College Election: ଗରସଙ୍ଗ ଜମ୍ବେଶ୍ୱର ଡିଗ୍ରି କଲେଜରେ ନିର୍ବାଚନ ବାତିଲ
"ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗରସଙ୍ଗ ଜମ୍ବେଶ୍ୱର ଡିଗ୍ରି କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଛି।
କିଛି ଅଣଛାତ୍ର ପ୍ରିନ୍ସପାଲଙ୍କୁ ହତ୍ୟା ଧମକଦେବା ପରେ ଆଜି ନିର୍ବାଚନ ବନ୍ଦ ପାଇଁ ନୋଟିସ୍ ଜାରି ହୋଇଛି।
ଗତକାଲି ଜମ୍ବେଶ୍ୱର କଲେଜରେ ଛାତ୍ର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିଲା।
ଏହି ପ୍ରକ୍ରିୟାକୁ ନେଇ କିଛି ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା।
ଏଥିରେ ଅଣଛାତ୍ର ତଥା ପୂର୍ବତନ ଛାତ୍ରମାନେ ମଧ୍ୟ ସାମିଲ ଥିଲେ।
ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜ ଅଧ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ କରିଛନ୍ତି।
ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।
Advertisment ୩ ଜଣଙ୍କ ନାମାଙ୍କନ ପତ୍ର ନାକଚ ସୂଚନାଯୋଗ୍ୟ, ପ୍ରିନ୍ସପାଲ ରତ୍ନାକର ହାତୀ କୌଣସି କାରଣରୁ ୩ ଜଣଙ୍କ ନାମାଙ୍କନ ପତ୍ର ନାକଚ କରିଥିଲେ।
ଏହାପରେ କିଛି ଅଣଛାତ୍ର କଲେଜ ପରିସରକୁ ଆସି ପ୍ରିନ୍ସପାଲଙ୍କୁ ଗାଡ଼ି ଚଢାଇ ମାରିଦେବାକୁ ଧମକ ଦେଇଥିଲେ।
ଏହି ଘଟଣାରେ ପ୍ରିନ୍ସପାଲ ଅଭିଯୋଗ କରିବା ପରେ ଆଜି କ୍ୟାମ୍ପସ ଭାୟୋଲେନ୍ସ ଦର୍ଶାଇ ନିର୍ବାଚନକୁ ବାତିଲ କରିଛନ୍ତି।
୩ଟି ସାପ ଉଦ୍ଧାର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।