Jibanara Jalachhabi: ‘ନଈ ଆରପାରି’ ଗୌରହରି ଦାସଙ୍କ ଜୀବନର ଜଳଛବିରେ ଏଥର...

Sep 01, 2026 - 17:12
Jibanara Jalachhabi: ‘ନଈ ଆରପାରି’ ଗୌରହରି ଦାସଙ୍କ ଜୀବନର ଜଳଛବିରେ ଏଥର...

"ନଈ ଆରପାରି ଜୀବନର ଜଳଛବିଗୌରହରି ଦାସ ମେଜ ଉପରେ ନୋଇଁପଡ଼ି ନିବିଷ୍ଟ ଚିତ୍ତରେ ଖଣ୍ଡିଏ ବହି ପଢୁଥିଲେ ସିଦ୍ଧାର୍ଥ ଗୋଛାୟତ।

ଝରକା ସେପାଖେ ଶ୍ରାବଣର ଘନଘୋର ବର୍ଷା।

ମଝିରେ ମଝିରେ ବିଜୁଳି ଚମକି ଉଠୁଥାଏ।

ଅନେକ ଦିନ ହେଲା ତାଙ୍କର ଏ ସହର ଶ୍ରାବଣର ଏଭଳି ନିବିଡ଼ ସ୍ପର୍ଶ ପାଇ ନ ଥିଲା।

ଏମିତି ସମୟରେ କପେ "ବ୍ଲାକ୍‌ କଫି" ହେଲେ ଅପରାହ୍‌ଣଟା ଆଉରି ମଧୁର ଲାଗନ୍ତା।

କିନ୍ତୁ ସରୋଜ ଏପର୍ଯ୍ୟନ୍ତ ସଭାରୁ ଫେରିଲେ ନାହିଁ କାହିଁକି?Advertisment ବ୍ଲାକ୍‌ କଫି ପ୍ରସଙ୍ଗ ମନେପଡ଼ିଲା କ୍ଷଣି ଏହା ସଂପର୍କରେ ରୁଷୀୟ କବି କହିଥିବା ଧାଡ଼ିଟି ଆଉଥରେ ମନେପଡ଼ିଲା- ସଇତାନ ପରି କଳା, ନର୍କ ପରି ଉତ୍ତପ୍ତ ଓ ପାପ ପରି ମିଠା ବ୍ଲାକ୍‌ କଫି।

ଅପର୍ଣ୍ଣା କହନ୍ତି, କ୍ଷୀର ଚିନି ପଡ଼ି ନ ଥିବା କଫି ମିଠା ହେଲା ପୁଣି କେମିତି?

କବିମାନଙ୍କର ଯେତେ ଉଦ୍ଭଟ ଖିଆଲ!

ଆହୁରି ପଢ଼ନ୍ତୁ- Mamata Banerjee: ଜୀବନ ହାରିଲେ ମମତା ବାନାର୍ଜୀଙ୍କ ଝିଆରୀ: ଘରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଚଡ଼ଚଡ଼ି ଶବ୍ଦରେ ଘରଟା ଥରିଉଠିଲା।

ପାଖରେ ପଡ଼ିଲା କି କ"ଣ!

ସେତିକିବେଳେ ମୋବାଇଲ୍‌ ଫୋନ୍‌ ଦପଦପ କରି ଉଠିଲା।

ତାଙ୍କ ଝିଅ ବରାବର କହିଛି, ବିଜୁଳି ଚଡ଼ଚଡ଼ି ପଡ଼ିବାବେଳେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବ ନାହିଁ।

ସିଦ୍ଧାର୍ଥ ଫୋନ୍‌ଟି ଉଠେଇବେ କି ନାହିଁ ଭାବି‌େହଲେ।

ଫୋନ୍‌ଟା ବାଜି ବାଜି ବନ୍ଦ ହେଇଗଲା। "ଭଲ ହେଲା" ଭାବି ସେ ରୋଷେଇଘରକୁ ଯିବେ ବୋଲି ଉଠୁଛନ୍ତି, ଆଉଥରେ ଫୋନ୍‌ ବାଜିଲା।

