Co-Pilot Allegedly Planned To Kill Captain: ଇସ୍ରାଏଲରେ ହୋଇଥାନ୍ତା ୯/୧୧ ଭଳି ଆକ୍ରମଣ, ତଦନ୍ତରେ ଖୋଲିଲା ଭୟଙ୍କର ଷଡ଼ଯନ୍ତ୍ର
ଆକାଶରେ ହୋଇଥାନ୍ତା ମହାସଂହାର । ବିମାନ ପାଲଟିଥାନ୍ତା ମାନବ ବୋମା, ଶତାଧିକ ଯାତ୍ରୀଙ୍କର ଯାଇଥାଆନ୍ତା ଜୀବନ । ଇସ୍ରାଏଲରେ ଘଟିଥାନ୍ତା 9/11 ଭଳି ଆଟାକ୍। ଆମେରିକାରେ ଯେମିତି ୨୦୦୧ ମସିହାରେ ଟ୍ବିନ୍ ଟାୱାରକୁ ଧ୍ବଂସ ବିଧ୍ବଂସ କରାଯାଇଥିଲା, ସେମିତି କିଛି ପ୍ଲାନ୍ କରିଥିଲା କୋ-ପାଇଲଟ୍ ଇମାମ୍ ଅଲହାମୀ। ଫ୍ଲାଏଦୁବାଇ ହାଇଜାକ୍ ପ୍ଲାନ୍ ତଦନ୍ତରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ ।
ତଦନ୍ତ ରିପୋର୍ଟ ଅନୁସାରେ, କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ଆକ୍ରମଣ କରିବା ସହ ବିମାନକୁ ହାଇଜାକ୍ କରି ୯/୧୧ ଶୈଳୀରେ ତେଲ୍ ଆଭିଭର କୌଣସି ଉଚ୍ଚ ଅଟ୍ଟାଳିକାରେ ବିମାନ ଧକ୍କା ଦେବାର ଯୋଜନା କରିଥିଲା ସହ-ପାଇଲଟ୍ । ପ୍ରାରମ୍ଭିକ ଇସ୍ରାଏଲୀ ତଦନ୍ତ ଅନୁସାରେ, ୨୯ ବର୍ଷୀୟ ଇମାମ୍ ଅଲହାମୀ ମିଶନରେ ଏକାକୀ କାମ କରୁଥିଲା । ସ୍ମିତ୍ ମଚ୍ଛାରଙ୍କୁ ହତ୍ୟା କରି ବିମାନକୁ ନିୟନ୍ତ୍ରଣରେ ନେବାକୁ ପ୍ଲାନ୍ କରିଥିଲା । ଏହାପରେ ଇଞ୍ଜିନ୍ ବନ୍ଦ କରି ତେଲ୍ ଆଭିଭର ଏକ ଅଟ୍ଟାଳିକା କିମ୍ବା ଆଉ ଏକ ବିମାନକୁ ଧକ୍କା ଦେବାକୁ କରିଥିଲା ଯୋଜନା।
ବେନ୍ ଗୁରିଅନ ବିମାନ ବନ୍ଦର ଟର୍ମିନାଲରେ ପ୍ଲେନ୍ କ୍ରାସର ମଧ୍ୟ ପ୍ଲାନ୍ କରିଥିଲା। ବିମାନଟିକୁ ଜୋର୍ଡାନ୍ ଆକାଶସୀମା ଉପରେ ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା କୋ-ପାଇଲଟ୍ । ରିପୋର୍ଟ ଅନୁସାରେ, ସେ ଜୁଲାଇରେ ଏହି ଆକ୍ରମଣ କରିବାକୁ ଚିନ୍ତା କରିଥିଲା । କିନ୍ତୁ ଜଣେ କ୍ରୁ ସଦସ୍ୟଙ୍କ ସହ ବନ୍ଧୁତ୍ୱ ଥିବାରୁ ଶେଷ ମୁହୂର୍ତ୍ତରେ ଯୋଜନାରୁ ଓହରିଯାଇଥିଲା । ଅଭିଯୁକ୍ତ ଇମାମ୍ ଅଲହାମୀ UAEରେ ଗିରଫ ହୋଇ ତଦନ୍ତର ସମ୍ମୁଖୀନ ହୋଇଛି । ମାମଲାରେ ତାକୁ ମୃତ୍ୟୁଦଣ୍ଡ ମିଳିପାରେ ବୋଲି ଇସ୍ରାଏଲୀ ମିଡିଆ ଚର୍ଚ୍ଚା କରୁଛି।
ଇସ୍ରାଏଲରେ ଘଟିଥାନ୍ତା 9/11 ଭଳି ଆଟାକ୍
9/11 ଆଟାକ୍ ପ୍ଲାନ୍ କରିଥିଲା କୋପାଇଲଟ୍ ଇମାମ୍ ଅଲହାମୀ
ଫ୍ଲାଏଦୁବାଇ ହାଇଜାକ୍ ପ୍ଲାନ୍ ତଦନ୍ତରେ ଚାଞ୍ଚଲ୍ୟକର ତଥ୍ୟ
ସ୍ମିତ ମଚ୍ଛାରଙ୍କୁ ହତ୍ୟା କରି ପ୍ଲେନ୍ ହାଇଜାକ୍ କରିଥାନ୍ତା ସହପାଇଲଟ୍
9/11 ଶୈଳୀରେ ତେଲ୍ ଆଭିଭର କୌଣସି ଉଚ୍ଚ ଅଟ୍ଟାଳିକାରେ ଧକ୍କା ଦେଇଥାନ୍ତା
ବେନ୍ ଗୁରିଅନ ବିମାନ ବନ୍ଦର ଟର୍ମିନାଲକୁ ମଧ୍ୟ ନଜରରେ ରଖିଥିଲା
ମିଶନରେ ଏକାକୀ କାମ କରୁଥିଲା ଇମାମ୍ ଅଲହାମୀ
ଗତ ଜୁଲାଇରେ ବି ଆକ୍ରମଣ ପ୍ଲାନ୍ କରିଥିଲା କୋପାଇଲଟ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।