10 OCTOBER 2026

Welcome!

Unlock your personalized experience.
Sign Up

Coastal Highway: ଆଣ୍ଠେଇଛି ଉପକୂଳ ରାଜପଥ: ଚିନ୍ତାରେ ୨୧ ପରିବାର

Oct 10, 2026 - 08:38
Coastal Highway: ଆଣ୍ଠେଇଛି ଉପକୂଳ ରାଜପଥ: ଚିନ୍ତାରେ ୨୧ ପରିବାର

ବାଲିକୁଦା (ପ୍ରଣବ ପ୍ରଧାନ): ଭାରତମାଳା ପ୍ରକଳ୍ପ ଅଧୀନରେ ପ୍ରସ୍ତାବିତ ଉପକୂଳ ରାଜପଥକୁ ନେଇ ବାଲିକୁଦା ଅଞ୍ଚଳବାସୀଙ୍କ ମନରେ ଏବେ ଆଶା, ଆଶଙ୍କା ସୃଷ୍ଟି ହୋଇଛି। ସଂଶୋଧିତ ନକ୍ସା ଜାରି ହେବା ପରେ ପ୍ରକଳ୍ପ ନିର୍ମାଣକୁ ନେଇ ଅଞ୍ଚଳବାସୀଙ୍କ ମନରେ ବିକାଶର ସୁନେଲି ସ୍ୱପ୍ନ ଜାଗିଥିଲା। ମାତ୍ର ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ ଏବଂ ଜମି ଅଧିଗ୍ରହଣ ସମ୍ପର୍କିତ ସମସ୍ୟା ପ୍ରକଳ୍ପର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛି। ଅନ୍ୟପଟେ ଏହି ପ୍ରକଳ୍ପରେ ବେଘର ହେବାକୁ ଯାଉଥିବା ୨୧ ପରିବାର ଏବେ ଚିନ୍ତାରେ ପଡ଼ିଛନ୍ତି। ୨୦୧୫ରେ କେନ୍ଦ୍ର ସରକାର ଉପକୂଳ ରାଜପଥ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ପ୍ରାରମ୍ଭିକ ନକ୍ସାରେ ବାଲିକୁଦା ବ୍ଲକର ମରିଚପୁର, କୁସୁପୁର ଓ ବରମୁଣ୍ଡଳୀ ଅଞ୍ଚଳ ଦେଇ ପାରାଦ୍ୱୀପରୁ ପୁରୀ ଜିଲ୍ଲାର ଅସ୍ତରଙ୍ଗକୁ ରାଜପଥ ସଂଯୋଗ ପ୍ରସ୍ତାବ ଥିଲା। ପରବର୍ତ୍ତୀ ସମୟରେ ନକ୍ସାରେ ସଂଶୋଧନ କରାଯାଇ ସମୁଦ୍ରତଟଠାରୁ ପ୍ରାୟ ୨୫ କିମି ଦୂରରେ ବାଲିକୁଦା ବ୍ଲକର ଆମ୍ବଶାଳ, ବୋରିକିନା ଓ ଅଢ଼ଙ୍ଗା ଦେଇ ନାଉଗାଁ ବ୍ଲକର ଡାବରକୁ ସଂଯୋଗ କରିବାର ନକ୍ସା ଜାରି ହୋଇଥିଲା। ଏହାକୁ ନେଇ ବିରୋଧ ପରେ ସଂଶୋଧିତ ତୃତୀୟ ନକ୍ସା ଜାରି ହୋଇଥିଲା। ଆମ୍ବଶାଳ ପଞ୍ଚାୟତରେ ପରିବେଶ ମଞ୍ଜୁରି ସମ୍ପର୍କିତ ଜନଶୁଣାଣି ହୋଇଥିଲା। ରାସ୍ତା ଯିବାକୁ ଥିବା ସ୍ଥାନରେ ଖୁଣ୍ଟ ପୋତି ସୀମା ଚିହ୍ନଟ କରାଯାଇଥିବା ବେଳେ ବାଲିକୁଦା ତହସିଲ ପକ୍ଷରୁ ସମ୍ପୃକ୍ତ ଗ୍ରାମର ଜମି ମାଲିକମାନଙ୍କୁ ଭେଟି ପ୍ରକଳ୍ପ ସମ୍ପର୍କରେ ଅବଗତ କରାଯାଇଛି। ଅନ୍ୟପଟେ ପରିବେଶ ମଞ୍ଜୁରି ସମ୍ପର୍କିତ ପ୍ରକ୍ରିୟା ଚାଲିଥିବା ବେଳେ ଟେଣ୍ଡର ଆବେଦନ ହୋଇ ବିଡ୍‌ ଖୋଲାଯାଇଛି। ମାତ୍ର ଏପର୍ଯ୍ୟନ୍ତ ଚୂଡ଼ାନ୍ତ କାର୍ଯ୍ୟାଦେଶ ମିଳିନାହିଁ। 

