CM Mohan Majhi Reviews Cyclone Situation: ବାତ୍ୟା ପରେ ଆକ୍ସନ୍ ମୋଡ୍ରେ ସରକାର, କ୍ଷୟକ୍ଷତି ଆକଳନ ଆରମ୍ଭ ହେବ
ବାତ୍ୟା 'ଅର୍ଣ୍ଣବ' ମୁକାବିଲାରେ ରାଜ୍ୟ ସରକାର ସଫଳ ।
ତେବେ ଆଉ ଗୋଟିଏ ରାତି ଗୁରୁତ୍ୱପୂର୍ଣ୍ଣ, ବାତ୍ୟା ପରେ ହେବ କ୍ଷୟକ୍ଷତିର ଆକଳନ ।
ବାତ୍ୟା ପ୍ରଭାବରେ ରାଜ୍ୟର ୧୭ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଗଜପତି, ଗଞ୍ଜାମ ଓ କନ୍ଧମାଳ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ।
ସ୍ଥିତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ରାଜ୍ୟରେ ହାରାହାରି ୨୦୫ ମିମି ବର୍ଷା ହୋଇଥିବା ବେଳେ ରାୟଗଡ଼ାରେ ସର୍ବାଧିକ ୨୨୮ ମିମି ବର୍ଷା ରେକର୍ଡ ହୋଇଛି ।
Advertisment ବାତ୍ୟା ମୁକାବିଲା ପାଇଁ ୮ ଜଣ ମନ୍ତ୍ରୀ ଓ ୭ ଜଣ ଆଇଏଏସ୍ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ମୋଟ ୩୧୩ଟି ରେସପନ୍ସ ଟିମ୍ ମୁତୟନ ହୋଇଥିବା ବେଳେ ୬୩୪ଟି ରିଲିଫ୍ କ୍ୟାମ୍ପରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।
୨ ହଜାର ୨୪୫ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୯୩୧ ଜଣ ଶିଶୁ ଜନ୍ମ ନେଇଛନ୍ତି ।
ସମୁଦ୍ର ଓ ଚିଲିକାରୁ ୧୯ ହଜାରରୁ ଅଧିକ ମାଛଧରା ଡଙ୍ଗା ସୁରକ୍ଷିତ କୂଳକୁ ଫେରିଛି ।
ପ୍ରଭାବିତ ଜିଲ୍ଲାଗୁଡ଼ିକୁ ୧୯ କୋଟି ଟଙ୍କାର ରିଲିଫ୍ ସହାୟତା ଯୋଗାଇ ଦିଆଯାଇଛି ।
ବାତ୍ୟା ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଉତ୍ତମ ପ୍ରସ୍ତୁତି ଓ ସମନ୍ୱିତ ପଦକ୍ଷେପ ଯୋଗୁଁ ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।