Illegal Liquor Traders ପୁଣି ବନ୍ଧାହେଲେ ୧୨ ମଦ ବେପାରୀ, ୧୪ହଜାର ଲିଟର ପୋଚ ଓ ମଦ ଜବତ
"ରାଉରକେଲା (ଦେବ ଗଡ଼ତିଆ): ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ଉ ଓ ଧରପଗଡ଼ ଅଭିଯାନ ଜାରି ରହିଛି।
ଆଜି (ମଙ୍ଗଳବାର) ୧୨ଟି ଅବକାରୀ ମାମଲା ରୁଜୁ କରାଯିବା ସହ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଏହାସହ ୭୨୪ ଲିଟର ବେଆଇନ ରନ୍ଧା ମଦ ଓ ୧୩,୩୭୦ କେଜି ମହୁଲପୋଚ ଜବତ ହୋଇଛି।
Advertisment ଅବକାରୀ ପୁଲିସ ଏସ୍ଟିଆଇ ରାଜୀବ ବସ୍ତିରୁ ୧୦ ଓ ସେକ୍ଟର-୧୫ ଥାନା ଅନ୍ତର୍ଗତ ଲୁଆକେରା ଅଞ୍ଚଳରୁ ୨, ମୋଟ୍ ୧୨ ଜଣଙ୍କୁ ଗିରଫ କରିଛି।
ଅଭିଯୁକ୍ତମାନେ ହେଉଛନ୍ତି ରାଜୀବ ବସ୍ତିର ମୁନି ବଡ଼ାଇକ, ବାଜମତୀ ସାହୁ, ସାୱନ ସାହୁ, ସୁରଜୀ ସାହୁ, ସାବିତ୍ରୀ ସାହୁ, ପାର୍ବତୀ ସିକା, ବୁଧନୀ ସାହୁ, ସମାରୀ ତିର୍କୀ, ସଞ୍ଜୁ ସାହୁ, କୁଲେଶ ନାୟକ ଓ ସେକ୍ଟର-୧୫ ଥାନା ଅନ୍ତର୍ଗତ ଲୁଆକେରା ଅଞ୍ଚଳର ମଙ୍ଗଲ ଖାଲଖୋ, ବିଜିଲା ଲାକ୍ରା Illegal liquor: ରାତିଅଧରେ ମାଫିଆଙ୍କ ୪ ଘଣ୍ଟାର ଦୁଃସାହିକ ଜଳଯାତ୍ରା; ୩୬୦ ଲିଟର ମଦ ଜବତ ଅବକାରୀ ଇନ୍ସପେକ୍ଟର ଦୁର୍ବାଦଳ ବିଶ୍ୱାଳଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ମୋବାଇଲ ୟୁନିଟ୍ର ଏସ୍ଆଇ ରୋହିତ କୁମାର ଡନସନା, ଏସ୍ଆଇ ଜ୍ଞାନେଶ୍ବର ବିଶ୍ବାଳ ଓ ବିଭାଗୀୟ କର୍ମଚାରୀ ସାମିଲ ଥିଲେ।
ଆଗାମୀ ଦିନରେ ମଧ୍ୟ ଜିଲ୍ଲାରେ ବେଆଇନ ମଦ ପ୍ରସ୍ତୁତି, ବିକ୍ରି ଓ ଚୋରାଚାଲାଣ ବିରୋଧରେ କଡ଼ା ଆଭିମୁଖ୍ୟ ଓ ଚଢ଼ଉ ଜାରି ରହିବ ବୋଲି ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।