୟ ଘଣ୍ଟାଏ କାଳ ସିଏମ୍ଓରେ ବିତାଇ ପଦାକୁ ଆସିବା ପରେ କିଛି ଏମିତି ଥିଲା ବିଧାୟକ ସରୋଜ ପାଢ଼ୀଙ୍କ ବୟାନ।

ସଫା ସଫା କହିଥିଲେ- ଯାହା ବି କିଛି ଘଟିଥିଲା ତାର ଆପୋଷ ସମାଧନ ହୋଇସାରିଛି।

ସେ ଆହୁରି ମଧ୍ୟ କହିଥିଲେ- ପୂର୍ବରୁ ବି ଏମିତି ଘଟଣା ବିଧାୟକ ଓ ଅଫିସରଙ୍କ ଭିତରେ ଘଟିଛି।

ଏହି ଘଟଣା ଏକ ଭୁଲ୍ ବୁଝାମଣାରୁ ଘଟିଥିଲା।

ମୁଁ ସେମିତି କିଛି ଖରାପ ବ୍ୟବହାର କରିନାହିଁ ବୋଲି ନିଜ ସ୍ପଷ୍ଟୀକରଣରେ କହିଥିଲେ ସରୋଜ।

ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଗଞ୍ଜାମ ଜିଲ୍ଲାର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଧାୟକ ସରୋଜ ପାଢୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ନୀଳମଣି ବିଷୋୟୀ, ପ୍ରତାପ ଚନ୍ଦ୍ର ନାୟକ ଓ ମନୋରଞ୍ଜନ ଦ୍ୟାନସାମନ୍ତରାୟ ପ୍ରମୁଖଙ୍କର ଏକ ବୈଠକ ବସିଥିଲା।

ଯେଉଁଥିରେ ରାଜସ୍ୱ ମନ୍ତ୍ରୀ ବି ଉପସ୍ଥିତ ଥିଲେ।

ମିଳିଥିବା ସୂଚନା ଅନୁଯାୟୀ ସେଦିନ ଗଞ୍ଜାମ ସିଡିଓଙ୍କ ସହ ଘଟି ଯାଇଥିବା ଘଟଣା ସଂପର୍କରେ ସରୋଜ ପାଢୀଙ୍କଠାରୁ ପଚାରି ବୁଥିଥିଲେ ସିଏମ୍।

ସେପଟେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଏଭଳି ଘଟଣା ହେବା କଥା ନୁହଁ।

ଯାହା ହୋଇଛି ସେଥିପାଇଁ ବିଧାୟକ ଅନୁତପ୍ତ।

Advertisment ଅନ୍ୟପକ୍ଷରେ ଗଂଜାମ ଜିଲ୍ଲା ପରିଷଦ ସିଡିଓ ସମୀର କୁମାର ଜେନା ଗତ ୩ ତାରିଖ ସଂଧ୍ୟାରେ ବିଧାୟକଙ୍କ ସହ ଘଟି ଯାଇଥିବା ଏହି ଅପ୍ରୀତିକର ଘଟଣା ସଂପର୍କରେ ଆଜି ଆସ୍କା ଥାନାରେ ଏକ ଏତଲା ଦେଇଛନ୍ତି।

ଯେଉଁଥିରେ ସେ ଦର୍ଶାଇଛନ୍ତି, ବିଧାୟକ ସରୋଜ ପାଢ଼ୀ ନିଜକୁ ଆସ୍କାର ମନ୍ତ୍ରୀ କହି ଖରାପ ଭାଷାରେ ତାଙ୍କୁ ଗାଳିଗୁଲଜ କରିଥିଲେ।

ଏଠି ତାଙ୍କ ବିନା କିଛି ହୁଏନା କହିବା ସହିତ ମାରି ମାଟିରେ ମିଶାଇ ଦେବାକୁ ଧମକ ଦେଇଥିଲେ।

ଏହି ଘଟଣା ପରେ ସେ ଅଂଚଳ ଛାଡ଼ି ଚାଲିଥିଲେ ବୋଲି ଦର୍ଶାଇଛନ୍ତି ସମୀର।..

ସେପଟେ ସିଡିଓଙ୍କୁ ସମର୍ଥନ କରି ଆଜି ଜିଲ୍ଲା ଓଏଏସ୍ ସଂଘ ଘଟଣାରେ ହସ୍ତକ୍ଷେପ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛି।

ଏଥିସହିତ ବିପର୍ଯ୍ୟୟ ପରିଚାଳନାରେ ନିୟୋଜିତ ସବୁ କର୍ମଚାରୀଙ୍କୁ ସୁରକ୍ଷା ଦେବାପାଇଁ ସଂଘ ଦାବି କରିଛି।

ସୂଚନା ଅନୁସାରେ, ବିଧାୟକ ଯେଉଁ ସ୍ଥାନରେ ରିଲିଫ୍ ବାଣ୍ଟିବାକୁ ଚାହୁଁଥିଲେ ସେଠାରେ ବଣ୍ଟାନଯିବାରୁ ଉତକ୍ଷିପ୍ତ ଥିଲେ ସରୋଜ ପାଢ଼ୀ।

ଏଭଳି ସ୍ଥିତିରେ ଯୁବ ଆଇଏଏସ୍ ସିଡିଓ ସମୀର ଜେନା ଗାଁ ଗାଁ ବୁଲି ବିପନ୍ନଙ୍କୁ ବୁଝାଇବା ସହ ନିଜେ ରିଲିଫ୍ ବାଣ୍ଟିଥିଲେ।

ଏଥିରେ କ୍ଷୁବ୍ଧ ହୋଇ ବିଧାୟକ, ସିଡିଓଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଗଞ୍ଜାମ ଜିଲ୍ଲାପାଳ, ସିଡିଓଙ୍କୁ ଡାକି ଆଲୋଚନା କରିଛନ୍ତି।

ତେବେ ମନ୍ତ୍ରୀ ଓ ଅଫିସରକଙ୍କ କଳି ଆଗକୁ କେଉଁ ରୂପ ନେଉଛି ତା ଉପରେ ନଜର।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।