Congress: ରାଉରକେଲା ସର୍କିଟ ହାଉସ ବନ୍ଧୁକ ଜବତ ଘଟଣା: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଇସ୍ତଫା ଦାବି କଲା କଂଗ୍ରେସ

Aug 30, 2026 - 12:46
Congress: ରାଉରକେଲା ସର୍କିଟ ହାଉସ ବନ୍ଧୁକ ଜବତ ଘଟଣା: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଇସ୍ତଫା ଦାବି କଲା କଂଗ୍ରେସ

"ରାଉରକେଲା: ରାଉରକେଲା ସର୍କିଟ ହାଉସ ବନ୍ଧୁକ ଜବତ ଘଟଣାଗିରଫ ଅପରାଧୀଙ୍କ ସହ ସମ୍ପୃକ୍ତିର ନିରପେକ୍ଷ ତଦନ୍ତ ଓ ଗଣମାଧ୍ୟମରେ ଦେଇଥିବା ଅଶାଳୀନ ମନ୍ତବ୍ୟ ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ l ଆଜି ଉଦିତନଗର ଆମ୍ବେଦକର ଛକରେ ଜିଲ୍ଲା ଯୁବ, ଛାତ୍ର ଓ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି l ଜୁଏଲ ଇସ୍ତଫା ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବାକୁ ଚେତାବନୀ ଦିଆଯାଇଛି lAdvertisment ଘଟଣାରେ ଜିଲ୍ଲା ବିଜେଡି ପୁରା ଚୁପ ରହିଛି ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଜ୍ଞାନେନ୍ଦ୍ର ଦାସ କହିଛନ୍ତି ନିଜକୁ ଜଣେ ଟାଣୁଆ ଆଦିବାସୀ ନେତା କହୁଥିବା ଜୁଏଲ ସୁନ୍ଦରଗଡ଼ର ଆଦିବାସୀଙ୍କ ପାଇଁ କିଛି କରି ନାହାନ୍ତି l ସେ କଣ ଚ୍ୟାଲେଞ୍ଜ ଦେଉଛନ୍ତି, ଆମେ ଚ୍ୟାଲେଞ୍ଜ ଦେଉଛୁ ନିର୍ବାଚନ ଲଢ଼ି ଦେଖାନ୍ତୁ l ଜିଲ୍ଲାବାସୀ ଏହାର ଦୃଢ ଜବାବ ଦେବେ l ସେପଟେ ଏହି ଘଟଣାରେ ଜିଲ୍ଲା ବିଜେଡି ପୁରା ଚୁପ ରହିଛି l ବିଜେପିର ଗୋଟିଏ ଗୋଷ୍ଠୀ ଜୁଏଲଙ୍କୁ ହଟାଇବାକୁ ଲାଗି ପଡିଛନ୍ତି l Mann Ki Baat: ମନ୍ କି ବାତ୍: ନିଶାମୁକ୍ତ ବିକଶିତ ଭାରତ ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ,"ଭୋକାଲ୍ ଫର୍ ଲୋକାଲ୍" ଉପରେ ଗୁରୁତ୍ୱାରୋପ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।