congress leader ajay rai:: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ

Sep 01, 2026 - 17:12
congress leader ajay rai:: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ

"ଅ‌ଯୋଧ୍ୟା: ଅଯୋଧ୍ୟାରେ ମାଛ ଖାଇଥିବା ଅଭିଯୋଗକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଅଦାଲତରେ ପହଞ୍ଚିଛି।

ଉତ୍ତରପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଅଜୟ ରାୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଛନ୍ତି।Advertisment କଂଗ୍ରେସ ନେତା ଅଜୟ ରାୟଙ୍କ ଅଭିଯୋଗ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥାଇ ବୟାନ ଦେଇଛନ୍ତି।

ଏହା ଫଳରେ ତାଙ୍କ ସାମାଜିକ ପ୍ରତିଷ୍ଠାକୁ କ୍ଷତି ପହଞ୍ଚିବା ସହ ତାଙ୍କୁ ମାନସିକ ଭାବେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

ସେ ସମ୍ପୂର୍ଣ୍ଣ ଭାବେ ଶାକାହାରୀ।

ଏହା ସତ୍ତ୍ୱେ ତାଙ୍କ ବିଷୟରେ ମାଛ ଖାଇବା ନେଇ ମିଥ୍ୟା ବୟାନ ଦିଆଯାଇଛି।

ଅଜୟ ରାୟଙ୍କ ଦାବି ଅନୁସାରେ, ଏହି ବୟାନ ଯୋଗୁଁ ସମାଜରେ ତାଙ୍କର ମାନହାନି ହୋଇଛି।

ଏହି ମାମଲାକୁ ନେଇ ସେ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି।

ଏଥିସହ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅପରାଧିକ ମାନହାନି ମାମଲା ଦାଖଲ କରିଛନ୍ତି।

ଜୀବନ ହାରିଲେ ମମତା ବାନାର୍ଜୀଙ୍କ ଝିଆରୀ: ଘରେ ଝୁଲନ୍ତା ଅବସ୍ଥାରେ ମୃତଦେହ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।