ସେପଟୁ ସରୋଜ କହୁଥି‌େଲ, ""ମୁଁ ବର୍ଷାପାଣିରେ ଓଦାହେଇ ତୁମରି ଫାଟକ ପାଖେ ଛିଡ଼ା ହେଇଛି।

କଲିଂବେଲ୍‌ ବାଜୁନି ବୋଧହୁଏ।

କେତେ ଟିପିଲିଣି!"" : ଯାଉଛି - କହି ସିଦ୍ଧାର୍ଥ ଗେଟ୍‌ ଖୋଲିବାକୁ ଗଲେ।

ବିଜୁଳି ସରବରାହ ତ ନାହିଁ, କଲିଂବେଲ୍‌ ବାଜିବ କିପରି?ଘର ଭିତରକୁ ପଶୁ ପଶୁ ସରୋଜ କହିଲେ, ""ଆଉ ଏ ରାଜଧାନୀରେ ରହି ହେବନାହିଁ।

ଶୈଳଶ୍ରୀ ବିହାର ଛକରୁ ‌େସୗଭାଗ୍ୟ ନଗର ଆସିବାକୁ ଦେଢ଼ଘଣ୍ଟା ଲାଗିଲାଣି!

ବାଟସାରା ଅଟୋ, ମୋଟର ସାଇକେଲ୍‌, ସ୍କୁଟର ଭିଡ଼।: ତୁମର ସଭା କିପରି ହେଲା? - ସିଦ୍ଧାର୍ଥ ପଚାରିଲେ।: ଚମତ୍କାର।

ମୋ ଭାଷଣ ସରିବାକ୍ଷଣି ସମସ୍ତେ ତାଳି ମାରିଲେ।

କ"ଣ କହିଲି ଜାଣ ସିଦ୍ଧାର୍ଥ?

ଆଦିବାସୀମାନେ ମୁଖ୍ୟସ୍ରୋତରେ ସାମିଲ ନ ହେବା ପର୍ଯ୍ୟନ୍ତ ଦେଶର ସଂପୂର୍ଣ୍ଣ ବିକାଶ ଅସମ୍ଭବ।

ସିଦ୍ଧାର୍ଥ ପ୍ରସଙ୍ଗ ବଦଳେଇବା ଲାଗି କହିଲେ, ""ଶୁଣ, ତୁମ ପାଇଁ ଅପେକ୍ଷା କରି ମୁଁ କଫି ପିଇନାହିଁ।

ମୁଁ ତ ଅଧଚାମଚେ ଚିନି ନେବି, ତୁମେ?"": ନା, ମୁଁ ସଂପୂର୍ଣ୍ଣ ଶାସ୍ତ୍ରୀୟ ବ୍ଲାକ୍‌ କଫି ପିଇବା ଲୋକ।: ହଉ, ମୁଁ ଆଣେ।

ତୁମେ ଏଇ ବହିଟା ଦେଖୁଥାଅ।

ଆହୁରି ପଢ଼ନ୍ତୁ- Badshah: ବିବାହର ମାତ୍ର ୫ ମାସ ପରେ ଅଲଗା ହୋଇଗଲେ ବାଦଶାହ-ଇଶା ଦୁଇବନ୍ଧୁ ଏବେ କଫି ପିଉଥିଲେ।

ସରୋଜ କହିଲେ, ""ତୁମର ଏ ଚମତ୍କାର ଗରମ କଫି ପାଇଁ ମୋ ଭାଷଣ ସମ୍ବନ୍ଧରେ ତୁମର ଶୀତଳ ପ୍ରତିକ୍ରିୟାକୁ ମୁଁ ଭୁଲିଯାଉଛି।"": ନା ଶୀତଳ ନୁହେଁ।

ସିଦ୍ଧାର୍ଥ କହିଲେ।: ମୋ ଭାଷଣରେ ମୁଁ ଗୋଟେ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗକୁ ପ୍ରତ୍ୟକ୍ଷ ଭାବେ ରଖିଲି; ତାହା ତୁମକୁ ପ୍ରଭାବିତ କଲାନାହିଁ?: ଆରେ, ସେମିତି ଭାବନା, ତୁମେ ନିଶ୍ଚୟ ଭଲ କହିଥିବ।

ମାତ୍ର ତୁମର ଭାଷଣ ଏବଂ ତୁମର ଶୁଦ୍ଧ ଭାବନା ଭିତରେ ଏତେ ତାରତମ୍ୟ ଯେ ତାହାକୁ ଏଡ଼ାଇ କେବଳ ଭାଷଣର ପ୍ରଶଂସା କରିବା ସହଜ ନୁହେଁ।: କାହିଁକି?: ଏଇ ଯେ ତୁମେ କହୁଛ ଆଦିବାସୀମାନେ ମୁଖ୍ୟସ୍ରୋତରେ ଆସି ସାମିଲ ହୁଅନ୍ତୁ, ନ ହେଲେ ଦେଶର ବିକାଶ ହେବନାହିଁ।: ଏହା କ"ଣ ଭୁଲ୍‌ କଥା? - ସରୋଜ ପଚାରିଲେ।

