College Election: କଲେଜ ନିର୍ବାଚନ ବାତିଲକୁ ନେଇ ଛାତ୍ର ଅଶାନ୍ତି
"ଭଦ୍ରକ: ଭଦ୍ରକ ଜିଲ୍ଲାର ଦୁଇଟି କଲେଜରେ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି | ଆଉ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି | ମିଳିଥିବା ସୂଚନା ମୁତାବକ ଭଦ୍ରକ ମହିଳା କଲେଜ ଓ ଭଣ୍ଡାରିପୋଖରୀରେ ଥିବା ନାଆମି କଲେଜ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ।Advertisment ଆହୁରି ପଢନ୍ତୁ: Rugby Series 2026: ୧୦୦ ବର୍ଷର କ୍ରୀଡ଼ା ସମ୍ପର୍କ; ପ୍ରଥମଥର ଭାରତ ଆସିବ ନ୍ୟୁଜିଲାଣ୍ଡର ପୁରୁଷ ଓ ମହିଳା ଦଳ ମିଳିଥିବା ସୂଚନା ମୁତାବକ ଆଜି ନାମାଙ୍କନ ପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ଛାତ୍ରନେତା/ନେତ୍ରୀମାନେ ନାମାଙ୍କନ ଦାଖଲ ପାଇଁ ପ୍ରସ୍ତୁତି ଚଳାଇଥିଲେ | ତେବେ ସକାଳୁ ସକାଳୁ କଲେଜ ପକ୍ଷରୁ ନିର୍ବାଚନ ବାତିଲ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି | କୌଣସି ଅପ୍ରୀତିକର ପରିସ୍ଥିତି ଯେଭଳି ସୃଷ୍ଟି ନ ହେବ ସେଥିପାଇଁ ଭଦ୍ରକ ମହିଳା କଲେଜରେ ବ୍ୟାପକ ପୁଲିସ ମୁତୟନ ହୋଇଥିବାବେଳେ ନାମାଙ୍କନ ବାତିଲକୁ ନେଇ ଛାତ୍ରୀମାନଙ୍କ ମଧ୍ୟରେ ତାତି ଦେଖିବାକୁ ମିଳିଛି | "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।