Life Mantra: ଜୀବନ-ମନ୍ତ୍ର: ମହାଳୟା ଓ ମହା ପିତୃତୀର୍ଥ

Oct 10, 2026 - 08:13
Life Mantra: ଜୀବନ-ମନ୍ତ୍ର: ମହାଳୟା ଓ ମହା ପିତୃତୀର୍ଥ

"ଆଶ୍ବିନ କୃଷ୍ଣପକ୍ଷ ପ୍ରତିପଦରୁ ଆରମ୍ଭ ହୋଇଥିବା ପିତୃପକ୍ଷ ଶେଷହୁଏ ଆଶ୍ବିନ ଅମାବାସ୍ୟାରେ।

ଏହାର ଅନ୍ୟନାମ ମହାଳୟା ଅମାବାସ୍ୟା।

ପୌରାଣିକ ପ୍ରସଙ୍ଗ ଅନୁସାରେ, ଏହି ପିତୃପକ୍ଷରେ ମୃତ୍ୟୁଦେବତା ଯମରାଜ, ପିତୃଲୋକବାସୀଙ୍କୁ ମର୍ତ୍ତ୍ୟଲୋକରେ ବିଚରଣ କରିବାକୁ ଅନୁମତି ଦେଇଥାଆନ୍ତି।

ଏହା ଫଳରେ ଏହି ସମୟରେ ଅନୁଷ୍ଠିତ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନକୁ ସେମାନେ ଗ୍ରହଣ କରି ତୃପ୍ତ ହୋଇଥାନ୍ତି।

ସେମାନଙ୍କର ଆଗମନ ଓ ଅବସ୍ଥାନ ଏହି ମର୍ତ୍ତ୍ୟଲୋକକୁ ମହାଳୟରେ ପରିଣତ କରିଥାଏ।Advertisment Workshop: ଜନସଞ୍ଚାର କୌଣସି ପ୍ରଶାସନିକ ଔପଚାରିକତା ନୁହେଁ ବରଂ ପ୍ରଶାସନର ଆଧାର ଯେଉଁସବୁ ସ୍ଥାନରେ ଏହି ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ କରାଯାଏ, ତାହାକୁ କୁହାଯାଏ ପିତୃତୀର୍ଥ।

ଆମର ପୁରାଣମାନଙ୍କରେ ଏହି ପିତୃତୀର୍ଥମାନଙ୍କର ବର୍ଣ୍ଣନା ଅଛି।

ତାହା ଅନୁସାରେ, ସମଗ୍ର ଭାରତବର୍ଷରେ ଅନେକ ପିତୃତୀର୍ଥ ରହିଛି।

ଗୟା, ପ୍ରୟାଗ, ଋଷିକେଶ, ରାମେଶ୍ବରମ୍ ଓ ଗୋଦାବରୀ ଆଦି ଭାରତବର୍ଷର ପ୍ରମୁଖ ପିତୃତୀର୍ଥ।

ଏହି କ୍ରମରେ ପୁରୀର ଚକ୍ରତୀର୍ଥ (ମହୋଦଧି) ଓ ଅନ୍ୟ ତୀର୍ଥପୁଷ୍କରିଣୀ, ଯାଜପୁରର ନାଭିଗୟା ଓ କାକଟପୁରର ପ୍ରାଚୀତୀର୍ଥ ମଧ୍ୟ ପବିତ୍ର ପିତୃତୀର୍ଥ ରୂପେ ପରିଗଣିତ ହୁଏ।

ଏହି ପ୍ରସଙ୍ଗରେ, ଆମେ ବ୍ୟାସଦେବ ବିରଚିତ ଅଷ୍ଟାଦଶ ପୁରାଣ ମଧ୍ୟରୁ ଅନ୍ୟତମ "ମତ୍ସ୍ୟପୁରାଣ"ରେ ପାଉ ଏକ ସୁବିସ୍ତୃତ ବିବରଣୀ।

ଏହି ପୁରାଣର ଦ୍ବାଦଶ ଅଧ୍ୟାୟରେ ଅନ୍ୟାନ୍ୟ ପିତୃତୀର୍ଥ ସହିତ ଓଡ଼ିଶାର କେତେକ ପ୍ରାଚୀନ ଓ ପ୍ରମୁଖ ପିତୃତୀର୍ଥର ବର୍ଣ୍ଣନା ଅଛି।

ଏହାର ୩୮ତମ ଶ୍ଳୋକରେ ଗୋକର୍ଣ୍ଣ, ଗଜକର୍ଣ୍ଣ, ଦ୍ବାରକା (କୃଷ୍ଣକ୍ଷେତ୍ର) ଓ ଅର୍ବୁଦଗିରି (ଆବୁ ପର୍ବତ) ସହିତ ଶ୍ରୀପୁରୁଷୋତ୍ତମ କ୍ଷେତ୍ର (ପୁରୀ)ର ଉଲ୍ଲେଖ ରହିଛି।

ସେହିପରି, ଏହାର ପରବର୍ତ୍ତୀ ୩୯ତମ ଶ୍ଳୋକରେ, ମଣିମତୀ ନଦୀ, ଗିରିକର୍ଣ୍ଣିକା ପର୍ବତସ୍ଥଳୀ, ଧୂତପାପତୀର୍ଥ ସହିତ ଦକ୍ଷିଣ ସମୁଦ୍ର (ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ମହୋଦଧି)କୁ ମହାପୁଣ୍ୟଦାୟିନୀ ପିତୃତୀର୍ଥ ରୂ‌ପେ ବର୍ଣ୍ଣନା କରାଯାଇଛି।

Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ ଏହି ଅଧ୍ୟାୟର ୫୧ତମ ଶ୍ଳୋକରେ ମଧ୍ୟ ରହିଛି ଭୁବନେଶ୍ବରର ବିନ୍ଦୁସାଗରର ସୂଚନା।

ସେଥିରେ କୁହାଯାଇଛି- ଅଙ୍ଗାରକ, ଆମର୍ଦ୍ଦକ, ଅଲମ୍ବୁଷ, ଆମ୍ରାତକେଶ୍ବର ଓ ଏକାମ୍ରକ (ଭୁବନେଶ୍ବରର ଏକାମ୍ରକ୍ଷେତ୍ର) ମଧ୍ୟ ଭାରତବର୍ଷର ପ୍ରାଚୀନ ପିତୃତୀର୍ଥ।

ଏ ପ୍ରସଙ୍ଗରେ ସ୍ମରଣକୁ ଆସେ "ସ୍କନ୍ଦପୁରାଣ-ଉତ୍କଳଖଣ୍ଡ"ର ଏକ ବର୍ଣ୍ଣନା।

ତାହାର ୩୦ ଅଧ୍ୟାୟରେ ଜୈମିନୀ ଋଷି ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିବା ପ୍ରସଙ୍ଗରେ ତାଙ୍କୁ  ""ଦ୍ରବରୂପୀ ତୀର୍ଥରାଜ"" ବା "ତରଳ ତୀର୍ଥ" ରୂପେ ଅଭିହିତ କରିଛନ୍ତି।

ଏହାର ତାତ୍ପର୍ଯ୍ୟ, ସମସ୍ତ ତୀର୍ଥ ଜଳରେ ଶ୍ରୀନାରାୟଣ ବା ଭଗବାନ ବିଷ୍ଣୁ, ଅର୍ଥାତ୍ ଶ୍ରୀଜଗନ୍ନାଥ ତରଳ ରୂପରେ ଅବସ୍ଥାନ କରିଥାନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।