ସିଦ୍ଧାର୍ଥ କହିଲେ, ""ଥରେ ଜଣେ ବ୍ୟକ୍ତି ଜଙ୍ଗଲ ଦେଇ ଯାଉଥିଲେ।

ବାଟରେ ନଈ ପଡ଼ିଲା।

ଡଙ୍ଗା ନ ଥିଲା।

ସେ ଦେଖିଲେ, ନଈ ଆରପଟ ବନ୍ଧରେ ସ୍ଥାନୀୟ ଲୋକଟିଏ ଗୋଟେ ଖଚର ପିଠି ଉପରେ ବସି ବୁଲୁଥିଲା।

ଏ ବାବୁ ଜଣକ ବଡ଼ପାଟିରେ ତାକୁ ଡାକପକେଇ ପଚାରିଲେ, "ଆଚ୍ଛା, ମୁଁ ଆରପାରିକୁ ଯିବି କେମିତି?" ଉତ୍ତର ଦେବା ବଦଳରେ ଖଚର ପିଠି ଉପରେ ବସିଥିବା ସେପଟର ଲୋକଟି କହିଲା, "ତୁମେ ତ ଆରପାରିରେ ଅଛ।

ପୁଣି "ଆରପାରି"କୁ କେମିତି ଯିବ ବୋଲି କେମିତି ପଚାରୁଛ?" ଏ ଲୋକଜଣକ କ"ଣ କହିବେ ବୁଝିପାରିଲେ ନାହିଁ।

କାରଣ ସେ ଲୋକ ଠିକ୍‌ କହୁଥିଲା।

ବୁଝିଲ ସରୋଜ, ତୁମ ପରି ଗବେଷକମାନେ ଧରିନେଇଛ ଯେ ଆରପାରିର ଲୋକମାନେ ଅସଭ୍ୟ, ଅଶିକ୍ଷିତ, ଅସଂସ୍କୃତ।

ତୁମେ ସେପଟକୁ ଯାଇ ତାଙ୍କୁ ସଭ୍ୟ, ଶିକ୍ଷିତ ଓ ସଂସ୍କୃତ କରି ଏପଟକୁ ଆଣିବ - ଯାହା ତୁମ ଭାଷାରେ ମୁଖ୍ୟସ୍ରୋତ।

ତାଙ୍କର ଗୀତ ଲୋକଗୀତ, ତୁମର ଶାସ୍ତ୍ରୀୟ, ତାଙ୍କ ନାଚ ଲୋକନୃତ୍ୟ, ତମର ଶାସ୍ତ୍ରୀୟ ନୃତ୍ୟ, ତୁମର ମୁଖ୍ୟ ସଂସ୍କୃତି ଆଉ ତାଙ୍କର ଲୋକସଂସ୍କୃତି।

ମାତ୍ର ତୁମେମାନେ ସେମାନଙ୍କୁ ବଦଳେଇଦେବାଲାଗି ଏତେ ଆକୁଳ କାହିଁକି?

ସେମାନେ ତାଙ୍କ ସ୍ରୋତରେ ଥାଇ କ"ଣ ଭଲ ଶିକ୍ଷା, ସେବା କି ଗମନାଗମନ ସୁବିଧା ପାଇବା ଅପରାଧ?

କାହିଁକି ତୁମେ ମହୁଲ, କୁରେଇ, ଶାଳଫୁଲ ବଦଳରେ ଜିନିଆ, ଗୋଲାପ ଓ ଟ୍ୟୁଲିପ ଭର୍ତ୍ତି ଦେଶଟେ ଚାହୁଛ?

ସତଟା କ"ଣ ଜାଣ ସରୋଜ?

