Jailer 2 Box Office : ଚର୍ଚ୍ଚାରେ ‘ଜେଲର୍ ୨’ର ଆଡଭାନ୍ସ ଟିକେଟ ବୁକିଂ

Oct 10, 2026 - 18:14
Jailer 2 Box Office : ଚର୍ଚ୍ଚାରେ ‘ଜେଲର୍ ୨’ର ଆଡଭାନ୍ସ ଟିକେଟ ବୁକିଂ

"ମୁମ୍ବାଇ: ରଜନୀକାନ୍ତଙ୍କ ଅଭିନୀତ "ଜେଲର୍ ୨" ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଅନ୍ୟତମ।

ଏହି ଚଳଚ୍ଚିତ୍ର ଅକ୍ଟୋବର ୧୫ରେ ସିନେମା ହଲ୍‌କୁ ଆସିବାକୁ ଯାଉଛି।

ଏହା ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି।

ବିଦେଶୀ ବଜାରରେ ପ୍ରି-ସେଲ୍ସକୁ ଭଲ ପ୍ରତିକ୍ରିୟା ମିଳିବା ପରେ ଭାରତୀୟ ବଜାରରେ ମଧ୍ୟ ଏହାର ଟିକେଟ୍ ବୁକିଂକୁ ନେଇ ଉତ୍ସାହ ଦେଖାଦେଇଛି।

ବର୍ତ୍ତମାନ ଅଳ୍ପ ସଂଖ୍ୟକ ,,ସୋ" ପାଇଁ ବୁକିଂ ଆରମ୍ଭ ହୋଇଥିଲେ ମଧ୍ୟ ଟିକେଟ୍ ବିକ୍ରିର ଗତି ଭଲ ରହିଛି।ବର୍ତ୍ତମାନ ଭାରତୀୟ ବଜାରରେ "ଜେଲର୍ ୨" ପାଇଁ ମାତ୍ର ୩୮୦ଟି ସୋ" ତାଲିକାଭୁକ୍ତ ହୋଇଛି।

ସମସ୍ତ ସୋ" ପାଇଁ ବୁକିଂ ଆରମ୍ଭ ହୋଇନାହିଁ।

ତଥାପି ଟିକେଟ୍ କାଉଣ୍ଟରରେ ଉତ୍ସାହ ଦେଖିବାକୁ ମିଳୁଛି।

ବୁକ୍ ମାଇଁ  ସୋ"ର ତଥ୍ୟ ଅନୁସାରେ, ଭାରତୀୟ ସମୟ ଅପରାହ୍ଣ ୧୨ଟା ୩୬ ସୁଦ୍ଧା ଗତ ଏକ ଘଣ୍ଟା ମଧ୍ୟରେ ଅନଲାଇନ୍‌ରେ ୨.୭୯ ହଜାର ଟିକେଟ୍ ବିକ୍ରି ହୋଇଥିଲା।

ରିପୋର୍ଟ ଅନୁଯାୟୀ, ପ୍ରଥମ ଦିନ ପାଇଁ ବୁକ୍ ହୋଇଥିବା ସିଟ୍‌କୁ ବାଦ୍ ଦେଲେ ପ୍ରାୟ ୩୮.୧ ହଜାର ଟିକେଟ୍ ବିକ୍ରି ହୋଇଛି।•    ଓପନିଂ ଡେ ପ୍ରି ସେଲସ: ୬୪.୦୫ ଲକ୍ଷ ଟଙ୍କା•    ନେଟ୍ ଆୟ: ୫୪.୨୮ ଲକ୍ଷ ଟଙ୍କା•    ମୋଟ ଅକ୍ୟୁପାନ୍ସି: ୨୭ ପ୍ରତିଶତAdvertisment ଆଗକୁ ଅଧିକ ସୋ" ପାଇଁ ବୁକିଂ ଆରମ୍ଭ ହେଲେ ଟିକେଟ୍ ବିକ୍ରି ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

କେଉଁଠି ଚାଲିଛି "ଜେଲର୍ ୨"ର ଆଡଭାନ୍ସ ବୁକିଂ?

ବର୍ତ୍ତମାନ କେବଳ ତାମିଲନାଡୁରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି।

ସହର ଅନୁସାରେ ଟିକେଟ୍ ବିକ୍ରିର ହିସାବ ଏହିପରି।•    ଚେନ୍ନାଇ: ୩୦.୦୧ ଲକ୍ଷ ଟଙ୍କା•    ମଦୁରାଇ: ୧୧.୭୭ ଲକ୍ଷ ଟଙ୍କା•    ତ୍ରିଚି: ୬.୮୩ ଲକ୍ଷ ଟଙ୍କା•    କୋଏମ୍ବାଟୁର: ୬.୪୩ ଲକ୍ଷ ଟଙ୍କା ଏହି ତଥ୍ୟ ଅନୁଯାୟୀ, ଚେନ୍ନାଇରେ ସର୍ବାଧିକ ଆୟ ହୋଇଥିବା ବେଳେ ମଦୁରାଇ ଦ୍ୱିତୀୟ ସ୍ଥାନରେ ରହିଛି।

ଜନ ନାୟକନ୍‌"ର ରେକର୍ଡ ଭାଙ୍ଗିବ କି "ଜେଲର୍ ୨"?

ଥାଲାପତି ବିଜୟଙ୍କ ଅଭିନୀତ "ଜନ ନାୟକନ୍‌" ନାମରେ ୨୦୨୬ରେ କୋଲିଉଡ୍‌ରେ ପ୍ରଥମ ଦିନର ଆଡଭାନ୍ସ ବୁକିଂର ସର୍ବାଧିକ ରେକର୍ଡ ରହିଛି।

ତେବେ "ଜେଲର୍ ୨" ଏକ ସଫଳ ଫିଲ୍ମର ସିକ୍ୱେଲ୍‌ ହୋଇଥିବାରୁ ଏହାକୁ ନେଇ ଦର୍ଶକଙ୍କ ଉତ୍ସାହ ଅଧିକ ରହିଛି।

ଫିଲ୍ମ ରିଲିଜ୍‌କୁ ଆଉ ପାଞ୍ଚ ଦିନ ବାକି ଥିବାରୁ ପ୍ରଥମ ଦିନର ଆଡଭାନ୍ସ ବୁକିଂରୁ ଏହାର ଆୟ ୩୦ କୋଟି ଟଙ୍କା ଛୁଇଁପାରେ ବୋଲି ଆକଳନ କରାଯାଉଛି।

ଏହା "ଜନ ନାୟକନ୍‌"ର ରେକର୍ଡକୁ ଅତିକ୍ରମ କରିବ କି ନାହିଁ, ତାହା ଆଗାମୀ ଦିନର ଟିକେଟ୍ ବିକ୍ରି ଉପରେ ନିର୍ଭର କରିବ।

ଅନ୍ୟପକ୍ଷରେ, "କୁଲି"ର ୩୭.୨ କୋଟି ଟଙ୍କାର ପ୍ରଥମ ଦିନର ଗ୍ରସ୍ ଆୟ ରେକର୍ଡକୁ ଅତିକ୍ରମ କରିବା ମଧ୍ୟ ଫିଲ୍ମ ପାଇଁ ଏକ ବଡ଼ ଲକ୍ଷ୍ୟ ହେବ।

ଷ୍ଟାରଲିଙ୍କ ପ୍ରସଙ୍ଗରେ କଂଗ୍ରେସକୁ ବିଜେପିର ଟାର୍ଗେଟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।