Co-pilot Attacked Captain : କକ୍ପିଟ୍ରେ କ୍ରାସ୍ କୁରାଢ଼ୀରେ କ୍ୟାପ୍ଟେନଙ୍କୁ ଆକ୍ରମଣ କରିଥିଲା ସହ-ପାଇଲଟ: ୟୁଏଇ
"କାଏରୋ: ତେଲ ଅଭିଭ୍ଗାମୀ ଫ୍ଲାଏଦୁବାଇ ବିମାନରେ ହୋଇଥିବା ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଘଟଣା ଶନିବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଅଧିକାରୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।
ଅଧିକାରୀ କହିଛନ୍ତି ଯେ, ସହ-ପାଇଲଟ ଓମାନୀ ନାଗରିକ ବିମାନକୁ ନିଜ ନିୟନ୍ତ୍ରଣକୁ ନେବାକୁ କକ୍ପିଟ୍ ଭିତରେ କ୍ରାସ୍ କୁରାଢ଼ୀରେ କ୍ୟାପ୍ଟେନ ସ୍ମିତ୍ ମାଚ୍ଛରଙ୍କୁ ଆକ୍ରମଣ କରିଥିଲା।
ସମ୍ପୃକ୍ତ ସହ-ପାଇଲଟଙ୍କୁ ତାଙ୍କର ଉଗ୍ରବାଦୀ ଦୃଷ୍ଟିକୋଣ ଯୋଗୁଁ ପୂର୍ବରୁ ଓମାନ ବିମାନ ଉଡ଼ାଣ କରିବାରୁ ବାରଣ କରିଥିଲା।Advertisment ସହ-ପାଇଲଟଙ୍କୁ ହମାମ୍ ଅଲ୍-ହମ୍ମାମି ଭାବରେ ଚିହ୍ନଟ କରାଯାଇଛି।
ସହ ପାଇଲଟଙ୍କ କାର୍ଯ୍ୟ ଯୋଗୁ ୧୮୨ ଜଣ ଯାତ୍ରୀ ଥିବା ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା।
ପରେ ଯାତ୍ରୀ ଓ ଅନ୍ୟମାନେ ଭିତରକୁ ଦୌଡ଼ି ଆସି ତାଙ୍କୁ ସେମାନଙ୍କ ଅଧୀନକୁ ନେଇଥିଲେ।
ଇସ୍ରାଏଲ ଓ ଓମାନ ମଧ୍ୟରେ ଆନୁଷ୍ଠାନିକ କୂଟନୈତିକ ସମ୍ପର୍କ ନଥିବାରୁ ଏହି ଘଟଣା ପରେ ଇସ୍ରାଏଲ ସରକାର କୂଟନୈତିକ ସମ୍ପର୍କ ନଥିବା ରାଷ୍ଟ୍ରଗୁଡ଼ିକର ପାଇଲଟ୍ମାନଙ୍କୁ ସେଠାକୁ ଉଡ଼ାଣ କରିବାରୁ ନିବୃତ୍ତ ରଖିବା ପାଇଁ ବିଦେଶୀ ବାହକଙ୍କ ସହିତ ହୋଇଥିବା ଚୁକ୍ତି କଥା ଉଠାଇଛି।
ସହ-ପାଇଲଟଙ୍କୁ ତାଙ୍କର ଉଗ୍ରବାଦୀ ଦୃଷ୍ଟିକୋଣ ଯୋଗୁ ଓମାନ ଏୟାରରେ ପ୍ରଶାସନିକ ଚାକିରିକୁ ସ୍ଥାନାନ୍ତର କରାଯାଇଥିଲା।
ପରେ ସହ-ପାଇଲଟଙ୍କୁ ୟୁଏଇ-ଭିତ୍ତିକ ବିମାନ କମ୍ପାନୀ ଫ୍ଲାଏଦୁବାଇ ନିଯୁକ୍ତି ଦେଇଥିଲା।
ସହ-ପାଇଲଟଙ୍କ ସମ୍ପର୍କରେ ସଠିକ୍ ଭାବେ ଯାଞ୍ଚ କରାଯାଇଥିଲା କି ନାହିଁ ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ।
ଅଭିଯୁକ୍ତ ସହ ପାଇଲଟ ଜଣକ ୟୁଏଇରେ ଜନ୍ମିତ ଓ ତାଙ୍କ ମା" ଜଣେ ସିରିୟା ନାଗରିକ।
କିନ୍ତୁ ସେ କିପରି ଓମାନ ନାଗରିକତା ପାଇଲେ ତାହା ଜଣାପଡ଼ିନାହିଁ।
ସହ-ପାଇଲଟ୍ ଏକାକୀ ଏହି ଉଗ୍ରବାଦୀ ଘଟଣାରେ ସମ୍ପୃକ୍ତ କି କୌଣସି ଆତଙ୍କବାଦୀ ଗୋଷ୍ଠୀ ସହିତ ତାଙ୍କର ସମ୍ପର୍କ ଥିଲା ତା"ର ତଦନ୍ତ କରାଯାଉଛି।
ଅନ୍ୟପକ୍ଷରେ ସହ ପାଇଲଟଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଉଡ଼ାଣ ଦିନ ପର୍ଯ୍ୟନ୍ତ ସକ୍ରିୟ ଥିଲା ଓ ତା"ପରେ ଡିଲିଟ୍ କରିଦିଆଯାଇଥିଲା ବୋଲି ଜଣାପଡ଼ିଛି।
ତୀରନ୍ଦାଜିର ନୂଆ ନାୟିକା କୁମ୍କୁମ୍ଙ୍କୁ ଐତିହାସିକ ସ୍ବର୍ଣ୍ଣ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।