ଜଣେ ଆଦିବାସୀ ଆଧୁନିକ ହେଇପାରିବ।

ମାତ୍ର ଜଣେ ଆଧୁନିକ ଆଦିବାସୀ ହେଇପାରିବ ନାହିଁ।

ଦୁହିଁଙ୍କ ଭିତରେ ମାଟି ଆଉ ଇଟା ଭିତରର ଫରକ।"" ସରୋଜଙ୍କୁ ସିଦ୍ଧାର୍ଥଙ୍କର କଥା ଭଲ ଲାଗୁ ନ ଥିଲା।

କପ୍‌ଟା ଟିପୟ ଉପରେ ରଖୁ ରଖୁ ସେ କହିଲେ, ""ଆଦିବାସୀ ମୁଲକଗୁଡ଼ାକ ଅନ୍ଧାରି ମୁଲକ।

ସେମାନେ ମୁଖ୍ୟସ୍ରୋତକୁ ନ ଆସିଲେ କିଛି ଉନ୍ନତି ହେବନାହିଁ - ନା ତାଙ୍କର ନା ଏ ଦେଶର!"" ଆହୁରି ପଢ଼ନ୍ତୁ- Eating Alone: ଆପଣ ଏକା ଖାଉଛନ୍ତି କି?

କ"ଣ ହୋଇପାରେ ସମସ୍ୟା ଜାଣିବା... : ସତ!

ମାତ୍ର ତୁମର ସ୍ରୋତଟାକୁ ମୁଖ୍ୟ ବୋଲି କାହିଁକି କହୁଛ?

ପ୍ରଥମେ ଆଦିବାସୀ ଥିଲେ ନା ତୁମେ ଥିଲ?

ତୁମେ ତ ପରେ ଆସିଲ, ତାହାହେଲେ ତୁମେ ଶାଖା ନ ହୋଇ ମୂଳ ‌ହୋଇଗଲ କେମିତି?

ହଁ, ଆଦିବାସୀ ମୁଲକ ଯଦି ଅନ୍ଧାରି ମୁଲକ ବୋଲି କହୁଛ ତାହାହେଲେ ଏଇ ବହିଟା ନେଇଯାଅ, ପଢ଼ିବ - ଏଥିରେ ଲେଖକ ବସ୍ତର ଅଞ୍ଚଳର ଗୋଟେ ଆଦିବାସୀ ସଂପ୍ରଦାୟର ଠାକୁରାଣୀଙ୍କ କଥା ଲେଖିଛନ୍ତି।

ସେଠିକାର ମୁଖ୍ୟ ଠାକୁରାଣୀ ବଙ୍ଗାରାମଦେବୀ।

ବର୍ଷରେ ଥରେ "ଭାଦ ଯାତ୍ରା" ହୁଏ।

ସେତିକିବେଳେ ପାଖାପାଖି କୋଡ଼ିଏଟି ଗାଁର ଆଦିବାସୀମାନେ ନିଜ ନିଜ ଗାଁ ଠାକୁରାଣୀଙ୍କ ମୂର୍ତ୍ତି ଧରି ବଙ୍ଗାରାମଦେବୀଙ୍କ ପାଖକୁ ଆସନ୍ତି।

ସେଇଠି, ମୁଖ୍ୟ ଠାକୁରାଣୀଙ୍କ ଆଗରେ ସାନ ସାନ ଗ୍ରାମ୍ୟ ଠାକୁରାଣୀଙ୍କ କାମର ସମୀକ୍ଷା କରାଯାଏ।

ମନେକର, ବର୍ଷା ଠାକୁରାଣୀଙ୍କ ମୂର୍ତ୍ତିକୁ ଧରି ପୂଜକ ଲୋକଙ୍କୁ ପଚାରିବେ- ଏଥର ବର୍ଷା ଠିକ୍‌ ହେଇଛି?

ସେ ଗାଁର ଲୋକେ ଯଦି କହିବେ- ନା, ତାହାହେଲେ ପୂଜକ ଜଣକ ବର୍ଷା ଠାକୁରାଣୀଙ୍କ ମୂର୍ତ୍ତିକୁ ଅପୂଜା ରଖିଦେବେ।

ସେମିତି ଅନ୍ୟ ଠାକୁରାଣୀଙ୍କ କାମର ସମୀକ୍ଷା ହେବ।

ଯଦି ଚାଷ ଠାକୁରାଣୀ ଠିକ୍‌ ଶସ୍ୟ ଫଳେଇ ନ ଥିବା ଗାଁଲୋକେ କହିବେ ତାହାହେଲେ ଚାଷ ଠାକୁରାଣୀଙ୍କ ମୂର୍ତ୍ତିକୁ ବଙ୍ଗାରାମଦେବୀଙ୍କ ମନ୍ଦିର ପଛପଟକୁ ପୂଜକ ଏକରକମ ଫିଙ୍ଗିଦେ‌େବ।

