କୁଖ୍ୟାତ ଡକାୟତ ଟୁନା ଘରେ ବୁଲିଲା ବୁଲଡୋଜର

Oct 03, 2026 - 17:03
କୁଖ୍ୟାତ ଡକାୟତ ଟୁନା ଘରେ ବୁଲିଲା ବୁଲଡୋଜର

କୁଖ୍ୟାତ ଡକାୟତ ଟୁନା ଘରେ ବୁଲିଲା ବୁଲଡୋଜର

ନନ୍ଦିଘୋଷ ବ୍ୟୁରୋ: ଅପରାଧୀଙ୍କୁ ନିସ୍ତାର ନାହିଁ । ନବରଙ୍ଗପୁରରେ ଆକ୍ଟିଭ ପୋଲିସ କୁଖ୍ୟାତ ଡକାୟତ ଟୁନା ହରିଜନ ଗରେ ବୁଲିଲା ବୁଲଡୋଜର । ସରକାରୀ ଜମି ଜବରଦଖଲ କରି ଘର ଓ ଦୋକାନ ନିର୍ମାଣ କରିଥିବା ହୋଇଥିଲା ଅଭିଯୋଗ । ସ୍ଥାନୀୟ ପ୍ରଶାସନ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ସାନକୁସୁମୀ ଗାଁରେ ଟୁନା ହରିଜନର ଘର ଓ ଷ୍ଟଲ୍ ଭାଙ୍ଗିଛି ପ୍ରଶାସନ । ଏଥିପାଇଁ ଆଗରୁ ନୋଟିସ୍ ଜାରି ହୋଇଥିଲା ।

ସୂଚନା ଅନୁସାରେ, ସାନକୁସୁମୀ ଗ୍ରାମରେ ଖାତା ନମ୍ବର ୩୦୪ ଓ ପ୍ଲଟ୍ ନମ୍ବର ୨୫ରେ ମୋଟ୍ ୪୫ ସେଣ୍ଟ ସରକାରୀ ଜମି ରହିଛି । ଏହି ଜମିରୁ ୧୦ ସେଣ୍ଟ ଜବରଦଖଲ କରି ଘର ଓ ଷ୍ଟଲ୍ ନିର୍ମାଣ କରାଯାଇଥିବା ଅଭିଯୋଗ ରହିଛି । ପ୍ରଥମେ ପ୍ରଶାସନ ପକ୍ଷରୁ ୩୦ ଦିନିଆ ନୋଟିସ୍ ଦିଆଯାଇଥିଲା । ସେପ୍ଟେମ୍ବର ୨୯ ତାରିଖରେ ପୁଣି ଥରେ ଜାରି ହୋଇଥିଲା ୩ ଦିନିଆ ନୋଟିସ୍ । ଆଜି ବୁଲଡୋଜର ଲଗାଇ ଜବରଦଖଲ ଉଚ୍ଛେଦ କରୁଛି ପ୍ରଶାସନ । ଟୁନା ହରିଜନ ଜେଲରେ ଥିବା ବେଳେ ତାଙ୍କ ପରିବାର ଲୋକେ ଏହି ଉଚ୍ଛେଦକୁ ବିରୋଧ କରିଥିଲେ । ଟୁନା ନାଁରେ ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ଛତିଶଗଡ଼ର ଜଗଦଲପୁର ଅଞ୍ଚଳରେ ଡକାୟତି ଓ ଚୋରି ସମେତ ୪୦ରୁ ଅଧିକ ମାମଲା ଥିବା କୁହାଯାଉଛି । କିଛି ଦିନ ତଳେ କୋରାପୁଟ ବୋରିଗୁମ୍ମା ପୋଲିସ ପାଟ୍ରୋଲିଂ ଗାଡ଼ି ଉପରକୁ ମଧ୍ୟ ଗୁଳି ଚଳାଇଥିଲା । ଛତିଶଗଡ଼ ଜଗଦଲପୁରରୁ ତାକୁ ଗିରଫ କରିଥିଲା କୋରାପୁଟ ପୋଲିସ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।