CMRL ମାମଲାରେ ବିଜୟନ୍, ଝିଅ ଓ ଜ୍ୱାଇଁଙ୍କ ବିରୋଧରେ ଏଫ୍ଆଇଆର୍ ଦାବି
"କୋଚି: କୋଚିନ୍ ମିନେରାଲ୍ସ ଆଣ୍ଡ୍ ରୁଟାଇଲ୍ ଲିମିଟେଡ୍ (ସିଏମ୍ଆର୍ଏଲ୍) ସହ ଜଡ଼ିତ ଲାଞ୍ଚ ମାମଲାରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍, ତାଙ୍କ ଝିଅ ଟି.
ବୀଣା ଓ ଜ୍ୱାଇଁ ପି.ଏ.
ମହମ୍ମଦ ରିୟାସଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେରଳ ଡିଜିପିଙ୍କୁ ଚିଠି ଲେଖିଛି।
ମଙ୍ଗଳବାର ଏହି ଚିଠି ପଠାଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।Advertisment ମନିଲଣ୍ଡରିଂ ନିରୋଧୀ ଆଇନ (ପିଏମ୍ଏଲ୍ଏ)ର ଧାରା ୬୬(୨) ଅନୁସାରେ ଇଡି ଏହି ଚିଠି ପଠାଇଛି।
ତଦନ୍ତ ସମୟରେ ମିଳିଥିବା ତଥ୍ୟ ଓ ତଲାସିରେ ମିଳିଥିବା ପ୍ରମାଣ ଆଧାରରେ ବିଜୟନ୍, ବୀଣା, ରିୟାସ୍ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଇଡି କହିଛି।
ଇଡିର ଅଭିଯୋଗ ଅନୁସାରେ, କେରଳର ଖଣି କମ୍ପାନି ସିଏମ୍ଆର୍ଏଲ୍ ବୀଣାଙ୍କ ଏବେ ବନ୍ଦ ହୋଇଥିବା କମ୍ପାନି "ଏକ୍ସାଲୋଜିକ୍ ସଲ୍ୟୁସନ୍ସ"କୁ "ଆଇଟି ପରାମର୍ଶ ସେବା" ବାବଦରେ ୨.୭୮ କୋଟି ଟଙ୍କା ଦେଇଥିଲା।
ତେବେ ପ୍ରକୃତରେ ସେହି ସେବା ଦିଆଯାଇ ନଥିବା ଏବଂ ଏହା ଏକ ଜାଲିଆତିପୂର୍ଣ୍ଣ ଦେଣନେଣ ବୋଲି ଇଡି ଦାବି କରିଛି।
ଏହି ମାମଲାରେ ଇଡି ଜୁନ୍ରେ ବୀଣାଙ୍କ ସହ ଜଡ଼ିତ କିଛି ସ୍ଥାନରେ ତଲାସି କରିଥିଲା।
Bribery Case ଲାଞ୍ଚ ମାମଲାରେ ବଲାଙ୍ଗିରର ଦୁଇ ବନାଧିକାରୀ ଦଣ୍ଡିତ, ୩ ବର୍ଷ ଜେଲ୍ ଓ ଅର୍ଥଦଣ୍ଡ ସେତେବେଳେ ସେ ତିରୁଅନନ୍ତପୁରମ୍ରେ ବିଜୟନ୍ଙ୍କ ସହ ଏକ ଭଡ଼ା ଘରେ ରହୁଥିଲେ।
ଅଗଷ୍ଟରେ ଇଡି କହିଥିଲା ଯେ, ତଲାସି ସମୟରେ କିଛି ହାତଲେଖା ନୋଟ୍ ମିଳିଥିଲା ଏବଂ ସେଥିରେ ଦୁବାଇକୁ କିଛି ଅର୍ଥ ପଠାଯିବା ସମ୍ପର୍କିତ ତଥ୍ୟ ଥିଲା।
ବୀଣାଙ୍କ ସ୍ୱାମୀ ତଥା ସିପିଆଇ(ଏମ୍) ନେତା ରିୟାସ୍ କହିଛନ୍ତି ଯେ, ସେ ଓ ଦଳ ଏହି ମାମଲାର ରାଜନୈତିକ ଓ ଆଇନଗତ ମୁକାବିଲା କରିବେ।
ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ଏମ୍.ଭି.
ଗୋବିନ୍ଦନ ମଧ୍ୟ ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ସମାନ ମତ ଦେଇ ରିୟାସ୍ଙ୍କୁ ନିଶାଣ କରାଯାଉଥିବା ଅଭିଯୋଗ କରିଛନ୍ତି।
ବିଜୟନ୍ ତାଙ୍କ ଝିଅଙ୍କ ବିରୋଧରେ ଇଡିର ମାମଲାକୁ ରାଜନୈତିକ ପ୍ରତିଶୋଧ ବୋଲି କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।