ଏହାର ଉଦ୍ଦେଶ୍ୟ ବୁଝିପାରୁଥିବ।

ସେହି ଆଦିବାସୀମା‌ନଙ୍କର କହିବା କଥା, ଆମେ ଠାକୁରାଣୀଙ୍କୁ ପୂଜା କରୁଛୁ, ଭୋଗରାଗ ଦେଉଛୁ, ଯଦି ସେ ତାଙ୍କ କାମ ଠିକ୍‌ ରୂପେ ନ କଲେ, ତାହାହେଲେ ଆମେ ତାଙ୍କୁ କାହିଁକି ପୂଜା କରିବୁ?

ସେମାନେ ଏଇଠି ଅପୂଜା ପଡ଼ିରହନ୍ତୁ।

ଆମର ଭକ୍ତି ହିଁ କାଠ ପଥରର ମୂର୍ତ୍ତିକୁ ଠାକୁରାଣୀ ବନେଇଛି।

ସରୋଜ, ଆଧୁନିକ ଶିକ୍ଷିତ ଲୋକମାନେ ଏପରି ପରଂପରାକୁ ଶାସନ, ନିର୍ବାଚନ ଓ ଉପାସନା କ୍ଷେତ୍ରରେ ବ୍ୟବହାର କରିପାରି‌େବ କି?

ବସ୍ତର ଅଞ୍ଚଳର ଆଦିବାସୀମାନଙ୍କ ଦୃଷ୍ଟିଭଙ୍ଗୀ ଆଧୁନିକ ନା ତୁମ ପରି ସହରବାସୀଙ୍କ ଦୃଷ୍ଟିଭଙ୍ଗୀ ଆଧୁନିକ!"" ଆହୁରି ପଢ଼ନ୍ତୁ- ରାଷ୍ଟ୍ରପତି ଭବନରେ ଗଞ୍ଜାମର କଳାକାର ସମ୍ମାନିତ ସରୋଜ ନିରୁତ୍ତର ରହିଥିଲେ।

ସିଦ୍ଧାର୍ଥ କହିଲେ, ""ତୁମେ ଏବେ କହୁଥିଲ, ଶୈଳଶ୍ରୀ ବିହାର ଛକରୁ ଏଠିକି ଆସିବାପାଇଁ ଦେଢ଼ଘଣ୍ଟା ଲାଗିଲା।

ଆମର ପ୍ରତିଟି ଯୋଜନା ଗାଁ, ପଡ଼ା ଓ ଜନପଦକୁ ସହରରେ ଆଣି ମିଶାଇବାଲାଗି ଗୋଟେ ଗୋଟେ ଅଭିନବ ଉଦ୍ୟମ।

ସେପାରି ଲୋକଙ୍କ ପାଖେ କିଛି ନାହିଁ, ଏପାରି ଲୋକଙ୍କ ପାଖେ ସବୁ ଅଛି।

ତେଣୁ ସେମାନେ ସେପାରିର ସବୁ ଛାଡ଼ି ଏପାରିକି ଆସିଲେ ତୁମେ ଖୁସିହେବା କଥା।

ସଭା ମଞ୍ଚରେ ସେମାନଙ୍କୁ ଆମନ୍ତ୍ରଣ କରୁଛ, ଅଥଚ ରାସ୍ତା ଉପରକୁ ଆସି ଅଭିଶାପ ଦେଉଛ- ଏହା ବିରୋଧାଭାସ ନୁହେଁ କି?"" ବର୍ଷା କମିଥିଲା।

ସରୋଜ ଉଠିଲେ।

ସେ ଖୁସି ଦିଶୁ ନ ଥିଲେ।: ଆଧୁନିକ ଶିକ୍ଷା ଆମକୁ ଏମିତି ଭ୍ରାନ୍ତିରେ ପକାଇଛି।

ଆମେ ଭାବିନେଇଛୁ ଯେ ଆମେ ହିଁ ମୁଖ୍ୟ ଏବଂ ଆମର ସ୍ରୋତ ମୁଖ୍ୟସ୍ରୋତ- ବନ୍ଧୁଙ୍କୁ ବିଦାୟ ଦେଉ ଦେଉ ସିଦ୍ଧାର୍ଥ କହିଲେ।

ମୋ: ୯୪୩୭୦୭୭୨୮୮ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।