World Skills: ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଉପକୂଳ ରାଜପଥ ନିର୍ମାଣକୁ ନେଇ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି ବାଲିକୁଦା ବ୍ଲକ ଅପଣ୍ଡରା ପଞ୍ଚାୟତର ପୋଦରୁଆଁ ଗ୍ରାମରେ। ଗ୍ରାମର ମଧ୍ୟଭାଗ ଦେଇ ପ୍ରକଳ୍ପ ଯିବାକୁ ଥିବାରୁ ପ୍ରାୟ ୨୧ଟି ପରିବାରଙ୍କ ଘର ଭାଙ୍ଗିବା ପାଇଁ ତହସିଲ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆଗେଇଛି। ହେଲେ ଏପର୍ଯ୍ୟନ୍ତ ସମ୍ପୃକ୍ତ ପରିବାରଗୁଡ଼ିକୁ ନୋଟିସ ଜାରି ହୋଇନାହିଁ। ଏହି ୨୧ ପରିବାର ମଧ୍ୟରୁ ଅନେକ ପରିବାର ରାଜପଥ ନିର୍ମାଣ ହେଲେ ସମ୍ପୂର୍ଣ୍ଣ ଭାବେ ଭୂମିହୀନ ହୋଇଯିବା ଆଶଙ୍କାରେ ଅଛନ୍ତି। ପ୍ରକଳ୍ପକୁ ସେମାନେ ବିରୋଧ କରୁନଥିବା ବେଳେ ଥଇଥାନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ସେମାନେ ଜିଲ୍ଲାପାଳଙ୍କୁ ଜମି ବଦଳରେ ଜମି ଯୋଗାଇ ଦେବାକୁ ନିବେଦନ କରିଛନ୍ତି। 

Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ

ବାଲିକୁଦା ତହସିଲଦାର ବିକାଶ ରଞ୍ଜନ କହିଛନ୍ତି ଯେ ଏ ସଂପର୍କିତ ପ୍ରଶାସନିକ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଦେବୀ ନଦୀ ଗର୍ଭରେ ଥିବା କିଛି ବ୍ୟକ୍ତିଙ୍କ ସମ୍ପତ୍ତି ଯାଉଥିବା ବେଳେ ସେମାନଙ୍କୁ ମଧ୍ୟ ଅନୁଦାନ ମିଳିବା ନେଇ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଅବସରପ୍ରାପ୍ତ କର୍ମଚାରୀ ନିଯୁକ୍ତି କରାଯାଇଛି। ସମ୍ପୂର୍ଣ୍ଣ ଜମି ହରାଉଥିବା ବ୍ୟକ୍ତିଙ୍କୁ ବସୁନ୍ଧରା ଯୋଜନାରେ ଜାଗା ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ। ଅନ୍ୟପଟେ ଜମି ହରାଉଥିବା ପରେଶ ବାରିକ କହିଛନ୍ତି ଯେ ତାଙ୍କର ୪ ଭାଇଙ୍କର ମୋଟ ୮ ଡିସିମିଲ ଜମି ଅଛି। ସବୁ ଜମି ଉପକୂଳ ରାଜପଥରେ ଚାଲି ଯାଉଛି। ପ୍ରଶାସନ ଜମି ବଦଳରେ ଜମି ଯୋଗାଇ ନ ଦେଲେ ଆମେ ଅସହାୟ ହୋଇ ପଡିବୁ। ଆଇନୀଜୀବୀ ରବୀନ୍ଦ୍ର ବିଶ୍ୱାଳ କହିଛନ୍ତି, ଉପକୂଳ ରାଜପଥକୁ ସ୍ୱାଗତ କରୁଛୁ। କିନ୍ତୁ ଗ୍ରାମର ମଧ୍ୟ ଭାଗରେ ଏହା ନଯାଇ ବାଲିପାଟଣା ଓ ଗ୍ରାମ ମଧ୍ୟବର୍ତ୍ତୀ ସୀମାରେ ଏହାକୁ ନିର୍ମାଣ ପାଇଁ ପଦକ୍ଷେପ ନେଲେ ବିଶେଷ ସମସ୍ୟା ରହିବନି। ଗ୍ରାମର କୈଳାସ ଦାସଙ୍କ କହିବା ମୁତାବକ ଉପକୂଳ ରାଜପଥରେ ଆମର ଘରବାଡ଼ି ଚାଲି ଯାଉଛି। ପ୍ରଶାସନ ଜମି ବଦଳରେ ଜାଗା ଯୋଗାଇ ଦେଲେ ଆମେ ଉପକୃତ ହେବୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।