Three Jajpur Polytechnic Faculty Members Suspended: ଅଧ୍ୟାପକଙ୍କ କଳି ପଡ଼ିଲା ମହଙ୍ଗା, ଯାଜପୁର ପଲିଟେକନିକ୍ର ୩ ଜଣ ନିଲମ୍ବିତ
ଅଧ୍ୟାପକଙ୍କୁ ମହଙ୍ଗା ପଡ଼ିଲା କଲେଜ୍ ଭିତରେ ଗଣ୍ଡଗୋଳ।
ବିଶୃଙ୍ଖଳିତ ଆଚରଣ ପାଇଁ ପଦବୀରୁ ବିଦା ହେଲେ ୩ ଅଧ୍ୟାପକ, ଅଧ୍ୟାପିକା।
ଯାଜପୁର ରଗଡ଼ି ସରକାରୀ ପଲିଟେକନିକ କଲେଜରେ ଦୁଇ ବରିଷ୍ଠ ଅଧ୍ୟାପକଙ୍କ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ପରେ, ସେମାନଙ୍କ ବିରୋଧରେ ଆକ୍ସନ ନେଇଛି ବୈଷୟିକ ଶିକ୍ଷା ବିଭାଗ।
ବିଭାଗୀୟ ତଦନ୍ତ ପରେ ୩ ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ବରିଷ୍ଠ ଅଧ୍ୟାପକ ନୃସିଂହ ବେହେରା, ସଂଦୀପ ମହାପାତ୍ର ଓ ଅଧ୍ୟାପିକା ପି.
ଆରାଧାନାଙ୍କୁ ସସ୍ପେଣ୍ଡ କରିଛି ବିଭାଗ।
Advertisment ଏବେ ଜାଣନ୍ତୁ ପକାନ୍ତୁ ପୁରା ଘଟଣାକ୍ରମ ଉପରେ।
ସ୍ଥାନ- ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ ଆଉ ସମୟ ଅକ୍ଟୋବର ୧୩, ଦିନ ପ୍ରାୟ ୧୨ଟା।
କଲେଜରେ ଏକ ମିଟିଂ ସାରି ବାହାରକୁ ଆସୁଥିଲେ ଇଲେକ୍ଟ୍ରିକାଲ ବିଭାଗର ବରିଷ୍ଠ ଅଧ୍ୟାପକ ନୃସିଂହ ଚରଣ ବେହେରା।
ଏହି ସମୟରେ ତାଙ୍କୁ ଶୁଣିବାକୁ ମିଳିଥିଲା କିଛି ପିଲାଙ୍କ ଟାହିଟାପରା।
ଆଉ ତାପର ସ୍ଥିତି ଥିଲା ଆହୁରି ଅଭାବନୀୟ।
ବରିଷ୍ଠ ଅଧ୍ୟାପକ ନୃସିଂହ ବେହେରାଙ୍କୁ ପଛପଟୁ ବାଲଟିଏ ମଇଳା ପାଣି ଫିଙ୍ଗିଥିଲେ ମେଟାର୍ଲଜି ବିଭାଗର ଅଧ୍ୟାପିକା ଆରାଧନା।
ଯେଉଁ ପାଣିକୁ ସେ କିଛି ପିଲାଙ୍କ ଦ୍ବାରା ପାଇଖାନା ଟାଙ୍କିରୁ ଆଣିଥିବା କୁହାଯାଉଛି।
ପବିତ୍ର ଶିକ୍ଷାନୁଷ୍ଠାନ ଭିତର ଏ କୁତ୍ସିତ ଦୃଶ୍ୟ ଭାଇରାଲ୍ ହେବା ପରେ ପଦାକୁ ଆସିଥିଲା ପୁରା ଘଟଣା।
କଲେଜର ଏ ବରିଷ୍ଠ ଅଧ୍ୟାପକଙ୍କୁ ସେଦିନ କାହିଁକି ମଇଳା ପାଣି ଫିଙ୍ଗି ଏମିତି ଅପାମନିତ କରିଥିଲେ ଅଧ୍ୟାପିକା ଆରାଧନା ?
କୁହାଯାଉଛି, ଇଲେକ୍ଟ୍ରିକାଲ ବିଭାଗର ଦୁଇ ଅଧ୍ୟାପକ ନୃସିଂହ ବେହେରା ଓ ସନ୍ଦୀପ ମହାପାତ୍ରଙ୍କ ମଧ୍ୟରେ ପୂର୍ବରୁ ବିବାଦ ରହିଛି।
ଆଉ ଅଧ୍ୟାପକ ସନ୍ଦୀପ ମହାପାତ୍ରଙ୍କ ପତ୍ନୀ ହେଉଛନ୍ତି ମେଟାର୍ଲଜି ବିଭାଗର ଅଧ୍ୟାପିକା ପି.
ଆରାଧନା।
ଗତ ୧୩ ତାରିଖରେ କଲଜରେ ଏକ ମିଟିଂରେ କୌଣସି କଥାକୁ ପ୍ରଥମେ ଯୁକ୍ତିତର୍କ ପରେ ସମସ୍ତଙ୍କ ସାମ୍ନାରେ ହାତାହାତି ହୋଇଥିଲେ ନୃସିଂହ ଓ ସନ୍ଦୀପ।
ପରେ ଅଧ୍ୟାପକ ନୃସିଂହ ବେହେରା, ମିଟିଂ ଛାଡ଼ି ବାହାରକୁ ଯିବା ପରେ ତାଙ୍କ ଉପରେ ମଇଳା ପାଣି ପକାଇ ସର୍ବସମ୍ମୁଖରେ ତାଙ୍କୁ ଲଜ୍ଜିତ କରିଥିଲେ ଅଧ୍ୟାପକା ଆରାଧନା।
ଏ ଘଟଣା ପରେ ଅଧ୍ୟକ୍ଷ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇବା ପରେ ବୈଷୟିକ ଶିକ୍ଷା ବିଭାଗର ୨ ଯୁଗ୍ମ ନିର୍ଦ୍ଦେଶକ କଲେଜକୁ ଯାଇ ଘଟଣାର ଅନୁସଂଧାନ କରିଥିଲେ।
ସେମାନଙ୍କ ରିପୋର୍ଟ ଆଧାରରେ ୩ ଜଣଙ୍କ ବିରୋଧରେ ହୋଇଛି ଆକ୍ସନ।
Advertisment ଏହି ଘଟଣାରେ ଆମେ ଅଧ୍ୟାପକ ସନ୍ଦୀପ ମହାପାତ୍ର ଓ ତାଙ୍କ ପତ୍ନୀ ଅଧ୍ୟାପିକା ପି.
ଆରାଧାନାଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ବି ସେମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।